ETV Bharat / state

SCBରେ ଲୁଟେରା ରାଜ, 6 ମାସ ଧରାପଡିଲେଣି ଅନେକ ଦଲାଲ - କଟକ ଏସସିବି ମେଡିକାଲ କଲେଜ

ଏସସିବି ମେଡିକାଲର ପାର୍କିଙ୍ଗ ସ୍ଥାନ ଗୁଡ଼ିକରେ ନାଇଟ ଭିଜନ କ୍ୟାମେରା ଲଗାଇବା ପାଇଁ ଏସସିବି କର୍ତ୍ତୃପକ୍ଷଙ୍କୁ ପରାମର୍ଶ ଦେଇଛି କମିଶନରେଟ ପୋଲିସ । ଅଧିକ ପଢନ୍ତୁ

loot case cuttack scb medical
loot case cuttack scb medical
author img

By

Published : Jun 25, 2023, 3:18 PM IST

loot case cuttack scb medical

କଟକ: କଟକ ଏସସିବି ମେଡିକାଲ କଲେଜ ଉପରେ କମିଶନରେଟ ପୋଲିସର କଡା ନଜର । ପାର୍କିଙ୍ଗ ସ୍ଥାନ ଗୁଡ଼ିକରେ ନାଇଟ ଭିଜନ କ୍ୟାମେରା ଲଗାଇବା ପାଇଁ ଏସସିବି କର୍ତ୍ତୃପକ୍ଷଙ୍କୁ ପରାମର୍ଶ ଦେଇଛି କମିଶନରେଟ ପୋଲିସ । ଏହାସହ ଗତ 6 ମାସ ମଧ୍ୟରେ ଅନେକ ଦଲାଲଙ୍କୁ ଗିରଫ କଲାଣି କମିଶନରେଟ ପୋଲିସ ।

ସୂଚନା ମୁତାବକ, ବିଗତ ଛଅ ମାସ ଭିତରେ ଏସସିବି ପରିସରରୁ ମୋଟ ୩୦ଟି ଦୁଇ ଚକିଆ ଯାନ ଜବତ କରିବା ସହ ମୋଟ 18 ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ମଙ୍ଗଳାବାଗ ଥାନା ପୋଲିସ । ସେହିପରି ରୋଗୀଙ୍କ ସମ୍ପର୍କୀୟ ତଥା ଏସସିବି କର୍ମଚାରୀଙ୍କ ଠାରୁ ଚୋରି କରାଯାଇଥିବା 28ଟି ଚୋରି ମୋବାଇଲ ମଧ୍ୟ ଜବତ ମଧ୍ୟ କରାଯାଇଥିବା ଜଣାପଡିଛି । ତେଣୁ ବର୍ତ୍ତମାନ ସମୟରେରେ ଦଲାଲ ବଡ଼ ମେଡିକାଲରେ ସକ୍ରିୟ ରହିଥିବା ବେଳେ ଚୋରଙ୍କୁ ଧରିବା ପାଇଁ ଏସସିବିର ବିଭିନ୍ନ ସ୍ଥାନରେ ସାଧା ପୋଷାକରେ ପୋଲିସ କର୍ମଚାରୀ ନିୟୋଜିତ ଅଛନ୍ତି । ସେହିପରି ଏହି ଅଭିଯାନକୁ ଆହୁରି ଜୋରଦାର କରାଯିବ ବୋଲି ମଙ୍ଗଳାବାଗ ଥାନା ପକ୍ଷରୁ ସୂଚନା ଦିଆଯାଇଛି । ଏଥିସହ ମେଡିକାଲ ପରିସରରେ ଆଉ କିଛି ନାଇଟ କ୍ୟାମେରା ଆବଶ୍ୟକ ଯାହା ଦ୍ୱାରା ରାତିରେ ଚୋର ଓ ଦଲାଲଙ୍କ ଉପରେ ନଜର ରଖିବ ପୋଲିସ ।

ତେବେ ପୂର୍ବରୁ ରାଜ୍ୟ ସରକାର ଏସସିବି ବଡ଼ ମେଡିକାଲକୁ ଦଲାଲ ମୁକ୍ତ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ବିଭାଗୀୟ ନିର୍ଦ୍ଦେଶ ଆଧାରରେ ଏସିବି ପକ୍ଷରୁ ଗଠନ ହୋଇଛି ଏକ ସ୍ୱତନ୍ତ୍ର ଟିମ । ଯେଉଁ ଟିମ ମେଡିକାଲର ସବୁ ବିଭାଗ ଉପରେ ନଜର ରଖିଛି । ବିଶେଷକରି ମେଡିସନ, କାଜୁଆଲଟି ଓ ଅନ୍ୟାନ୍ୟ ବିଭାଗ ଯେଉଁଠାରେ ଅଧିକ ସଂଖ୍ୟକ ରୋଗୀ ଭର୍ତ୍ତି ହୋଇଥାନ୍ତି । ଯେଉଁଠାରେ ବି ଦଲାଲ ନଜରରେ ଆସିବେ ସେଠାରେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ମେଡିକାଲ ପକ୍ଷରୁ ସୂଚନା ଦିଆଯାଇଛି ।

ଏହାସହ ପୋଲିସର ମଧ୍ୟ ସହାୟତା ଲୋଡିବ ଏସିବି ବଡ଼ ମେଡିକାଲ । ତେବେ ରାଜ୍ୟର ମେଡିକାଲ ମଧ୍ୟରେ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଥିବା ଏସସିବିରେ କଦାପି ଦଲାଲ ମାନଙ୍କୁ ପ୍ରୋତ୍ସାହନ ଦିଆଯିବନି । ଆଉ ଯଦି କୌଣସି ବ୍ୟକ୍ତି ଦଲାଲ କବଳରେ ପଡ଼ନ୍ତି ତେବେ ସଙ୍ଗେ ସଙ୍ଗେ ସୁପରଟେଣ୍ଡ ଅଫିସରେ ଅଭିଯୋଗ ଦାୟର କରିବାକୁ କହିଛନ୍ତି ଏସସିବି ପ୍ରଶାସନିକ ଅଧିକାରୀ ଅଭିନାଶ ରାଉତ ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.