ETV Bharat / state

ଜଳ ଜୀବନ ମିଶନ କାର୍ଯ୍ୟରେ ମହା ଘୋଟାଲା, ଅଭିଯୋଗ ଶୁଣୁନାହାନ୍ତି ଅଧିକାରୀ

ଜଳ ଜୀବନ ମିଶନ ଓଭର ହେଡ ଟାଙ୍କି ଓ ପାଇପ ଲାଇନ ବିଛା କାର୍ଯ୍ୟ ଆଳରେ ନିଆଳି ଗ୍ରାମ୍ୟ ପାନୀୟଜଳ ଯୋଗାଣ ବିଭାଗ (୨)ରେ ମହା ଘୋଟାଲା ଚାଲିଥିବା ଅଭିଯୋଗ । ଲୋକପ୍ରତିନିଧି ଓ ସ୍ଥାନୀୟ ଲୋକଙ୍କ ଅଭିଯୋଗ ଶୁଣୁନାହାନ୍ତି ଅଧିକାରୀ । ଓଭର ହେଡ ଟାଙ୍କି ନିର୍ମାଣ କାର୍ଯ୍ୟ କେବେ ସରିବ, ସେନେଇ ସ୍ଥାନୀୟ ଲୋକମାନେ ଦ୍ବନ୍ଦ୍ବରେ । ଅଧିକ ପଢ଼ନ୍ତୁ

author img

By

Published : May 14, 2023, 6:54 PM IST

ଜଳ ଜୀବନ ମିଶନ କାର୍ଯ୍ୟରେ ମହା ଘୋଟାଲା
ଜଳ ଜୀବନ ମିଶନ କାର୍ଯ୍ୟରେ ମହା ଘୋଟାଲା
ଜଳ ଜୀବନ ମିଶନ କାର୍ଯ୍ୟରେ ମହା ଘୋଟାଲା

‌ନିଆଳି: ଗ୍ରାମାଞ୍ଚଳରେ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ଲକ୍ଷ ନେଇ କେନ୍ଦ୍ର ଓ ରାଜ୍ୟ ସରକାର ଆରମ୍ଭ କରିଛନ୍ତି ଜଳ ଜୀବନ ମିଶନ । ଅର୍ଥାତ୍ ପଞ୍ଚାୟତର ପ୍ରତ୍ୟେକ ଅଞ୍ଚଳରେ ଓଭରହେଡ୍‌ ଟାଙ୍କି ନିର୍ମାଣ ହେବ । ପ୍ରତ୍ୟେକ ଗାଁକୁ ପାଇପ୍‌ ଲାଇନ୍‌ ଯୋଗେ ଘରକୁ ଘର ପାଇପ୍‌ ଲାଇନ୍‌ ସଂଯୋଗ କରାଯିବ ଏବଂ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦିଆଯିବ । ଏହି ଲକ୍ଷ୍ୟ ନେଇ ଗତ ୨୦୨୨ ମସିହାରୁ କଟକ ଜିଲ୍ଲା ନିଆଳି ଗ୍ରାମ୍ୟ ପାନୀୟଜଳ ଯୋଗାଣ ବିଭାଗ(୨) ପକ୍ଷରୁ ନିଆଳି ବ୍ଲକର ୧୧ଟି ପଞ୍ଚାୟତରେ ଆରମ୍ଭ ହୋଇଥିଲା ଜଳ ଜୀବନ ମିଶନ ପ୍ରକଳ୍ପ । ଏହି କାର୍ଯ୍ୟର ଦେଖାଶୁଣା କରିବା ପାଇଁ ନିୟୋଜିତ ହୋଇଛନ୍ତି ଯନ୍ତ୍ରୀ ଛନ୍ଦା ଚରଣ ଦେହୁରୀ । ତେବେ ଏହି ପ୍ରକଳ୍ପରେ ମହା ଘୋଟାଲା ଚାଲିଥିବା ନେଇ ଲୋକପ୍ରତିନିଧି ଓ ସ୍ଥାନୀୟ ଲୋକଙ୍କ ଅଭିଯୋଗ ଶୁଣୁନାହାନ୍ତି ଅଧିକାରୀ ।

ଲୋକ ସଂଖ୍ୟା ଅନୁପାତରେ ନିର୍ମାଣ ହେବ ଓଭରହେଡ୍‌ ଟାଙ୍କି । ସର୍ବନିମ୍ନ ୫୦ ହଜାର ଲିଟର କ୍ଷମତା ବିଶିଷ୍ଟ ପାଣି ଟାଙ୍କିରୁ ଆରମ୍ଭ ହୋଇ ୨ ଲକ୍ଷ ଲିଟର କ୍ଷମତା ବିଶିଷ୍ଟ ପାଣି ଟାଙ୍କି ନିର୍ମାଣ ହେବ । ଏହାର ବ୍ୟୟ ଅଟକଳ ଅଲଗା ଅଲଗା ରହିଛି । ୫୦ ହଜାର ଲିଟର କ୍ଷମତା ବିଶିଷ୍ଟ ଓଭର ହେଡ ପାଣି ଟାଙ୍କି ପାଇଁ ୨୦ ଲକ୍ଷ ଟଙ୍କା ବ୍ୟୟ ଅଟକଳ କରାଯାଇଥିବା ବେଳେ ୧ ଲକ୍ଷ ଲିଟର କ୍ଷମତା ବିଶିଷ୍ଟ ଓଭର ହେଡ ଟାଙ୍କି ପାଇଁ ବ୍ୟୟବରାଦ ହୋଇଛି ୩୦ ଲକ୍ଷ ଟଙ୍କା । ସେହିପରି ୧ ଲକ୍ଷ ୫୦ ଲିଟର କ୍ଷମତା ବିଶିଷ୍ଟ ଓଭର ହେଡ ଟାଙ୍କି ପାଇଁ ୩୬ ଲକ୍ଷ ଟଙ୍କା ଏବଂ ୨ ଲକ୍ଷ ଲିଟର କ୍ଷମତା ବିଶିଷ୍ଟ ଓଭର ହେଡ ଟାଙ୍କି ପାଇଁ ୪୩ ଲକ୍ଷ ଟଙ୍କା ବ୍ୟୟ ଅଟକଳ କରିଛନ୍ତି ସରକାର । ପାଇପ ଲାଇନ ବିଛା ପାଇଁ ମଧ୍ୟ ଅଟକଳ ମୂଲ୍ୟ ଅଲଗା ରହିଛି । ଯେଉଁ ପଞ୍ଚାୟତକୁ ପାଇପ ଲାଇନ୍ ବିଛା ଯିବ ଏବଂ ଘରକୁ ଘର ପାଇପ ଲାଇନ ସଂଯୋଗ କରାଯିବ । ଏଥିପାଇଁ ଲେନ୍ଥ୍ ଏବଂ ମିଟର ଅନୁସାରେ ସମ୍ପୃକ୍ତ ଠିକା ସଂସ୍ଥା ତାର ପ୍ରାପ୍ୟ ପାଇବ ବୋଲି ସରକାର ନିୟମ କରିଛନ୍ତି । କିନ୍ତୁ ଏହାର ସମ୍ପୂର୍ଣ୍ଣ ବ୍ୟତିକ୍ରମ ଦେଖିବାକୁ ମିଳିଛି କଟକ ଜିଲ୍ଲା ନିଆଳି ଗ୍ରାମ୍ୟ ପାନୀୟଜଳ ଯୋଗାଣ ବିଭାଗ (୨)ରେ ।

ଅଭିଯୋଗ ଅନୁସାରେ କାର୍ଯ୍ୟାଦେଶ ପୂର୍ବରୁ ନିର୍ମାଣ କାର୍ଯ୍ୟ ନିକଟରେ ସୂଚନା ଫଳକ ନିର୍ମାଣ କରାଯିବାର ସରକାରୀ ବ୍ୟବସ୍ଥା ଥିଲେ ସୁଦ୍ଧା ଠିକାଦାର ଦାୟିତ୍ଵରେ ଥିବା ଯନ୍ତ୍ରୀ ଏହି ନିୟମକୁ ଖୋଲା ଉଲ୍ଲଂଘନ କରିଛନ୍ତି । କେଉଁଠି ଗୋଟିଏ ବି ସ୍ଥାନରେ ସୂଚନା ଫଳକ ଟିଏ ଦେଖିବାକୁ ମିଳୁନାହିଁ । କିଏ କରୁଛି କାର୍ଯ୍ୟ, ଅଟକଳ ମୂଲ୍ୟ କେତେ, କେବେ ଆରମ୍ଭ ହେବ, କେବେ ପ୍ରକଳ୍ପ କାର୍ଯ୍ୟ ସରିବ, ଏହାର ସୂଚନା ନଥିବାରୁ ସ୍ଥାନୀୟ ଲୋକମାନେ ଅଭିଯୋଗ କରିଛନ୍ତି । ସରକାରୀ ନୀତି ନିୟମକୁ ବିଭିନ୍ନ ସ୍ଥାନରେ ମୋଡି ମକଚି ଦେଉଥିବା ଅଭିଯୋଗ ହେଉଛି । ମିଳିଥିବା ସୂଚନା ଏବଂ ଅଭିଯୋଗ ଅନୁସାରେ ନିଆଳି ବ୍ଲକର ଜଲ୍ଲାରପୁର ପଞ୍ଚାୟତର ସାହାନାଜପୁର ଓ ଷୋଳମଙ୍ଗାଠାରେ କାର୍ଯ୍ୟ ଅଧାରେ ଅଟକିଛି । ମାଧବ ପଞ୍ଚାୟତ ଅନ୍ତର୍ଗତ ତଇଲା(ସଦା ଦାଶ ତୋଟା) ମାଧବ ହାଇସ୍କୁଲ ନିକଟରେ ଜାରି ରହିଥିବା କାର୍ଯ୍ୟକୁ ନେଇ କୋର୍ଟରେ ମକଦ୍ଦମା ରୁଜୁ ହୋଇଛି । କୃଷ୍ଣ ପ୍ରସାଦ ପଞ୍ଚାୟତରେ ପୁରୁଣା ବେତଣ୍ତା, ନୂଆ ବେତଣ୍ତା, ନିଜିଗଡ ଓ ତଇଲା ଠାରେ ନିର୍ମାଣ କାର୍ଯ୍ୟ ଠିକାଦାର ନିଜ ମନ ଇଛା କରୁଥିବା ଅଭିଯୋଗ ହୋଇଛି । ସେହିଭଳି ବିନିଶପୁର ପଞ୍ଚାୟତର ବିନିଶପୁର ଠାରେ ମନ୍ଥର ଗତିରେ ଚାଲିଛି କାର୍ଯ୍ୟ । ‌ନିଭରଣ ପଞ୍ଚାୟତ ସୁନିଦା ଓ ନିଭରଣ ଠାରେ ଅଧାପନ୍ତରିଆ କାର୍ଯ୍ୟ ହୋଇ ପଡ଼ିରହିଛି । ‌ରତପୁର ପଞ୍ଚାୟତର ବନମାଳୀପୁର ଠାରେ ମଧ୍ୟ ସେହିଭଳି ଚାଲିଛି କାର୍ଯ୍ୟ । ଷଢାଂଶ ପଞ୍ଚାୟତର ଷଢାଂଶ, କଣ୍ଟିଶାଳ ଓ ଗୁଣ୍ତର ଠାରେ ମନ୍ଥର ଗତିରେ ଚାଲିଛି କାର୍ଯ୍ୟ । ତିହୁଡି ପଞ୍ଚାୟତର ଜୁଆଙ୍ଗ ଏବଂ ବାଘମରା ଠାରେ ମଧ୍ୟ ଏହି ନିର୍ମାଣ କାର୍ଯ୍ୟ ଅଧା ହୋଇ ପଡିଛି । ‌ପହଙ୍ଗା ପଞ୍ଚାୟତର ବାଲିସାହି ଓ ସୁନ୍ଦରଦା ଠାରେ କାର୍ଯ୍ୟ ଅଧାପନ୍ତରିଆ । ‌ବାହାରଣା ପଞ୍ଚାୟତରେ ବରିମୁଣ୍ତେଇ, ବାହାରଣା ଓ ବଗଲଗଡ ଠାରେ ନିର୍ମାଣ କାର୍ଯ୍ୟ ଅଧାପନ୍ତରିଆ ହୋଇ ପଡି ରହିଛି । ‌କପାସି ପଞ୍ଚାୟତର କପାସି, ପୋଦନା ଏବଂ ବରାଡ ଠାରେ କାର୍ଯ୍ୟ ମନ୍ଥର ଗତିରେ ଚାଲିଛି । ଏହି ସବୁ ପଞ୍ଚାୟତରେ ଜଳ ଜୀବନ ମିଶନ ଜରିଆରେ ନିର୍ମାଣ ହେଉଛି ଓଭର ହେଡ ଟାଙ୍କି କାର୍ଯ୍ୟ ।

କେଉଁଠି ଆରମ୍ଭ ହେଉଛି ତ ଆଉ କେଉଁଠି ଅଧା ବାଟରେ ପଡି ରହିଛି ଏବଂ କାର୍ଯ୍ୟ ସମୟରେ ବିଭାଗୀୟ ଅଧିକାରୀଙ୍କ ଦେଖା ନଥିବା ଅଭିଯୋଗ ହେଉଛି । ମାଟିଠାରୁ ଓଭର ହେଡ ଟଙ୍କି ଉଚ୍ଚତା ୧୫ ମିଟର ହେଉଥିବା ବେଳେ ଛାତ ଢଳେଇ, ରଡ୍‌ ବାଇଡିଂ କିପରି ଚାଲିଛି ଏହାର ଉତ୍ତର ଅଧିକାରୀ ଦେବାକୁ ଅକ୍ଷମ । ଏ ତ ଗଲା ଓଭର ହେଡ ଟାଙ୍କି ନିର୍ମାଣ କାର୍ଯ୍ୟ । ଗାଁକୁ ଗାଁ ପାଇପ୍‌ଲାଇନ୍‌ ବିଛାଇବା କାର୍ଯ୍ୟରେ ବହୁ ଚଞ୍ଚକତା ମଧ୍ୟ କରାଯାଇଛି ବୋଲି ଅଭିଯୋଗ ହୋଇଛି ।‌ ତଉଡ଼ା ଓ ଗଭୀର ତିନି ଫୁଟ ଖନନ କରାଯିବାର ନିୟମ ରହିଥିବା ବେଳେ ୨ ଫୁଟ ବା ଅଢେଇ ଫୁଟ ଖନନ କରାଯାଇ ପାଇପ୍ ଲାଇନ ବିଛା ଯାଇଥିବା ନେଇ ସ୍ଥାନୀୟ ଲୋକମାନେ ଅଭିଯୋଗ କରିଛନ୍ତି । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ନିଆଳି ବ୍ଲକର ପାନୀୟଜଳ ଯୋଗାଣ ବିଭାଗ (୨)ରେ ଲକ୍ଷ୍ୟ ସାଧିତ ହେବା ସନ୍ଦେହ ପ୍ରକଟ ହୋଇଛି ବୋଲି ବିଭିନ୍ନ ପଞ୍ଚାୟତର ସରପଞ୍ଚ ଓ ସ୍ଥାନୀୟ ଲୋକମାନେ ଅଭିଯୋଗ କରିଛନ୍ତି ।‌ ଏହି ସମ୍ପର୍କରେ ବିଭାଗୀୟ ଯନ୍ତ୍ରୀଙ୍କ ପ୍ରତିକ୍ରିୟା ପାଇଁ ବାରମ୍ବାର ଯୋଗାଯୋଗ କରାଯାଇଥିଲେ ମଧ୍ୟ ଯନ୍ତ୍ରୀ ଧରାଛୁଆଁ ଦେଉନାହାନ୍ତି । ଫଳରେ ସରକାରଙ୍କ କୋଟି କୋଟି ଟଙ୍କାର ପ୍ରକଳ୍ପ ଗତି କେଉଁ ଆଡକୁ ଯିବ ତାହା ଆକଳନ କରିବା ମୁସ୍କିଲ୍‌ ହୋଇପଡିଛି ।

ଇଟିଭି ଭାରତ, ନିଆଳି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.