ETV Bharat / state

ପରୀକୁ ମିଳିବ ନ୍ୟାୟ, ଚାଷୀ ମଧ୍ୟ ହସିବ: ଲେଖାଶ୍ରୀ

author img

By

Published : Dec 15, 2020, 8:49 PM IST

ପରୀ ପାଇଁ ନ୍ୟାୟ ଦାବିରେ ଭୁବନେଶ୍ବରରୁ ନୟାଗଡ ଯଦୁପୁର ଅଭିମୁଖେ ବିଜେପିର ବିଶାଳ ପଦଯାତ୍ରା । ଅଧିକ ପଢନ୍ତୁ...

ପରୀକୁ ମିଳିବ ନ୍ୟାୟ, ଚାଷୀ ମଧ୍ୟ ହସିବ : ଲେଖାଶ୍ରୀ

କଟକ: ପରୀ ପାଇଁ ନ୍ୟାୟ ଦାବିରେ ବିଜେପିର ପଦଯାତ୍ରା । ଆସନ୍ତା 20 ତାରିଖରେ ଭୁବନେଶ୍ବରରୁ ନୟାଗଡ ଯଦୁପୁର ଅଭିମୁଖେ ଏହି ବିଶାଳ ପଦ ଯାତ୍ରା ବାହାରିବ । ଯାହା 24ରେ ଯଦୁପୁରରେ ପହଞ୍ଚି ଏକ ବଡ ଜନସଭା ଆୟୋଜନ ହେବ । ଏହି ପଦଯାତ୍ରାର ମୁଖ୍ୟ ଲକ୍ଷ୍ୟ ଉଚ୍ଚ ଶିକ୍ଷାମନ୍ତ୍ରୀ ଅରୁଣ ସାହୁଙ୍କୁ ଶୀଘ୍ର ପଦବୀରୁ ବହିଷ୍କାର ଓ ପରୀ ମାମଲାର ତଦନ୍ତ ଭାର ସିବିଆଇକୁ ହସ୍ତାନ୍ତର କରିବା ବୋଲି ବିଜେପି ରାଜ୍ୟ ସାଧରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର ମଙ୍ଗଳବାର ସୂଚନା ଦେଇଛନ୍ତି । ଏହାବ୍ୟତୀତ ରାଜ୍ୟରେ ମଣ୍ତି ଅବ୍ୟବସ୍ଥା, କଟନୀ ଛଟନୀ ଓ ଟୋକନ ବ୍ୟବସ୍ଥା ଘଟଣାରେ ବିଜେପି ଆନ୍ଦୋଳନ କରିବ ବୋଲି ସେ କହିଛନ୍ତି ।

ତେବେ ନୂତନ କୃଷି ଆଇନ ପ୍ରତ୍ୟାହାର ଆନ୍ଦୋଳନ ସମ୍ପର୍କରେ ମଧ୍ୟ ଲେଖାଶ୍ରୀ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, "ଆଇନକୁ ନେଇ ଯେଉଁ ଆନ୍ଦୋଳନ ପ୍ରକାଶ ପାଇଛି ତାହା କେବଳ ରାଜନୀତିକୁ ଆଖି ଆଗରେ ରଖି । ପ୍ରଧାନମନ୍ତ୍ରୀଙ୍କ ମୋଦିଙ୍କ ଲୋକପ୍ରିୟତା ଦିନକୁ ଦିନ ବୃଦ୍ଧି ପାଉଥିବା ଯୋଗୁଁ ବିରୋଧୀମାନେ ହିଁ ଏପରି ଚକ୍ରାନ୍ତ କରିଛନ୍ତି । ତେବେ ଯାହା ବି ହେଉ କୃଷକମାନଙ୍କ ସୁବିଧା କ୍ଷେତ୍ରରେ ସରକାର ସର୍ବଦା ଅଛି ଆଉ ରହିବ ।"

ଏହାସହ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କାଳିଆ ଯୋଜନା ମାଧ୍ୟମରେ ଲୋକଙ୍କୁ ଠକିଥିବା ଅଭିଯୋଗ କରିବା ସହିତ ଏହାକୁ ନିନ୍ଦା କରିଛନ୍ତି । ନିଶ୍ଚୟ କୃଷକ ହସିବ ବୋଲି ଆମେ ଆଶାବାଦୀ ଥିବା ବିଜେପି ନେତ୍ରୀ କହିଛନ୍ତି ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.