ETV Bharat / state

ଆସନ୍ତା 21 ପର୍ଯ୍ୟନ୍ତ ଓକିଲଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ

author img

By

Published : Oct 16, 2019, 7:22 PM IST

ସବୁ ବାର ଆସୋସିଏନକୁ ହାଇକୋର୍ଟ ପୂର୍ଣ୍ଣ ଖଣ୍ଡପୀଠର ନୋଟିସକୁ ବିରୋଧ କରି ଆସନ୍ତା 21 ପର୍ଯ୍ୟନ୍ତ ଜାରି ରହିବ ଓକିଲଙ୍କ ଆନ୍ଦୋଳନ । ଅଧିକ ପଢନ୍ତୁ....

ଓକିଲଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ

କଟକ: ସମସ୍ତ ବାର ଆସୋସିଏସନକୁ ହାଇକୋର୍ଟ ପୂର୍ଣ୍ଣ ଖଣ୍ଡପୀଠଙ୍କ ନୋଟିସ୍ ପ୍ରସଙ୍ଗ । ନୋଟିସ୍‌କୁ ବିରୋଧ କରି ଆସନ୍ତା 21 ତାରିଖ ପର୍ଯ୍ୟନ୍ତ ଓକିଲଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ଜାରି ରଖିବାକୁ ନିଷ୍ପତ୍ତି । ଏଥିସସହ ଆସନ୍ତା 18 ତାରିଖରେ ହାଇକୋର୍ଟ ପରିସରରେ ରାଜ୍ୟର ସମସ୍ତ ବାରର ସଭାପତି ଓ ସମ୍ପାଦକଙ୍କୁ ନେଇ ବସିବ ଗୁରୁତ୍ବପୂର୍ଣ୍ଣ ବୈଠକ । ଏହି ବୈଠକରେ ନୋଟିସ୍ ସମ୍ପର୍କରେ ଆଲୋଚନା କରାଯିବା ନେଇ ସୂଚନା ଦେଇଛନ୍ତି ହାଇକୋର୍ଟ ବାର ଆସୋସିଏସନର ସଭାପତି ।

ଓକିଲଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ

ଏହାସହ ଆସନ୍ତା ଗୁରୁବାର ହାଇକୋର୍ଟ ବାରର ଏକ ପ୍ରତିନିଧି ଦଳ ରାଜ୍ୟ ଆଇନ ମନ୍ତ୍ରୀଙ୍କୁ ଭେଟି ଘଟଣା ସମ୍ପର୍କରେ ଆଲୋଚନା କରିବେ । କେବଳ ସେତିକି ନୁହେଁ ଏହି ସମସ୍ୟା ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, କେନ୍ଦ୍ର ଆଇନମନ୍ତ୍ରୀଙ୍କୁ ଭେଟି ଜଣାଯିବ ବୋଲି ସେ କହିଛନ୍ତି । ତେବେ 18 ତାରିଖରେ ବୈଠକ ବସିବା ପରେ ଆନ୍ଦୋଳନର ପରବର୍ତ୍ତୀ କାର୍ଯ୍ୟପନ୍ଥା ସ୍ଥିର କରାଯିବ ସଭାପତି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।

ପ୍ରକାଶ ଯେ, ହାଇକୋର୍ଟରେ ୨୭ ଜଣ ବିଚାରପତି ଆବଶ୍ୟକ ଥିବାବେଳେ ମାତ୍ର ୧୪ ଜଣ ବିଚାରପତିଙ୍କୁ ନେଇ ବିଚାର ପ୍ରକ୍ରିୟା କରାଯାଉଛି । ହାଇକୋର୍ଟରେ ୧ ଲକ୍ଷ ୭୨ ହଜାର ମାମଲା ବିଚାରଧୀନ ଥିବାବେଳେ, ଟ୍ରିବୁନାଲର ପାଖାପାଖି ୭୨ ହଜାର ମାମଲା ବିଚାରଧୀନ ରହିଛି । ତେବେ ଆବଶ୍ୟକ ସଂଖ୍ୟକ ବିଚାରପତି ନଥିବାରୁ ସାଧାରଣ ଲୋକ ନ୍ୟାୟିକ ସେବା ପାଇବାରୁ ବଞ୍ଚିତ ହେଉଛନ୍ତି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Intro:ରାଜ୍ୟର ସମସ୍ତ ବାର କୁ ହାଇକୋର୍ଟ ଫୁଲ ଵେଞ୍ଚ ନୋଟିସ ପଠାଇବା ପ୍ରସଙ୍ଗରେ, ଆସନ୍ତା ୨୧ ତାରିଖ ପର୍ଯ୍ୟନ୍ତ କାର୍ୟବନ୍ଦ ଆନ୍ଦୋଳନ ଜାରି ରଖିବେ ହାଇକୋର୍ଟ ବାର ଆଇନଜୀବି।ଏଥିସହ ଆସନ୍ତା ୧୮ ତାରିଖରେ ହାଇକୋର୍ଟ ପରିସରରେ ରାଜ୍ୟ ର ସମସ୍ତ ବାର ର ସଭାପତି ଓ ସମ୍ପାଦକଙ୍କୁ ନେଇ ଗୁରୁତ୍ବପୂର୍ଣ ବୈଠକ କରାଯିବ।ଏହି ବୈଠକ ରେ ନୋଟିସ ସମ୍ପର୍କରେ ଆଲୋଚନା କରାଯିବ।ତେବେ ଆସନ୍ତା ୨୧ ତାରିଖ ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରଖିବାକୁ ହାଇକୋର୍ଟ ବାର ଆଜି ନିଷ୍ପତି ନେଇଛି।ହାଇକୋର୍ଟ ସହ କଟକ ର ସମସ୍ତ ବାର କୁ ୨୧ ତାରିଖ ପର୍ଯ୍ୟନ୍ତ କାର୍ୟବନ୍ଦ ଆନ୍ଦୋଳନ ରେ ସାମିଲ ହେବାକୁ ଆହ୍ବାନ କରିଛି ହାଇକୋର୍ଟ ବାର ଆସୋସିଏସନ।
ହାଇକୋର୍ଟ ରେ ୨୭ ଜଣ ବିଚାରପତି ଆବଶ୍ୟକ ଥିବାବେଳେ ମାତ୍ର ୧୪ ଜଣ ବିଚାରପତି ଙ୍କୁ ନେଇ ବିଚାର ପ୍ରକ୍ରିୟା କରାଯାଉଛି।ହାଇକୋର୍ଟ ରେ ୧ ଲକ୍ଷ ୭୨ ହଜାର ମାମଲା ବିଚାର ଧିନ ଥିଲା ବେଳେ,ଟ୍ରିବୁନାଲ ର ପାଖାପାଖି ୭୨ ହଜାର ମାମଲା ବିଚାରଧୀନ ରହିଛି।ତେବେ ଆବଶ୍ୟକ ସଂଖ୍ୟକ ବିଚାରପତି ନଥିବାରୁ ସାଧାରଣ ଲୋକ ନ୍ୟାୟିକ ସେବା ପାଇବାରୁ ବଞ୍ଚିତ ହେଉଛନ୍ତି।
ଅନେଇ ଆସନ୍ତାକାଲି ହାଇକୋର୍ଟ ବାର ର ଏକ ପ୍ରତିନିଧି ରାଜ୍ୟ ଆଇନମନ୍ତ୍ରୀ ଙ୍କୁ ଭେଟି ଘଟଣା ସମ୍ପର୍କରେ ଆଲୋଚନା କରିବେ।ସେହିପରି ଏହି ସମସ୍ୟା କୁ ନେଇ ରାଷ୍ଟ୍ରପତି,ପ୍ରଧାନମନ୍ତ୍ରୀ ,କେନ୍ଦ୍ର ଆଇନମନ୍ତ୍ରୀ ଙ୍କୁ ଭେଟି ସମସ୍ୟା ସମ୍ପର୍କରେ ଆଲୋଚନା କରିବ ହାଇକୋର୍ଟ ବାର ର ପ୍ରତିନିଧି ଦଳ।ତେବେ ଆସନ୍ତା ୧୮ ତାରିଖରେ ରାଜ୍ୟର ସମସ୍ତ ବାର ମାନଙ୍କୁ ନେଇ ଗୁରୁତ୍ବପୂର୍ଣ ବୈଠକରେ ଆନ୍ଦୋଳନର ପରବର୍ତ୍ତି କାର୍ଯ୍ୟପନ୍ଥା ଗ୍ରହଣ କରାଯିବ ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ହାଇକୋର୍ଟ ବାର ସଭାପତି ସୂଚନା ଦେଇଛନ୍ତି।

ବାଇଟ - ଗୋପାଳ ମହାନ୍ତି,ସଭାପତି ,ହାଇକୋର୍ଟ ବାର ଆସୋସିଏସନ।Body:No needConclusion:No need
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.