ETV Bharat / state

ଆଇନଜୀବୀଙ୍କ ବିକ୍ଷୋଭ ଶୋଭାଯାତ୍ରା, ଦାବିପତ୍ର ପ୍ରଦାନ

ଆଇନଜୀବୀଙ୍କ ବିଭିନ୍ନ ସମସ୍ୟାକୁ ନେଇ ଆଜି ରାଜ୍ୟବ୍ୟାପୀ କାର୍ଯ୍ୟରୁ ନିବୃତ୍ତ ରହିଛନ୍ତି ଓକିଲ। ଏଥିସହିତ ପ୍ରତିଟି ଜିଲ୍ଲାରେ ରହିଥିବା ବାର୍ ପକ୍ଷରୁ ଆଜି ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି ।

author img

By

Published : Feb 11, 2019, 10:55 PM IST

ଫଟୋ ସୌଜନ୍ୟ- ସମ୍ବାଦଦାତା, କଟକ

କଟକ: ଆଇନଜୀବୀଙ୍କ ବିଭିନ୍ନ ସମସ୍ୟାକୁ ନେଇ ଆଜି ରାଜ୍ୟବ୍ୟାପୀ କାର୍ଯ୍ୟରୁ ନିବୃତ୍ତ ରହିଛନ୍ତି ଓକିଲ। ଏଥିସହିତ ପ୍ରତିଟି ଜିଲ୍ଲାରେ ରହିଥିବା ବାର୍ ପକ୍ଷରୁ ଆଜି ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି । କଟକରେ ମଧ୍ୟ ଆଜି ହାଇକୋର୍ଟ ବାର ଆସୋସିଏସନ, ରାଜ୍ୟ ବାର ଆସୋସିଏସନ ସମେତ ଅନ୍ୟାନ୍ୟ ବାର ଆସୋସିଏସନର ଆଇନଜୀବୀମାନେ ଏକାଠି ହୋଇଥିଲେ।

ଏକ ରାଲି ବାହାର କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ ଆଇନଜୀବୀ । ସେଠାରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରିଥିଲେ । ଆଇନଜୀବୀଙ୍କ କଲ୍ୟାଣ ପାଇଁ କେନ୍ଦ୍ର ବଜେଟରେ ବାର୍ଷିକ ୫ ହଜାର କୋଟି ଟଙ୍କାର ବ୍ୟୟ ବରାଦ, ବୀମା ବ୍ୟବସ୍ଥା, ନୂଆ ଭାବେ ଯୋଗ ଦେଉଥିବା ଆଇନଜୀବୀଙ୍କୁ ୫ରୁ ୧୦ ହଜାର ଟଙ୍କା ଷ୍ଟାଇପେଣ୍ଡ ପ୍ରଦାନ ଭଳି ବିଭିନ୍ନ ଦାବି ରଖାଯାଇଛି।

ବାର କାଉନସିଲ ଅଫ ଇଣ୍ଡିଆର ଏହି ଡାକରାରେ ସାମିଲ ହୋଇଥିଲା ରାଜ୍ୟ ବାର ଆସୋସିଏସନ । ରାଜ୍ୟ ବାର ଆସୋସିଏସନର ନିର୍ଦ୍ଦେଶ ମୁତାବକ ଆଜି ସମସ୍ତ ବାର ଆସୋସିଏସନରେ ଆଇନଜୀବୀମାନେ ଏକାଠି ହୋଇ ଦାବି ପତ୍ର ପ୍ରଦାନ କରିଛନ୍ତି । ଆସନ୍ତାକାଲି ମଧ୍ୟ ଭୁବନେଶ୍ବରଠାରେ ରାଜ୍ୟର ବିଭିନ୍ନ ବାରର ଆଇନଜୀବୀମାନେ ଏକାଠି ହୋଇ ରାଜ୍ୟପାଳଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି। ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ରାଜ୍ୟପାଳଙ୍କୁ ମଧ୍ୟ ଆସନ୍ତାକାଲି ଦାବିପତ୍ର ପ୍ରଦାନ କରାଯିବ ବୋଲି କହିଛନ୍ତି ହାଇକୋର୍ଟ ବାର ଆସୋସିଏସନର ସମ୍ପାଦକ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Intro:Body:

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.