ETV Bharat / state

ମଙ୍ଗଳାବାଗରେ ବ୍ୟାଙ୍କ ଲୁଟ ଉଦ୍ୟମ ବିଫଳ - DCP CUTTACK

ଶୁକ୍ରବାର ସନ୍ଧ୍ୟାରେ ମଙ୍ଗଳବାଗ ଏସବିଆଇ ବ୍ୟାଙ୍କରୁ ହୋଇଥିବା ଲୁଟ ଉଦ୍ୟମ ବିଫଳ ହୋଇଛି । ତେବେ ଆଗକୁ ସହରର ସୁରକ୍ଷା କଡାକଡି କରାଯିବ ବୋଲି ଡିସିପି କହିଛନ୍ତି ।

ଫଟୋ ସୌଜନ୍ୟ- ସମ୍ବାଦଦାତା, କଟକ
author img

By

Published : Jun 29, 2019, 4:16 PM IST

Updated : Jun 30, 2019, 12:03 AM IST

କଟକ: ସିଲଭର ସିଟିରେ ଚାଲିଛି ଲୁଟେରାଙ୍କ ରାଜ । ସନ୍ଧ୍ୟା ହେଲେ ଯୋଜନାବଦ୍ଧ ଭାବେ ଟାର୍ଗେଟ କରୁଛନ୍ତି ସାଧାରଣ ଲୋକେ ଓ ଅର୍ଥକାରବାର କରୁଥିବା ସଂସ୍ଥା ଉପରେ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ମଙ୍ଗଳାବାଗ ଅଞ୍ଚଳରେ । ବ୍ୟାଙ୍କକୁ ଲୁଟ କରିବାକୁ ଆସିଥିଲେ 3 ଜଣ ଲୁଟେରା । କିନ୍ତୁ ସତର୍କ ଘଣ୍ଟି ବାଜିବାରୁ ବ୍ୟାଙ୍କ ଛାଡ଼ି ପଳାଇଥିଲେ ସେମାନେ । ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ହେଲା ଥାନା ପାଖରୁ ମାତ୍ର 200 ମିଟର ଦୂରରେ ରହିଥିଲା ଏସବିଆଇ ବ୍ୟାଙ୍କ । ସେଥିପାଇଁ ପୋଲିସର ସୁରକ୍ଷା ଉପରେ ସୃଷ୍ଟି ହୋଇଛି ପ୍ରଶ୍ନବାଚୀ ।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, କଟକ

ଏହି ଘଟଣା ପରେ ସହରରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯିବ ବୋଲି କହିଛନ୍ତି କଟକ ଡିସିପି ଅଖିଳେଶ୍ବର ସିଂ । ତାଙ୍କ କହିବାନୁଯାୟୀ, ଗତ ରାତି 3 ଟାରେ ବର୍ଷା ହେଉଥିବା ସମୟରେ ଘଟିଥିଲା ଏହି ଘଟଣା । ଯେଉଁଥି ପାଇଁ ଖସି ପଳାଇଥିଲେ ଲୁଟେରା । କିନ୍ତୁ ଖୁବ ଶୀଘ୍ର ଏହି ଲୁଟେରାଙ୍କୁ କମିଶନରେଟ ପୋଲିସ ଧରିବ ବୋଲି କହିଛନ୍ତି କଟକ ଡିସିପି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Intro:କଟକ : କଟକ ରେ ଚାଲିଛି ଲୁଟେରାଙ୍କ ରାଜ । ସନ୍ଧ୍ୟା ହେଲେ ଯୋଜନା ଵଧ ଭାବେ ଟାର୍ଗେଟ ପୂରଣ କରନ୍ତି ଏମାନେ । ଗତକାଲି ମଙ୍ଗଳାବାଗ ଅଞ୍ଚଳ ରେ ବ୍ୟାଙ୍କ କୁ ଟାର୍ଗେଟ କରିଥିଲେ 3 ଲୁଟେରା ।।କିନ୍ତୁ ସତର୍କ ଘଣ୍ଟି ବାଜିବାରୁ ବ୍ୟାଙ୍କ ଛାଡ଼ି ପଳାଇଥିଲେ ସେମାନେ । ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଥାନା ପାଖରୁ ମାତ୍ର 200 ମିଟର ଦୂରରେ ଏହି ଏସବିଆଇ ବ୍ୟାଙ୍କ । ସୁରକ୍ଷା ର ବଳୟ ମଧ୍ୟ ରେ ରହି ମଧ୍ୟ କଣ ପାଇଁ ଲୁଟେରା ଏପରି କାର୍ଯ୍ୟ ବିହାଇଲେ । ସେଥିପାଇଁ ପୋଲିସ ର ସୁରକ୍ଷା ଉପରେ ଉଠିଥିଲା ବଡ଼ ପ୍ରଶ୍ନ ।

Body:ଯାହାର ଉତ୍ତର ସିଧାସଳଖ ରଖିଛନ୍ତି କଟକ ଡିସିପି ଅଖିଳେସ୍ୱର ସିଂ । ତାଙ୍କ କହିବାନୁଯାୟୀ , ଗତ ରାତ୍ରି 3 ଟା ସମୟରେ ବର୍ଷା କୁ ପାଥେୟ କରି ଏହି ଲୁଟ ଉଦ୍ୟମ ହୋଇଥିଲା । ଯୋଉଥିପାଇଁ ଲୁଟେରାମାନେ ଖସି ପଳାଇଥିଲେ । କିନ୍ତୁ ମାତ୍ର କିଛି ଦିନ ମଧ୍ୟରେ ଏହି ଲୁଟେରାଙ୍କୁ ଗିରଫ କରିବ କମିଶନରେଟ ପୋଲିସ । ଏହି ତଦନ୍ତ ସହ ସହର ରେ ସୁରକ୍ଷା ବ୍ୟବସ୍ଥା କୁ କଡାକଡି କରାଯିବ ବୋଲି କହିଛନ୍ତି ସେ ।

Conclusion:ବାଇଟ: ଅଖିଳେସ୍ୱର ସିଂ (ଡିସିପି କଟକ )
Last Updated : Jun 30, 2019, 12:03 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.