ETV Bharat / state

ନୂଆ ଠିକଣା ପାଇଲେ ସିପା ଲିପା, ପୋଷ୍ୟ ଭାବେ ଗ୍ରହଣ କଲେ କର୍ଣ୍ଣାଟକ ଦମ୍ପତି

author img

By ETV Bharat Odisha Team

Published : Sep 15, 2023, 4:06 PM IST

ଅସହାୟ କନ୍ୟାରତ୍ନଙ୍କୁ ମିଳିଲା ବାପାମାଆଙ୍କ କୋଳ । କଟକ ଜିଲ୍ଲାରୁ ପୋଷ୍ୟ ଭାବେ ଗ୍ରହଣ କଲେ କର୍ଣ୍ଣାଟକ ଦମ୍ପତି । ବେଙ୍ଗାଲୁରୁରେ ରହି ଗଢ଼ିବେ ଭବିଷ୍ୟତ । ଅଧିକ ପଢ଼ନ୍ତୁ

ଅସହାୟ କନ୍ୟାରତ୍ନଙ୍କୁ ମିଳିଲା ବାପାମାଆଙ୍କ କୋଳ

କଟକ: ବଦଳିଲା ଭାଗ୍ୟ । ନୂଆ ଠିକଣା ପାଇଲେ ଲିପା ଓ ସିପା । ଦିନେ କଟକ ଜଗତପୁର ଗୋଲେଇ ଛକରେ ଭାଗ୍ୟକୁ ଆଦରି ପଡ଼ି ରହିଥିଲେ ଦୁଇ ଭଉଣୀ । କାରଣ ଜନ୍ମ କଲା ପିତା-ମାତା କରି ଦେଇଥିଲେ ପର । ଦୁଇ ଦୁଇଟି କନ୍ୟାରତ୍ନକୁ କେହି ଛାଡି ଯାଇଥିବା ଜଣିବା ପରେ ଜିଲ୍ଲା ପ୍ରଶାସନର ସେମାନଙ୍କୁ ସୁରକ୍ଷିତ ଭାବରେ ଉଦ୍ଧାର କରିଥିଲେ । ପରେ ଜିଲ୍ଲା ପ୍ରଶାସନ ଚାଇଲ୍ଡ ହେପଲାଇନ୍‌ ବସୁନ୍ଧରା ଚାଇଲ୍‌ଡ୍‌ କେୟାରକୁ ସେମାନଙ୍କୁ ହସ୍ତାନ୍ତର କରିଥିଲେ ।

ହେଲେ ଏବେ ଦୁଇ ଭଉଣୀଙ୍କୁ ମୁଳିଛି ତାଙ୍କର ପରିଚୟ । କର୍ଣ୍ଣାଟକର ଦମ୍ପତି ରାହୁଲ ଆଇଯାକ ଓ ତାଙ୍କ ଧର୍ମପତ୍ନୀ ଆଞ୍ଜଲିନ କୁତ୍ତାଭିଲା ଦୁଇ ଭଉଣୀ ଲିପା, ସିପାଙ୍କୁ ଆଜି ବିଧିବଦ୍ଧ ଭାବେ ପୋଷ୍ୟସନ୍ତାନ ଭାବରେ ଗ୍ରହଣ କରିଛନ୍ତି । ପୂର୍ବରୁ ଏହି କର୍ଣ୍ଣାଟକ ଦମ୍ପତି ପୋଷ୍ୟ ସନ୍ତାନ ଗ୍ରହଣ ପାଇଁ ଜିଲ୍ଲା ପ୍ରଶାସନ ନିକଟରେ ଆବେଦନ କରିଥିଲେ । ତେଣୁ ଆଜି ବିଧିବଦ୍ଧ ଭାବରେ ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶକ୍ରମେ ଉଭୟଙ୍କୁ ଆଇନଗତ ଭାବେ ଗ୍ରହଣ କରିଛନ୍ତି ଦମ୍ପତ୍ତି ।

ଅନ୍ୟ ପଟେ ଦୁଇ ଝିଅଙ୍କୁ ପାଇ ବେଶ୍ ଖୁସି ପ୍ରକଟ କରିଛନ୍ତି କର୍ଣ୍ଣାଟକ ଦମ୍ପତି । ରାହୁଲ ଆଇଯାକ କହିଛନ୍ତି, "ପୋଷ୍ୟ ସନ୍ତାନ ଗ୍ରହଣ କରିବା ଆବେଦନ ପ୍ରକ୍ରିୟା ବେଶ୍ ସହଜ ଥିଲା । ଦୁଇଟି ଝିଅଙ୍କୁ ପାଇ ମୁଁ ବେଶ ଖୁସି । ଭବିଷ୍ୟତରେ ସେମାନେ ଯାହା ହେବାକୁ ଚାହିଁବେ ସେମାନଙ୍କୁ ସେନେଇ ପ୍ରଶିକ୍ଷଣ ଦିଆଯିବ । ମୁଁ ଶିକ୍ଷା ବିଭାଗରେ ରହିଛି ତେଣୁ ସେମାନଙ୍କର ପାଠପଢ଼ାରେ କିଛି ବି ଅସୁବିଧା ହେବ ନାହିଁ । ଲିପା ଓ ସିପାକୁ ଏକ ଉତ୍ତମ ଜୀବନ ଓ ଭବିଷ୍ୟତ ଦେବା ପାଇଁ ଆମେ ଚେଷ୍ଟା କରିବୁ ।"

ଏହା ମଧ୍ୟ ପଢନ୍ତୁ...ପଶ୍ଚିମବଙ୍ଗ ଏବଂ ଉତ୍ତର ପ୍ରଦେଶ ଦମ୍ପତିଙ୍କ ଗଜପତିରୁ ପୋଷ୍ୟ ସନ୍ତାନ ଗ୍ରହଣ

ପୂର୍ବରୁ ମଧ୍ୟ କଟକ ବସୁନ୍ଧରାରେ ପାଳିତ ହେଉଥିବା ଭିନ୍ନକ୍ଷମ ଶିଶୁକନ୍ୟା ଲିଲିୟାନାଙ୍କୁ ମିଳିଥିଲେ ବାପା-ମା‘ । ଆମେରିକା ଓକଲମା ସହରର ଦମ୍ପତି ଡେବିଡ୍‌ ଓ ଆନା ଲିଲିୟାନାଙ୍କୁ ପୋଷ୍ୟ କନ୍ୟା ଭାବରେ ଗ୍ରହଣ କରିଥିଲେ । ଝିଅଟିକୁ ପାଇ ସେମାନେ ବେଶ ଆନନ୍ଦିତ ହୋଇଥିଲେ । ଜିଲ୍ଲା ପ୍ରଶାସନ ମଧ୍ୟ ଲିଲିୟାନାର ଉଜ୍ଜଳ ଭବିଷ୍ୟତ ନେଇ ବେଶ ଆଶାବାଦୀ ରହିଥିଲା । ଉଦ୍ଧାର ହେବା ପୂର୍ବରୁ ଲିଲିୟାନାକୁ କୁକୁର କାମୁଡି କ୍ଷେତାକ୍ତ କରି ଦେଇଥିଲା । ପ୍ରଥମେ କଟକ ଚାଇଲ୍ଡ ଲାଇନ ଖବର ପାଇ ତାଙ୍କୁ ଉଦ୍ଧାର କରି ଶିଶୁ ଭବନରେ ଭର୍ତ୍ତି କରିଥିଲା। ଏହାପରେ ତାକୁ ବସୁନ୍ଧରା ଚାଇଲ୍ଡ୍‌ କେୟାରରେ ରଖା ଯାଇଥିଲା ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.