କଟକ: ସରକାରୀ ଜମିକୁ ଜବର ଦଖଲ କରି ରଖିଛନ୍ତି ଜମି ମାଫିଆ । ଖାନନଗର ନିକଟରେ ବସ ଟର୍ମିନାଲ ପାଇଁ ଜମି ଚିହ୍ନଟ ହେବା ସମୟରେ ଏହା ଜଣାପଡ଼ିଛି । ପ୍ରାୟ ୨ ଏକରରୁ ଊର୍ଦ୍ଧ୍ୱ ଜମିକୁ ମାଫିଆ ମାନେ କବଜା କରିଥିବା ଜଣାପଡିଛି ।
ଖାନନଗର କାଳି ମନ୍ଦିର ନିକଟରେ ସରକାରୀ ଜମିକୁ ମଧ୍ୟ ଜବର ଦଖଲ କରାଯାଇଥିବା ଜଣାପଡିଛି । ଏନେଇ ଅଧିକ ଅନୁଧ୍ୟାନ କରାଯାଉଛି, ଯେଉଁ ମାନେ ସରକାରୀ ଜମିକୁ ଜବର ଦଖଲ କରି ରଖିଛନ୍ତି ସେମାନେ ସ୍ୱେଚ୍ଛାକୃତ ଭାବରେ ଫେରାଇ ଦେବାକୁ କଟକ ଜିଲ୍ଲାପାଳ କହିଛନ୍ତି । ନଚେତ ଚରମ ପଦକ୍ଷେପ ନିଆଯିବ ବୋଲି କଡା ଚେତାବନୀ ଦେଇଛନ୍ତି ଜିଲ୍ଲାପାଳ ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ