କଟକ: କଟକ ଏଟିଏମ ଲୁଟେରା ଗ୍ୟାଙ୍ଗର 4 ଜଣ ସଦସ୍ୟକୁ ଗିରଫ କଲା ମଧୁପାଟଣା ଥାନା ପୋଲିସ । ସେମାନଙ୍କ ନିକଟରୁ ଏକ କାର, ୩୮୫୦୦ଟଙ୍କା, ୩୮ଟି ଏଟିଏମ କାର୍ଡ ସହ କଟା ମେସିନ ଜବତ କରିଛି ପୋଲିସ । ମଧୁପାଟଣା ଅଞ୍ଚଳରେ ଗତକାଲି ଲୁଟ ପାଇଁ ଏମାନେ ଉଦ୍ୟମ କରୁଥିଲେ ।
ବିଶେଷସୂତ୍ରରୁ ଖବର ପାଇ ପୋଲିସ ଚଢ଼ାଉ କରିଥିଲା । ଗିରଫ ହୋଇଥିବା ସମସ୍ତ ବ୍ୟକ୍ତି ଉତ୍ତରପ୍ରଦେଶ ଅଂଚଳର । ଛତିଶଗଡ଼, ବିହାର, ଝାଡଖଣ୍ଡ, ମଧ୍ୟପ୍ରଦେଶ, ବେଙ୍ଗଲ ଏବଂ ଓଡିଶାରେ ଏମାନଙ୍କର ଅପରେସନ ଥିଲା । ଆଜି ୪ଜଣଙ୍କୁ ପୋଲିସ କୋର୍ଟ ଚାଲାଣ କରିଥିବା ବେଳେ ଜଣେ ଫେରାର ରହିଥିବା ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ