କଟକ: କାକଟପୁର ମା’ ମଙ୍ଗଳା ମନ୍ଦିର ସେବାୟତଙ୍କୁ ଆର୍ଥିକ ସହାୟତା ପ୍ରସଙ୍ଗରେ ହାଇକୋର୍ଟରେ ମଙ୍ଗଳବାର ଶୁଣାଣି ହୋଇଛି। ସମସ୍ତ ପ୍ରତିପକ୍ଷଙ୍କୁ ହାଇକୋର୍ଟ ନୋଟିସ ଜାରି କରିଛନ୍ତି। ୧୪ ସୁଦ୍ଧା ଜବାବ ଦାଖଲ କରିବାକୁ ସମସ୍ତ ପ୍ରତିପକ୍ଷଙ୍କୁ ହାଇକୋର୍ଟ ନୋଟିସ ଜାରି କରିଛନ୍ତି।
ସବୁ ସେବାୟତଙ୍କୁ ମାସିକ ୧୫ ହଜାର ଆର୍ଥିକ ସହାୟତା ପାଇଁ ଆବେଦନ କରାଯାଇଥିଲା।କାକଟପୁର ମା’ ମଙ୍ଗଳା ମନ୍ଦିର ସେବକ ପ୍ରକାଶ ପଣ୍ଡା ଓ ଅନ୍ୟ ୧୫ ଜଣ ସେବାୟତଙ୍କ ଦ୍ଵାରା ହାଇକୋର୍ଟରେ ଏନେଇ ଦାବି କରି ମାମଲା ରୁଜୁ କରାଯାଇଥିଲା।ରାଜ୍ୟ ସରକାର ,ଏଣ୍ଡୋମେଣ୍ଟ କମିଶନର ଓ ମା’ ମଙ୍ଗଳା ମନ୍ଦିର ଟ୍ରଷ୍ଟ ବୋର୍ଡକୁ ନୋଟିସ ଜାରି କରାଯାଇଛି। ତେବେ ସେପ୍ଟେମ୍ବର ୧୪ ରେ ହେବ ମାମଲାର ପରବର୍ତ୍ତୀ ଶୁଣାଣି ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ