ETV Bharat / state

ରାଜମିସ୍ତ୍ରୀଙ୍କୁ ହତ୍ୟା କରି କେନାଲରେ ପିଙ୍ଗିଲେ ଦୁର୍ବୃତ୍ତ, ପୋଲିସର ଛାନଭିନ - ରାଜ ମିସ୍ତ୍ରୀଙ୍କୁ ହତ୍ୟା କରି କେନାଲରେ ପିଙ୍ଗିଲେ ଦୁର୍ବୃତ୍ତ

ଦୀର୍ଘଦିନର ବ୍ୟବଧାନ ପରେ କଟକ ଜଗତପୁର ଅଞ୍ଚଳରେ ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି । ସ୍ଥାନୀୟ ଭୟରପୁର କଣିବାଟି ଠାରେ ଦୃର୍ବୃତ୍ତ ମାନେ ଜଣେ ରାଜମିସ୍ତ୍ରୀଙ୍କୁ ଆକ୍ରମଣ କରି ହତ୍ୟା କରିବା ପରେ ମୃତ ଦେହକୁ କେନାଲରେ ଫିଙ୍ଗି ପ୍ରମାଣ ନଷ୍ଟ କରିବା ପାଇଁ ଉଦ୍ୟମ କରିଛନ୍ତି । ଅଧିକ ପଢନ୍ତୁ:

ରାଜ ମିସ୍ତ୍ରୀଙ୍କୁ ହତ୍ୟା କରି କେନାଲରେ ପିଙ୍ଗିଲେ ଦୁର୍ବୃତ୍ତ, ପୋଲିସର ଛାନଭିନ

author img

By

Published : Jul 7, 2021, 10:30 PM IST

କଟକ: ଦୀର୍ଘ ଦିନର ବ୍ୟବଧାନ ପରେ କଟକ ଜଗତପୁର ଅଞ୍ଚଳରେ ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି । ସ୍ଥାନୀୟ ଭୟରପୁର କଣିବାଟି ଠାରେ ଦୃର୍ବୃତ୍ତ ମାନେ ଜଣେ ରାଜମିସ୍ତ୍ରୀଙ୍କୁ ଆକ୍ରମଣ କରି ହତ୍ୟା କରିବା ପରେ ମୃତ ଦେହକୁ କେନାଲରେ ଫିଙ୍ଗି ପ୍ରମାଣ ନଷ୍ଟ କରିବା ପାଇଁ ଉଦ୍ୟମ କରିଛନ୍ତି । ମୃତ ବ୍ୟକ୍ତିଙ୍କ ନାମ ରମେଶ ଭୋଇ, ସେ ସ୍ଥାନୀୟ କଣିବାଟିର ବାସିନ୍ଦା ।

ରାଜ ମିସ୍ତ୍ରୀଙ୍କୁ ହତ୍ୟା କରି କେନାଲରେ ପିଙ୍ଗିଲେ ଦୁର୍ବୃତ୍ତ, ପୋଲିସର ଛାନଭିନ

ଆଜି(ଗୁରୁବାର) ସକାଳୁ ରମେଶଙ୍କ ମୃତ ଦେହ ତାଙ୍କ ଘର ନିକଟ ଦେଇ ଯାଇଥିବା ଏକ କେନାଲରୁ ଉଦ୍ଧାର ହେବା ଏବଂ କେନାଲ ପୋଲ ଉପରେ ରକ୍ତ ଛିଟା ଦେଖି ରମେଶଙ୍କୁ ଆକ୍ରମଣ ପରେ ହତ୍ୟା କରି ମୃତ ଦେହକୁ କେନାଲ ମଧ୍ୟ ଫିଙ୍ଗାଯାଇଥିବା ଅଭିଯୋଗ ହୋଇଛି । ମୃତ ଦେହର ମୁଣ୍ଡକୁ କୌଣସି ଧାରୁଆ ଅସ୍ତ୍ରରେ ଆଘାତ କରାଯାଇଥିବା ଜଣା ପଡ଼ିଛି । ଏନେଇ ଖବର ପାଇ କଟକ ଡିସିପିଙ୍କ ସହ ସାଇଣ୍ଟିଫିକ ଟିମ ଓ ସନ୍ଧାନୀ କୁକୁର ଘଟଣା ସ୍ଥଳରେ ପହଞ୍ଚି ଜାଞ୍ଚ କରିଛନ୍ତି ।

ତେବେ ରମେଶଙ୍କ ହତ୍ୟାକାରୀଙ୍କୁ ଗିରଫ କରିବା ଦାବୀ କରିଛନ୍ତି ସ୍ଥାନୀୟ ଲୋକେ । ଗତକାଲି ବିଳମ୍ବିତ ରାତିରେ ସ୍ଥାନୀୟ ଅଞ୍ଚଳର ଏକାଧିକ ଘରେ ଡକାୟତି ଉଦ୍ୟମ ହୋଇଥିଲା । କିନ୍ତୁ, ଡକାୟତ ମାନେ କୌଣସି ଠାରେ ସଫଳ ହୋଇନଥିଲେ । ଏହା ପରେ ସେମାନେ କଣିବାଟି ଆସି ଡକାୟତି ଉଦ୍ୟମ କରୁଥିଲେ । ଏହି ସମୟରେ ରମେଶ ଘର ବାହାରକୁ ଆସିଥିବା ବେଳେ ସେମାନଙ୍କୁ ଚିହ୍ନି ଦେବା ପରେ ପରିଚୟ ପ୍ରଘଟ ହୋଇଥିବା ଆଶଙ୍କାରେ ଡକାୟତ ମାନେ ତାଙ୍କୁ ହତ୍ୟା କରିଥିବା ସାଧାରଣରେ ଆଲୋଚନା ହେଉଛି ।

ସମ୍ପୃକ୍ତ ଡକାୟତ ଗ୍ୟାଙ୍ଗରେ ଦୁଇରୁ ତିନି ଜଣ ଥିବା ସହିତ ସେମାନଙ୍କ ମଧ୍ୟ କେହି ସ୍ଥାନୀୟ ଅଞ୍ଚଳର ହୋଇଥିବା ସନ୍ଦେହ କରୁଛି ପୋଲିସ । ତେବେ ଏନେଇ କମିଶନରେଟ ପୋଲିସ ଏକ ମାମଲା ରୁଜ୍ଜୁ କରି ତଦନ୍ତ ଚଳାଇଥିବା କହିଛନ୍ତି କଟକ ଡିସିପି ପ୍ରତିକ ସିଂ ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.