ETV Bharat / state

ଝାରସୁଗୁଡ଼ା ଅଭିମୁଖେ ଜଷ୍ଟିସ ଜେପି ଦାସ, ସାଙ୍ଗରେ ଗଲେ ପୋଲିସ ଡିଜି, ଆଇନ ଶୃଙ୍ଖଳା ଏଡିଜି ଓ ଗୁଇନ୍ଦା ନିର୍ଦ୍ଦେଶକ

author img

By

Published : Feb 7, 2023, 4:45 PM IST

Updated : Feb 7, 2023, 8:47 PM IST

ମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡ ତଦନ୍ତର ତଦାରଖ କରୁଥିବା ହାଇକୋର୍ଟ ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ଜେପି ଦାସ ଝାରସୁଗୁଡ଼ା ଅଭିମୁଖେ ଯାଇଛନ୍ତି । ତଦନ୍ତର ତଦାରଖ କରିବାକୁ ଘଟଣାସ୍ଥଳ ଯାଇଛନ୍ତି ଜଷ୍ଟିସ ଦାସ । ଆଇନ ଶୃଙ୍ଖଳା ପରିସ୍ଥିତି ଦୃଷ୍ଟିରୁ ଜଷ୍ଟିସ ଦାସଙ୍କ ସହ ପୋଲିସ ଡିଜି, ଆଇନ ଶୃଙ୍ଖଳା ଏଡିଜି ଓ ଗୁଇନ୍ଦା ନିର୍ଦ୍ଦେଶକ ମଧ୍ୟ ଝାରସୁଗୁଡ଼ା ଗସ୍ତ କରିଛନ୍ତି । ଅଧିକ ପଢ଼ନ୍ତୁ

ଝାରସୁଗୁଡ଼ା ଅଭିମୁଖେ ଜଷ୍ଟିସ ଜେପି ଦାସ
ଝାରସୁଗୁଡ଼ା ଅଭିମୁଖେ ଜଷ୍ଟିସ ଜେପି ଦାସ
ଝାରସୁଗୁଡ଼ା ଅଭିମୁଖେ ଜଷ୍ଟିସ ଜେପି ଦାସ
ଝାରସୁଗୁଡ଼ା ଅଭିମୁଖେ ଜଷ୍ଟିସ ଜେପି ଦାସ

କଟକ/ଭୁବନେଶ୍ବର: ମନ୍ତ୍ରୀ ନବ ଦାସ ହତ୍ୟା ମାମଲା । ଝାରସୁଗୁଡା ଅଭିମୁଖେ ଜଷ୍ଟିସ ଜେପି ଦାସ । ଭୁବନେଶ୍ବର ବିମାନ ବନ୍ଦରରୁ ଝାରସୁଗୁଡ଼ା ଯାଇ ଘଟଣାସ୍ଥଳକୁ ଯାଇଛନ୍ତି ଜଷ୍ଟିସ ଦାସ । ଆସନ୍ତାକାଲି ଘଟଣାସ୍ଥଳ ପରିଦର୍ଶନ କରିପାରନ୍ତି । ତଦନ୍ତର ତଦାରଖ କରିବାକୁ ଘଟଣାସ୍ଥଳ ଯିବେ ଜଷ୍ଟିସ ଜେପି ଦାସ । ତେବେ ବିଭିନ୍ନ ତଦନ୍ତକାରୀ ଅଧିକାରୀଙ୍କ ସହ ପ୍ରଥମେ ଆଲୋଚନା କରିବେ ବୋଲି ପ୍ରତିକ୍ରିୟା ରଖିଛନ୍ତି ଜଷ୍ଟିସ ଦାସ । ପରେ କେଉଁ ସ୍ଥାନକୁ ଯିବେ ସେନେଇ ନିଷ୍ପତ୍ତି ନିଆଯିବ ବୋଲି ସେ ପ୍ରତିକ୍ରିୟା ରଖିଛନ୍ତି ।

ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡ ଘଟଣାରେ ତଦନ୍ତ ପ୍ରକ୍ରିୟାକୁ ଜୋରଦାର କରିଛି କ୍ରାଇମବ୍ରାଞ୍ଚ । ନିକଟରେ କ୍ରାଇମବ୍ରାଞ୍ଚ ଏଡିଜି ଅରୁଣ ବୋଥ୍ରା ଜଷ୍ଟିସ ଜେପି ଦାସଙ୍କ ବାସଭବନରେ ପହଞ୍ଚି ତଦନ୍ତର ସ୍ଥିତି ସମ୍ପର୍କରେ ଅବଗତ କରିଥିଲେ । ପ୍ରାୟ ୧ ଘଣ୍ଟା ଧରି ଆଲୋଚନା କରିବା ପରେ ଜଷ୍ଟିସ ଜେପି ଦାସଙ୍କ ବାସଭବନରୁ ବାହାରିଥିଲେ କ୍ରାଇମବ୍ରାଞ୍ଚ ଏଡିଜି ଅରୁଣ ବୋଥ୍ରା । କଟକସ୍ଥିତ ଜଷ୍ଟିସ ଜେପି ଦାସଙ୍କ ବାସଭବନରରେ ପ୍ରାୟ ଏକ ଘଣ୍ଟା ଧରି କ୍ରାଇମବ୍ରାଞ୍ଚ ଏଡିଜି ଆଲୋଚନା କରିଥିଲେ । ତେବେ ଗଣମାଧ୍ୟମକୁ କୌଣସି ପ୍ରକାର ପ୍ରତିକ୍ରିୟା ଦେଇନଥିଲେ ଅରୁଣ ବୋଥ୍ରା ।

ଅନ୍ୟପଟେ ଏହି ହତ୍ୟାକାଣ୍ଡ ଘଟଣାରେ ମନିଟରିଂ କରୁଛନ୍ତି ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ଜେପି ଦାସ । ଏନେଇ ଗଣମାଧ୍ୟମ ଆଗରେ ପ୍ରତିକ୍ରିୟା ରଖିଥିଲେ ଜଷ୍ଟିସ ଜେପି ଦାସ । ସେ କହିଥିଲେ, "ନବ ଦାସ ହତ୍ୟାକାଣ୍ଡ ଘଟଣାର ତଦନ୍ତ ନେଇ ଅବଗତ କରିଛନ୍ତି କ୍ରାଇମବ୍ରାଞ୍ଚ ଏଡିଜି । ସମ୍ପୂର୍ଣ୍ଣ ଘଟଣା ଉପରେ ଆଲୋଚନା କରାଯାଇଛି । କ୍ରାଇମବ୍ରାଞ୍ଚକୁ ଘଟଣାର ତଦନ୍ତ ନେଇ କିଛି ପରାମର୍ଶ ଦିଆଯାଇଛି । ବର୍ତ୍ତମାନ ତଦନ୍ତ ଠିକ୍ ବାଟରେ ଚାଲିଛି । ଖୁବଶୀଘ୍ର ଘଟଣା ଉପରୁ ପରଦା ଉଠିବ ବୋଲି ଆଶା କରାଯାଉଛି ।" ଆବଶ୍ୟକ ପଡିଲେ ଘଟଣାସ୍ଥଳକୁ ନିଜେ ଯିବେ ବୋଲି ଜଷ୍ଟିସ ଜେପି ଦାସ କହିଥିଲେ । ତେବେ ମଙ୍ଗଳବାର ଭୁବନେଶ୍ବର ବିମାନ ବନ୍ଦରରୁ ଝାରସୁଗୁଡ଼ା ଅଭିମୁଖେ ଯାଇଛନ୍ତି ଜଷ୍ଟିସ ଦାସ ।

ସେପଟେ ମନ୍ତ୍ରୀ ନବ ଦାସ ହତ୍ୟା ମାମଲାରେ ଜଷ୍ଟିସ ଜେପି ଦାସ ବିସ୍ଫୋରକ ବୟାନ ଦେଇଛନ୍ତି । ଝାରୁସୁଗୁଡା ଗସ୍ତ ପୂର୍ବରୁ ଭୁବନେଶ୍ବର ଏୟାରପୋର୍ଟରେ ଦେଲେ ବୟାନ । ତଦନ୍ତ କେବେ ସରିବ ପ୍ରଶ୍ନରେ କହିଲେ, "ସେଠି କୌଣସି ଯାଦୁର ବାଡ଼ି ନାହିଁ ଯେ, ବାଡି ହଲାଇଲେ ଯାଦୁ ହୋଇଯିବ । ସେଠାକୁ ଯାଉଛି, ଗଲାପରେ ତଦନ୍ତର ଅଗ୍ରଗତି ନେଇ ସମୀକ୍ଷା କରି କିଛି କହିପାରିବି । ଯାହା ରିପୋର୍ଟ ଶେଷଥର ତାଙ୍କୁ ଦେଇଥିଲି ତାହା ସଠିକ ଚାଲିଛି । ମୁଁ ତଦନ୍ତକାରୀ ଅଧିକାରୀ ନୁହେଁ ଯେ ତଦନ୍ତ ସମ୍ପର୍କରେ ଅଧିକ କିଛି କହିପାରିବି । ହାଇକୋର୍ଟଙ୍କ ସଠିକ ପ୍ରଣାଳୀ ପାଳନ କରାଯାଉଛି ।" ବିଜେପିର ଅଭିଯୋଗ ଉପରେ କହିଲେ ସେମାନେ ସେପରି କହିବେ । ଅଧିକ ତଥ୍ୟ ସେଠାକୁ ଯିବା ପରେ କହିପାରିବି ।"

ତେବେ କେବଳ ଜଷ୍ଟିସ ଦାସ ନୁହନ୍ତି, ତାଙ୍କ ସହିତ ପୋଲିସ ଡିଜି ସୁନୀଲ ବଂଶଲ ଓ ଆଇନ ଶୃଙ୍ଖଳା ଏଡିଜି ଆରକେ ଶର୍ମା ଓ ଗୋଇନ୍ଦା ନିର୍ଦ୍ଦେଶକ ସଞ୍ଜୀବ ପଣ୍ଡା ମଧ୍ୟ ଝାରୁସୁଗୁଡା ଗସ୍ତ କରିଛନ୍ତି । ଆସନ୍ତାକାଲି ସୁଦ୍ଧା ପୁରା ରିପୋର୍ଟ ଆସିଯିବ ବୋଲି ଅନୁମାନ କରାଯାଉଛି । ଯେହେତୁ କାଲି ନବ ଦାସଙ୍କ ମୃତ୍ୟୁକୁ ୧୧ ଦିନ ପୁରିବ, ଏହାସହ ଗୋପାଳକୁ ଦୁଇଥର ରିମାଣ୍ଡ ନେବା ସମୟରେ ପୁରା ତଥ୍ୟ ଖୁଲାସା ହେବ ବୋଲି ସୂଚନା ମିଳୁଛି । ତେଣୁ ଝାରୁସୁଗୁଡାରେ ପରିସ୍ଥିତି ବିଗିଡିପାରେ । ଏସବୁକୁ ନିୟନ୍ତ୍ରଣ ଦୃଷ୍ଟିରୁ ଡିଜି ଓ ତାଙ୍କ ଟିମ ସେଠାରେ ଉପସ୍ଥିତ ରହି ପୁରା ସ୍ଥିତି ଉପରେ ନଜର ରଖିବା ସହ ଯେପରି ସ୍ବଭାବିକ ରହିବ ସେଥିପାଇଁ ଗୁଇନ୍ଦା ନିର୍ଦ୍ଦେଶକ ଓ ଆଇନଶୃଙ୍ଖଳା ଏଡିଜି ଗସ୍ତ କରିଛନ୍ତି ।

Last Updated : Feb 7, 2023, 8:47 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.