କଟକ: ଅଚାନକ କଟକ ଗସ୍ତରେ ଆସିଥିଲେ ଶ୍ରମମନ୍ତ୍ରୀ ସୁଶାନ୍ତ ସିଂ । ଏହି ଗସ୍ତ ସମୟରେ ମନ୍ତ୍ରୀ ଜଗତପୁର ନିଉ ଇଣ୍ଡଷ୍ଟ୍ରିଆଲ ଇଷ୍ଟେଟ୍ରେ ଥିବା ପଶୁପତି ଆଗ୍ରୋଭେଟ କୁକୁଡ଼ା ଦାନା କାରଖାନା ପରିଦର୍ଶନ କରିଥିଲେ । ଏହା ସହିତ ସେ କର୍ମଚାରୀଙ୍କ ସହ ସିଧାସଳଖ କଥା ହୋଇ ସେମାନଙ୍କ ସୁବିଧା ଅସୁବିଧା ସମ୍ପର୍କରେ ପଚାରି ବୁଝିଥିଲେ।



ପରେ କର୍ମଚାରୀ ମାନଙ୍କୁ ମିଳୁଥିବା ସମସ୍ତ ସୁବିଧା ସୁଯୋଗ ବିଷୟରେ କମ୍ପାନୀ ପରିଚାଳନା ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ । କମ୍ପାନୀ ପ୍ରଦାନ କରୁଥିବା ସମସ୍ତ ସୁବିଧା ଏବଂ କର୍ମଚାରୀମାନେ ପ୍ରତିଦିନ ସମ୍ମୁଖୀନ ହେଉଥିବା ଅସୁବିଧା ବାବଦରେ ମଧ୍ୟ ପଚାରି ବୁଝିଥିଲେ ଶ୍ରମମନ୍ତ୍ରୀ । ତେବେ ମନ୍ତ୍ରୀ ସୁଶାନ୍ତ ସିଂଙ୍କ ମଙ୍ଗଳବାର ଏଭଳି ଅଚାନକ ଗସ୍ତକୁ ଦେଖି ଅସ୍ତବ୍ୟସ୍ତ ହୋଇଯାଇଥିଲେ କମ୍ପାନୀ କର୍ତ୍ତୃପକ୍ଷ ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ