କଟକ: ପୋଲିସର କାମ କଲେ ସ୍ଥାନୀୟ ଯୁବକ। ଫିଲ୍ମ ଷ୍ଟାଇଲରେ ଧରିଲେ ଲୁଟେରା। ସୂଚନା ଅନୁଯାୟୀ, ଗୁରୁବାର କଟକ ମହାନଦୀ ବିହାର ଅଞ୍ଚଳରେ ଜଣେ ଲୁଟେରା ପ୍ରଥମେ ଜଣେ ମହିଳାଙ୍କଠାରୁ ଲୁଟ୍ କରିବା ପରେ ଅନ୍ୟ ଜଣେ ମହିଳାଙ୍କ ନିକଟରୁ ଲୁଟ ଉଦ୍ୟମ କରିବା ସମୟରେ ଲୁଟେରାକୁ କାବୁ କରିଥିଲେ ସ୍ଥାନୀୟ ଯୁବକ ।



ଲୁଟେରା ଜଣକ ହେଉଛନ୍ତି ଯାଜପୁର ଜିଲ୍ଲାର ବସନ୍ତ ପଣ୍ଡା । ଯୁବକ ଜଣକୁ କାବୁ କରି ପୋଲିସର ଜିମା ଦେଇଥିଲେ ସ୍ଥାନୀୟ ଯୁବକ । ତେବେ ଚାଉଳିଆଗଞ୍ଜ ଥାନା ଲୁଟେରା ଯୁବକ ଜଣକୁ ଗିରଫ କରିବା ସହ ତାଙ୍କଠାରୁ ମନିପର୍ସ ଜବତ କରିଛି । ଉକ୍ତ ଲୁଟେରାଙ୍କ ବିରୋଧରେ ପୁର୍ବରୁ ବିଭିନ୍ନ ଥାନାରେ ଏଭଳି ଲୁଟ୍ ମାମଲା ଥିବା ପୋଲିସ ଜାଣିବାକୁ ପାଇଛି ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ