ETV Bharat / state

କୂଳ ଲଂଘୁଛି କନ୍ଦଳ ନଦୀ, ଚିନ୍ତାରେ ଗ୍ରାମବାସୀ

କୂଳ ଲଙ୍ଘୁଛି କନ୍ଦଳ ନଦୀ ବନ୍ୟା ପାଣି । ଗ୍ରାମବାସୀଙ୍କ ପାଇଁ ସୁରକ୍ଷା କବଜ ସାଜିଛି ବରଗଛ ଡାଳ । ନିଆଳି ଜଳସେଚନ ଉପଖଣ୍ଡ ଅନ୍ତର୍ଗତ ନୂଆ ବାବଜା ଗ୍ରାମବାସୀ ଆତଙ୍କିତ ।‌

author img

By

Published : Aug 4, 2023, 9:10 PM IST

river bank erosion poses threat to niali
କୂଳ ଲଂଘୁଛି କନ୍ଦଳ ନଦୀ
କୂଳ ଲଂଘୁଛି କନ୍ଦଳ ନଦୀ

ନିଆଳି: ହୀରାକୁଦ ଜଳଭଣ୍ଡାର ବନ୍ୟାଜଳ ନିଷ୍କାସନ ପରେ ଏବେ ବିଭିନ୍ନ ନଦୀ ଫୁଲିଛି । ଏହାର ପ୍ରଭାବରେ ନଦୀ ବନ୍ଧ ଓ ପଠା ଅତଡା ଖାଉଛି । ନଦୀ କୂଳ ଲଂଘିବାରୁ ଭୟଭୀତ ଅବସ୍ଥାରେ ରହିଛନ୍ତି କଟକ ଜିଲ୍ଲା ନିଆଳି ଉପଖଣ୍ଡ ଅଁଳୋ ପଞ୍ଚାୟତବାସୀ । କନ୍ଦଳ ନଦୀର ଜଳସ୍ତର ବୃଦ୍ଧି ପାଇବାରୁ ପଠାରୁ ଅତଡା ଖସୁଛି । ପାଣି ସୁଅକୁ ଅଟକାଇବା ପାଇଁ ଗ୍ରାମବାସୀ ବରଗଛ ଡାଳକୁ ବ୍ୟବହାର କରିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ: ହୀରାକୁଦର ଖୋଲିଲା ଆଉ ୫ଟି ଗେଟ, ୧୨ଟି ଗେଟ ଦେଇ ନିଷ୍କାସିତ ହେଉଛି ବନ୍ୟାଜଳ

କଟକ ଜିଲ୍ଲା ନିଆଳି ଜଳସେଚନ ଉପଖଣ୍ଡ ଅନ୍ତର୍ଗତ ଅଁଳୋ ପଞ୍ଚାୟତ ନୂଆ ବାବଜା ନିକଟ ଦେଇ ପ୍ରଭାବିତ ହୋଇଛି କନ୍ଦଳ ନଦୀ ।‌ ଗତ ଚାରି ଦିନ ହେବ ପ୍ରବଳ ବର୍ଷା ହେବା ସହ ହୀରାକୁଦ ଜଳଭଣ୍ଡାର ବନ୍ୟାଜଳ ନିଷ୍କାସନ ଯୋଗୁଁ କନ୍ଦଳ ନଦୀର ଜଳସ୍ତର ବୃଦ୍ଧି ହୋଇଛି । ଫଳରେ ନୂଆ ବାବଜା ଆର୍ତ୍ତତ୍ରାଣ ଗାଦିବ୍ରହ୍ମ ନଦୀ ପଠା ଅତଡା ଖସିବା ସହିତ ପୂର୍ବରୁ ହୋଇଥିବା ପଥର ପ୍ୟାକିଂ ନଦୀ ଗର୍ଭରେ ଲୀନ ହୋଇଯାଇଛି । ଡାହାଣ ପାର୍ଶ୍ଵର ମାଟି ଅତଡା ଖାଇ ୨୦୦ ମିଟର ଲମ୍ବର ନଦୀ ପଠା ଅତଡା ଖସୁଛି । ଯାହା ଫଳରେ ନିଆଳି ବ୍ଳକର ନୂଆ ବାବଜା ଓ ଆଖପାଖ ଅଞ୍ଚଳ ଲୋକେ ଆତଙ୍କିତ ଅବସ୍ଥାରେ ରହିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ: ଶାଖା ନଦୀମାନଙ୍କରେ ବଢୁଛି ଜଳସ୍ତର: ତଳି ଅଞ୍ଚଳରେ ପଶିଲା ପାଣି, କୂଳ ଲଙ୍ଘୁଛି ସମୁଦ୍ର

ଏହା ମଧ୍ୟ ପଢ଼ନ୍ତୁ: ଲୋୟର ସୁକତେଲ ଡ୍ୟାମରେ ପଶିଲା ବନ୍ୟାଜଳ, ବୁଡିଲା ଶହ ଶହ ବର୍ଷର ଗାଁ

ଗତ ଗୁରୁବାର ସ୍ଥାନୀୟ ଲୋକେ ଦିନ ତମାମ ନଦୀ ବନ୍ଧର ସୁରକ୍ଷା ପାଇଁ ବରଗଛ ଡାଳକୁ ଅତଡା ଖସୁଥିବା ସ୍ଥାନରେ ରଖିଛନ୍ତି । ଏହା ସତ୍ତ୍ବେ ମଧ୍ୟ ବନ୍ୟା ପାଣି ସ୍ରୋତରେ ଅତଡା ଖସୁଛି । ଏ ସମ୍ପର୍କରେ ଖବର ପାଇ ଜଳ ସମ୍ପଦ ଉପଖଣ୍ଡ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରି ଫେରିଛନ୍ତି । ଏନେଇ ସ୍ଥାନୀୟ ଲୋକେ କହିଛନ୍ତି, "ନଦୀରେ ବନ୍ୟା ପାଣି ଯୋଗୁଁ ବିଭାଗ ଅସହାୟ ହୋଇପଡିଛି । ନୂଆ ବାବଜା ଡାହାଣ ପାର୍ଶ୍ଵ ନଦୀ ବନ୍ଧ ପଠାକୁ ସୁରକ୍ଷା ବ୍ୟବସ୍ଥା ନିମନ୍ତେ ପଥର ପ୍ଯାଙ୍କି କାର୍ଯ୍ୟ ଲାଗି କୋଟିକୋଟି ଟଙ୍କା ଖର୍ଚ୍ଚ ହେଉଛି । କିନ୍ତୁ ପରବର୍ତ୍ତୀ ସମୟରେ ବନ୍ୟା ପାଣି ରୋକିବାରେ ତାହା ସକ୍ଷମ ହେଉନାହିଁ ।"

ଇଟିଭି ଭାରତ, ନିଆଳି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.