ETV Bharat / state

ସ୍ବଚ୍ଛତାକୁ ନେଇ କଟକରେ ସଚେତନତା ଅଭାବ ରହିଛି : ମେୟର

author img

By

Published : Oct 12, 2022, 4:12 PM IST

କଟକର ସ୍ବଚ୍ଛତାକୁ ନେଇ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିଛନ୍ତି କଟକ ମେୟର ସୁବାସ ସିଂହ । ଏହା ନେଇ ସେ କହିଛନ୍ତି "କଟକବାସୀଙ୍କ ଠାରେ ସଚେତନତା ଅଭାବ ରହିଛି । ପ୍ରଥମେ ଆମେ ଲୋକଙ୍କୁ ସଚେତନ କରିବୁ ଏହା ପରେ ଅମାନିଆଙ୍କ ବିରୋଧରେ ଦୃଢ କାର୍ଯାନୁଷ୍ଠାନ ନିଆଯିବ ।" ଅଧିକ ପଢନ୍ତୁ

ସ୍ବଚ୍ଛତାକୁ ନେଇ କଟକରେ ସଚେତନତା ଅଭାବ ରହିଛି : ମେୟର
ସ୍ବଚ୍ଛତାକୁ ନେଇ କଟକରେ ସଚେତନତା ଅଭାବ ରହିଛି : ମେୟର

କଟକ: କଟକର ସ୍ବଚ୍ଛ ବାତାବରଣକୁ ନେଇ ଅଣ୍ଟା ଭଡିଲା ସିଏମସି । ସହରର ସ୍ବଚ୍ଛତା ପାଇଁ ଆଉ ପଦେ ଆଗେଇଲା ଜିଲ୍ଲା ପ୍ରଶାସନ । କଟକର ସ୍ବଚ୍ଛତାକୁ ନେଇ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିଛନ୍ତି କଟକ ମେୟର ସୁବାସ ସିଂହ । କଟକକୁ ଜାତୀୟ ସ୍ତରରେ ସ୍ବଚ୍ଛତାକୁ ନେଇ ଏକ ପ୍ରଥମ ଥର ପାଇଁ ଏକ ପ୍ରମାଣ ପତ୍ର ମିଳିଛି । ଏହାକୁ ନେଇ ବେଶ୍ ତତ୍ପର ଦେଖାଦେଇଛନ୍ତି କଟକ ମେୟର । ସ୍ବଚ୍ଛତାକୁ ନେଇ ଭୁବନେଶ୍ବର ଯେଉଁ ଧାରାରେ ଚାଲିଛି ସେହି ଧାରାରେ ଆମେ ମଧ୍ୟ ଚାଲିବୁ । କଟକବାସୀଙ୍କ ଠାରେ ସଚେତନତାର ଅଭାବ ରହିଛି । ପ୍ରଥମେ ଆମେ ଲୋକଙ୍କୁ ସଚେତନ କରିବୁ ଏହା ପରେ ଅମାନିଆଙ୍କ ବିରୋଧରେ ଦୃଢ କାର୍ଯାନୁଷ୍ଠାନ ନିଆଯିବ ।"

ପରିମଳ ଦିଗରେ ପଛରେ ରହିଯାଇଛି ଭାଇଚାରାର ସହର କଟକ । ଦୀର୍ଘ ବର୍ଷ ଧରି କଟକରେ ରାସ୍ତା କଡରେ ପଡୁଛି କୁଢ଼ କୁଢ ଅଳିଆ ଆବର୍ଜନା । ତେବେ ଏହି ଦିଗରେ ଭୁବନେଶ୍ବର ମହାନଗର ନିଗମ ଅନେକ ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ନେଇଥିଲା । ତେବେ କଟକରେ ପରିମଳ ବ୍ୟବସ୍ଥାରେ ରୂପରେଖ ବଦଳାଇବା ପାଇଁ ସିଏମସି ମାଷ୍ଟରପ୍ଲାନ ପ୍ରସ୍ତୁତ କରିଛି ।

କଟକ ପରିମଳ ବ୍ୟବସ୍ଥା ବିଷୟରେ ମେୟର କହିଛନ୍ତି ଯେ, "କଟକକୁ ସ୍ବଚ୍ଛ ରଖିବା ପାଇଁ ସିଏମସି ତରଫରୁ ଏକ ପଦକ୍ଷେପ ଗ୍ରହଣ କରାଯାଇଛି । ସହର ପରିଷ୍କାର ପାଇଁ ଯେଉଁମାନେ ଟେଣ୍ଡର ନେଇଛନ୍ତି ସେମାନଙ୍କୁ ମନା କରି ଆମେ ନୂଆ ଟେଣ୍ଡର ଆଣିବୁ । ସ୍ବଚ୍ଛତାର ଜାତୀୟ ମନଚିତ୍ରରେ ଆଗରୁ କେବେ କଟକରେ ନାମ ରହିନଥିଲା । ପ୍ରଥମ ଥର ପାଇଁ କଟକ ସ୍ବଚ୍ଛତାର ଏକ ପ୍ରମାଣପତ୍ର ପାଇଛି । ଏହି ପ୍ରମାଣପତ୍ର ଦର୍ଶାଇଛି କି କଟକ ସ୍ବଚ୍ଛତାର ଗୋଟିଏ ପାଦ ଆଗକୁ ବଢିଛି । ଆମେ ଚେଷ୍ଟା କରୁଛୁ ରାଜଧାନୀ ଭୁବନେଶ୍ବର ଯେମିତି ସ୍ବଚ୍ଛତାକୁ ଦୃଷ୍ଟିରେ ରଖି ଜାତୀୟ ମାନଚିତ୍ରରେ ନିଜର ଦବଦବା ଜାହିର କରିଛି । ଆମେ ମଧ୍ୟ ଆଗକୁ ସେହି ଧାରାରେ ଚାଲିବୁ ।

ସିଏମସି ତରଫରୁ ପ୍ରଥମେ ଜନ ସାଧାରଣକୁ ସଚ୍ଛତା ନେଇ ସଚେତନ କରାଇବୁ । ଏଣେ ତେଣେ ଅଳିଆ ଆବର୍ଜନା ଫୋପାଡନ୍ତୁ ନାହିଁ । ପରିବେଶକୁ ସ୍ବଚ୍ଛ ରଖନ୍ତୁ । କଟକରେ ସଚେତନତାର ଅଭାବ ଦେଖାଦେଇଛି । ଆମେ କଟକବାସୀଙ୍କୁ ଏନେଇ ସଚେତନ କରାଇବୁ । ଏନେଇ ଏକ କ୍ୟାମ୍ପେନ କରିବୁ । ୱାର୍ଡ ଟୁ ୱାର୍ଡ ଲୋକଙ୍କୁ ବୁଝାଇବୁ । ଏହା ସତ୍ତ୍ବେ ଯଦି କଟକବାସୀ ସଚେତନ ନ ହୋଇ ଅମାନିଆ ହୁଅନ୍ତି । ତାହେଲେ ଆମେ ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବୁ । ଆମକୁ ଛଅ ମାସ ସମୟ ଦିଅନ୍ତୁ । ଗୋଟିଏ ବର୍ଷ ଭିତରେ ଆମେ କଟକର ରୂପରେଖ ବଦଳାଇ ଦେବୁ । ରାସ୍ତାଘାଟ, ଦୋକାନ ବଜାର ସବୁ ଆଡେ ଡଷ୍ଟବିନ ବାଧ୍ୟତାମୂଳକ କରିବୁ । ଦୋକାନ ଚାରିପଟ ପରିଷ୍କାର ରଖିବାକୁ ଆମେ ଦୋକାନୀଙ୍କୁ କହିବୁ ।"

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.