କଟକ: ବଜ୍ରାଘାତ ନେଲା 3 ଜୀବନ । ବିଲରେ କାମ କରୁଥିବା ବେଳେ ଘଟିଛି ଅଘଟଣ । ଯାହାକୁ ନେଇ ଗ୍ରାମରେ ଶୋକର ଛାୟା ଖେଳିଯାଇଛି। ମାହାଙ୍ଗା ନିର୍ବାଚନ ମଣ୍ଡଳୀରେ ଘଟିଛି ଏପରି ଅଭାବନୀୟ ଘଟଣା।
ସୂଚନା ମୁତାବକ, ନିରଞ୍ଜନ ମଲ୍ଲିକ ଓ ରଞ୍ଜନ ବେହେରା ବିଲରେ କାମ କରୁଥିବା ବେଳେ ବଜ୍ରାପାତ ଘଟିଥିଲା । ଉଭୟ ବଜ୍ରାଘାତର ଶିକାର ହୋଇଥିବା ବେଳେ ଉଭୟଙ୍କୁ ଡାକ୍ତର ମୃତ ଘୋଷଣା କରିଛନ୍ତି ।
ସେହିପରି ନିର୍ବାଚନ ମଣ୍ଡଳୀର ଲଳିତଗିରି ଗ୍ରାମରେ ଘଟିଛି ସମାନ ଅଘଟଣ । 47 ବର୍ଷୀୟ ବାବୁଲି ଜେନାଙ୍କ ବଜ୍ରପାତରେ ମୃତ୍ୟୁ ଘଟିଛି । ଲଳିତଗିରି ପାହାଡ଼ ଉପରେ ଛେଳି ଜଗିଥିବା ବେଳେ ବଜ୍ରପାତରେ ତାଙ୍କର ମୃତ୍ୟୁ ହୋଇଛି l
କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ