ETV Bharat / state

ଚୋରି ସାମଗ୍ରୀ ଫେରାଇଲା କମିଶନରେଟ ପୋଲିସ, ସଚେତନ ରହିବାକୁ ଦେଲା ବାର୍ତ୍ତା

କମିଶନରେଟ ପୋଲିସ ଆରମ୍ଭ କରିଛି ଉଦ୍ଧାର ସାମଗ୍ରୀ ଫେରସ୍ତ ମେଳା । ଚୋରି ହୋଇଥିବା ମୋବାଇଲ, ଲ୍ୟାପଟପ ବାଇକ ସହ ଅନେକ ଇଲେକ୍ଟ୍ରିକ ସାମଗ୍ରୀ ଫେରାଇଲା କମିଶନରେଟ ପୋଲିସ । ଅଧିକ ପଢ଼ନ୍ତୁ

author img

By

Published : Mar 26, 2023, 7:45 PM IST

ଚୋରି ସାମଗ୍ରୀ ଫେରସ୍ତ କଲା କମିଶନରେଟ ପୋଲିସ
ଚୋରି ସାମଗ୍ରୀ ଫେରସ୍ତ କଲା କମିଶନରେଟ ପୋଲିସ
ଚୋରି ସାମଗ୍ରୀ ଫେରସ୍ତ ମେଳା, ଚୋରି ସାମଗ୍ରୀ ଫେରସ୍ତ କଲା କମିଶନରେଟ ପୋଲିସ

କଟକ: କମିଶନରେଟ ପୋଲିସ ଆରମ୍ଭ କରିଛି ଉଦ୍ଧାର ସାମଗ୍ରୀ ଫେରସ୍ତ ମେଳା । ଚୋରି ହୋଇଥିବା ମୋବାଇଲ ସହ ଅନେକ ଇଲେକ୍ଟ୍ରୋନିକ ସାମଗ୍ରୀକୁ ତାଙ୍କର ପ୍ରକୃତ ମାଲିକଙ୍କୁ ଫେରାଇଲା କମିଶନରେଟ ପୋଲିସ । କଟକର ବିଭିନ୍ନ ଥାନା ଅଧୀନରେ ପୋଲିସ 117ଟି ମୋବାଇଲ 20ଟି ମଟର ସାଇକେଲ, ଲ୍ୟାପଟପ ଓ ଟିଭି ଫେରାଇଛି ପୋଲିସ । କଟକ ସହରର ବିଭିନ୍ନ ସ୍ଥାନରୁ ବିଭିନ୍ନ ସମୟରେ ଏହି ସାମଗ୍ରୀ ଚୋରମାନଙ୍କ ଦ୍ବାରା ଲୁଟ କରାଯାଇଥିଲା । ଯାହାକୁ ବାହାର ରାଜ୍ୟରେ ବିକ୍ରି କରିବାର ଉଦ୍ୟମ କରିଥିବା ବେଳେ ଅପରାଧୀ ଧରା ପଡିଥିଲେ ।

ତେବେ ପୋଲିସ ନିକଟରେ ମାମଲା ରୁଜୁ ହେବା ପରେ ପୋଲିସ ସେମାନଙ୍କୁ ଟ୍ରାକ କରି ଧରିବାରେ ସଫଳ ହୋଇଛି । ସମସ୍ତ ଲୁଟେରାଙ୍କୁ ପୋଲିସ ଧରି କୋର୍ଟଚାଲାଣ କରିବା ସହ ଲୁଟ ମୋବାଇଲ ଗାଡି ଏବଂ ଅନ୍ୟାନ୍ୟ ସାମଗ୍ରୀ ଜବତ କରିଥିଲା । ଲୁଟ ମୋବାଇଲ ଗାଡିକୁ ଲୁଟେରା ମାନେ ନେଇ କମ ଟଙ୍କାରେ ବିକ୍ରି କରୁଥିଲେ । ତେବେ ଏହିକ୍ରମରେ ଶହଶହ ଲୋକେ ଆଜି ସେମାନଙ୍କ ହଜିଥିବା ସାମଗ୍ରୀ ପାଇ ବେଶ ଖୁସି ବ୍ୟକ୍ତ କରିଛନ୍ତି । ତେବେ ଡିସିପିଙ୍କ କହିବାନୁସାରେ, କଟକ ସହରରେ ପ୍ରତ୍ୟେକ ଦିନ ଏପରି ଚୋରି ମାମଲା ସମ୍ନାକୁ ଆସୁଛି । ଏନେଇ ବିଭିନ୍ନ ଥାନାରେ ଏତେଲା ଦାୟର କରାଯାଇଥିଲା । ତେବ ଏତଲା ପରେ ପୋଲିସ ଏହି ମୋବାଇଲ ଖୋଜିବା ପାଇଁ ଅନେକ ଶ୍ରମ ମଧ୍ୟ କରୁଛି ।

ରାଜ୍ୟ ତଥା ରାଜ୍ୟ ବାହାରେ ଏହି ମୋବାଇଲକୁ ନେଇ କମ ଟଙ୍କାରେ ବିକ୍ରି କରିଦେଇଛନ୍ତି ଦୁର୍ବୃତ୍ତ । ତେଣୁ କମିଶନରେଟ ପୋଲିସ ର ସ୍ୱତନ୍ତ୍ର ଟିମ ଏହି ମୋବାଇଲକୁ ଟ୍ରାକ କରି ଫେରାଇ ଆଣିବାରେ ମଧ୍ୟ ସଫଳ ହେଉଛି। ଏହାସହ ଲୋକମାନେ ମଧ୍ୟ ଏହି ଦିଗରେ ଆହୁରି ସଚେତନ ହେବା ଯଥେଷ୍ଟ ଅଧିକ ରହୁଛି । ସମୟ ବଦଳିବା ଶହ ଚୋର ମାନେ ବେଶ ଚଲାକ ଢ଼ଙ୍ଗରେ ଲୁଟ କରୁଛନ୍ତି । ତେଣୁ ଲୋକେ ସଚେତନ ରହିଲେ ଏପରି ଘଟଣା କମ ଘଟିବା ନେଇ କହିଛନ୍ତି ଡିସିପି ପିନାକ ମିଶ୍ର ।

ତେଣୁ ଲୋକମାନଙ୍କ ଧନ ସମ୍ପତି ଚୋରି ହେବା ଘଟଣାକୁ ମଧ୍ୟ ବେଶ ନଜର ରଖିଛି ପୋଲିସ । ବର୍ତ୍ତମାନ ବି ଅନେକ ଚୋରି ମାମଲା ରହିଛି । ଯେଉଁଠି ଚୋରି ମୋବାଇଲକୁ ଟ୍ରାକ କରିବା ମଧ୍ୟ କଷ୍ଟ ହୋଇପଡୁଛି । ତେବେ ଏହି ଦିଗ ପ୍ରତି ଲୋକେ ସାବଧାନ ହେଲେ ନିଶ୍ଚୟ ଚୋରି ଉପରେ ରୋକ ଲାଗି ପାରିବ ବୋଲି କହିଛନ୍ତି ଡିସିପି ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.