ETV Bharat / state

ଉଗ୍ର ହେଲେ କଟକିଆ, ଜୋର ଧରିଲା ମଦ ବିରୋଧୀ ଆନ୍ଦୋଳନ

ମଦ ବ୍ୟବସାୟକୁ ନେଇ ଉଗ୍ର ହେଲେ କଟକିଆ । ରାଜାବଗିଚା ନିକଟରେ ଥିବା ମଦ ଦୋକାନକୁ ସେଠାରୁ ଉଠାଇବା ପାଇଁ ସ୍ଥାନୀୟ ବାସିନ୍ଦା ଦାବି କରିଛନ୍ତି । ଅଧିକ ପଢନ୍ତୁ...

author img

By

Published : Aug 13, 2021, 4:44 PM IST

ଉଗ୍ର ହେଲେ କଟକିଆ, ଜୋର ଧରିଲା ମଦ ବିରୋଧୀ ଆନ୍ଦୋଳନ
ଉଗ୍ର ହେଲେ କଟକିଆ, ଜୋର ଧରିଲା ମଦ ବିରୋଧୀ ଆନ୍ଦୋଳନ

କଟକ: କଟକରେ ତୀବ୍ର ହେଉଛି ମଦ ବିରୋଧୀ ଆନ୍ଦୋଳନ । ପ୍ରଥମ ବିଭିନ୍ନ ଦଳର ନାରାବାଜୀ ପରେ ଏବେ ତାତିଛନ୍ତି କଟକିଆ । ରାଜାବଗିଚା ଲେବର କଲୋନୀରେ ଥିବା ବିଦେଶୀ ମଦକୁ ସେଠାରୁ ଉଠେଇବା ପାଇଁ ଜୋର ଧରିଛି ସ୍ଥାନୀୟ ବାସିନ୍ଦାଙ୍କ ସ୍ବର ।

କାରଣ ବର୍ତ୍ତମାନ ସମୟରେ ଯୁବବର୍ଗଙ୍କୁ ବିପଥଗାମୀ କରୁଛି ଏହି ମଦ । ତେବେ ଏହି ଆନ୍ଦୋଳନ ଆଜିଠୁ ଆରମ୍ଭ ହୋଇଛି । ଯଦି ସରକାର ଏହି ଦିଗରେ କିଛି ପଦକ୍ଷେପ ନ ନେଲେ ତେବେ ଆଗମୀ ଦିନରେ କଟକରେ ଉଗ୍ର ରୂପ ନେବ ମଦ ବିରୋଧୀ ଆନ୍ଦୋଳନ । ଜିଲ୍ଲାର ସ୍କୁଲ, କଲେଜ, ମନ୍ଦିର, ମସଜିଦ ସାମ୍ନାରେ ଖୁଲମଖୋଲା ଭାବେ ମଦ ଦୋକାନ ଖୋଲାଯାଇ ବ୍ୟବସାୟ କରାଯାଉଛି । ମଦ ବ୍ୟବସାୟ ଉପରେ ରୋକ ଲଗାଇବା ପାଇଁ ଗତ କିଛି ଦିନ ତଳେ ରାଜ୍ୟ ଅବକାରୀ ନିର୍ଦ୍ଦେଶାଳୟ ସମ୍ମୁଖରେ ଆନ୍ଦୋଳନ କରିଥିଲା କଂଗ୍ରେସ ଦଳ ।

ଏଥିପାଇଁ ଆଜିର ଯୁବଗୋଷ୍ଠୀ ତଳିତଳାନ୍ତ ହେଉଛନ୍ତି ବୋଲି ଅଭିଯୋଗ କରିଥିଲା କଂଗ୍ରେସ । ସେହିପରି ଯଦି ଆଗାମୀ ଦିନରେ କଟକରେ ମାତ୍ରାଧିକ ମଦ ଦୋକାନ ଖୋଲିବା ନେଇ ଅବକାରୀ କମିଶନର ନିର୍ଦ୍ଦେଶ ଦିଅନ୍ତି, ତେବେ କଂଗ୍ରେସ ଏହାର ଉଚିତ ଜବାବ ଦେବ ବୋଲି ଚେତାବନୀ ଦେଇଥିଲା ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.