କଟକ: କାର୍ତ୍ତିକ ମାସର ଆଜି ଶେଷ ଦିନ ବା କାର୍ତ୍ତିକ ପୂର୍ଣ୍ଣିମା । ପୁରାଣ ବର୍ଣ୍ଣିତ ଆଷାଢ, କାର୍ତ୍ତିକ, ମାର୍ଗଶୀର ଓ ବୈଶାଖ ମାସ ହେଉଛି ବର୍ଷର ପୁଣ୍ୟ ମାସ । ଏହି ମାସ ମଧ୍ୟରେ ଶ୍ରେଷ୍ଠ ମାସ ହେଉଛି କାର୍ତ୍ତିକ ମାସ । ଏହି ମାସରେ ହବିଷ୍ୟାଳି ଓ ବ୍ରତଧାରୀ ଆମିଷ ତ୍ୟାଗ କରିବା ସହ ବ୍ରତ ପାଳନ କରିଥାନ୍ତି । ମାସର ଶେଷ ପାଞ୍ଚ ଦିନକୁ ପଞ୍ଚୁକ କୁହାଯାଏ । ଆଉ ପଞ୍ଚୁକର ଶେଷ ଦିନରେ ସାଧବ ପୁଅଙ୍କୁ ମନେପକାଇ ଡଙ୍ଗା ଭସା କରି ପୁଣ୍ୟ ସାଉଁଠି ଥାନ୍ତି । କଟକ ଗଡଗଡିଆ ଘାଟରେ ବଢି ଭୋରରୁ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ସମାଗମ ଦେଖିବାକୁ ମିଳିଥିଲା ।
ପ୍ରାତଃ ସମୟରୁ ଗଡ଼ଗଡ଼ିଆ ଘାଟରେ ଦେଖିବାକୁ ମିଳିଥିଲା ଲମ୍ବା ଲାଇନ । ସେହି ପୁରୁଣା ଐତିହ୍ୟକୁ ପୁଣି ଥରେ ଉଜ୍ଜୀବିତ କରିବା ନେଇ ସମସ୍ତଙ୍କ ମନରେ ଥିଲା ଏକପ୍ରକାରର ଉତ୍ସାହ ଓ ଉଦ୍ଦିପନା । କିଏ ବୁଡ ପକାଉଥିଲେ ତ କିଏ ବାଣ ଫୁଟାଇ ମାହୋଲକୁ ସରଗରମ କରୁଥିଲେ । ଆଉ ଚର୍ତୁଦିଗ ଆ କା ମା ବୈ...ପାନ ଗୁଆ ଥୋଇ...ପାନ ଗୁଆ ତୋର ମାସକ ଧର୍ମ ମୋର...ଶବ୍ଦରେ ପ୍ରକମ୍ପିତ ହେଉଥିଲା ।
ସେପଟେ, ଆଜି ଠାରୁ ସର୍ବ ବୃହତ ବାଣିଜ୍ୟିକ ମେଳା ବାଲିଯାତ୍ରାର ଅନୁଷ୍ଠିତ ହେବାକୁ ଯାଉଛି । ତେବେ ପ୍ରଥମ ଥର ଲାଗି ଏଠାରେ ପ୍ରଦୂଷଣ ରୋକିବା ଦିଗରେ ଫୋକସ କରାଯାଇଛି । ପଡିଆକୁ ରିକ୍ସା ଓ ସାଇକେଲରେ ବୁଲି ଦର୍ଶକ ବାଲି ଯାତ୍ରାର ମଜା ନେଇପାରିବେ ।
କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ