କଟକ: ଜିଲ୍ଲାରେ ବିକ୍ରି ହେବ ନାହିଁ ମଦ । ଜିଲ୍ଲାର ସମସ୍ତ ମଦ ଦୋକାନକୁ ସିଲ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ ଭବାନୀ ଶଙ୍କର ଚଇନି ।
କଟକ ଜିଲ୍ଲା ଗ୍ରୀନ ଜୋନରେ ରହିଛି । କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ଗ୍ରୀନ ଜୋନରେ ମଦ ଦୋକାନ ଖୋଲିପାରିବ । ହେଲେ ଏ ନେଇ ବର୍ତ୍ତମାନ ସୁଦ୍ଧା ରାଜ୍ୟ ସରକାରଙ୍କ ପକ୍ଷରୁ କୌଣସି ସ୍ପଷ୍ଟ ନିର୍ଦ୍ଦେଶ ମିଳିନାହିଁ । ଏଣୁ ମଦ ଦୋକାନ ଗୁଡିକୁ ସିଲ କରିବା ପାଇଁ ଅବକାରୀ ବିଭାଗକୁ ଜିଲ୍ଲାପାଳ ଚଇନି ନିର୍ଦ୍ଦେଶ ଦେଇଛନ୍ତି ।
କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ