ETV Bharat / state

କଟକକୁ ପୁଣି ଫେରିଲା ଜଣ୍ଡିସ

କଟକ ସହରରେ ପୁଣିଥରେ ଜଣ୍ଡିସ ଆତଙ୍କ । କଟକ ମହାନଗର ନିଗମର 13,18 ଓ 19 ନମ୍ବର ୱାର୍ଡରେ ଏବେ ଜଣ୍ଡିସ ବ୍ୟାପିବାରେ ଲାଗିଛି । ଗଙ୍ଗାମନ୍ଦିର ଅଞ୍ଚଳର ପାଖାପାଖି 30ରୁ ଉର୍ଦ୍ଧ୍ବ ଲୋକ ଜଣ୍ଡିସରେ ଆକ୍ରାନ୍ତ ହୋଇସାରିଲେଣି ।

author img

By

Published : Jun 25, 2019, 11:53 PM IST

ଫଟୋ ସୌଜନ୍ୟ- ସମ୍ବାଦଦାତା, କଟକ

କଟକ: ସହରରେ ପୁଣିଥରେ ଜଣ୍ଡିସ ଆତଙ୍କ । କଟକ ମହାନଗର ନିଗମର 13,18 ଓ 19 ନମ୍ବର ୱାର୍ଡରେ ଏବେ ଜଣ୍ଡିସ ବ୍ୟାପିବାରେ ଲାଗିଛି । ଗଙ୍ଗାମନ୍ଦିର ଅଞ୍ଚଳର ପାଖାପାଖି 30 ରୁ ଉର୍ଦ୍ଧ୍ବ ଲୋକ ଜଣ୍ଡିସରେ ଆକ୍ରାନ୍ତ ହୋଇସାରିଲେଣି । ତେବେ ଉକ୍ତ ଅଞ୍ଚଳରେ ନାଳ ପାଣି, ପିଇବା ପାଣିରେ ମିଶି ପାଣି ଦୂଷିତ ହେବାରୁ ଦୂଷିତ ପାଣି ପିଇ ଏଭଳି ସମସ୍ୟାର ସମ୍ମୁଖୀନ ହେଉଥିବା ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି । ଅନ୍ୟପଟେ ଜଣ୍ଡିସ ଆକ୍ରାନ୍ତ ଅଞ୍ଚଳରେ ମହିଳା ଓ ଯୁବ କଂଗ୍ରେସ ଜଣ୍ଡିସ ଆକ୍ରାନ୍ତଙ୍କ ପାଖରେ ପହଞ୍ଚି, ସେମାନଙ୍କ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିବା ସହ ସହ ସମସ୍ୟାର ତୁରନ୍ତ ସମାଧାନ ପାଇଁ ଦାବି କରିଛନ୍ତି।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, କଟକ

ସହରର ଗଙ୍ଗା ମନ୍ଦିର ଅଞ୍ଚଳରେ କାୟାବିସ୍ତାର କରିଛି ଜଣ୍ଡିସ । ଜଣେ କି ଦୁଇ ଜଣ ନୁହେଁ ଏଠାରେ ପ୍ରାୟ ୩୦ ରୁ ଅଧିକ ଲୋକ ଜଣ୍ଡିସ ରୋଗରେ ଆକ୍ରାନ୍ତ ହୋଇଛନ୍ତି । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳର ଲୋକ ଭୟଭୀତ ଅବସ୍ଥାରେ ଅଛନ୍ତି। ଏଠାରେ ଆସୁଥିବା ପାଇପ ପାଣି ଦୂଷିତ ହୋଇଛି ବୋଲି ଅଭିଯୋଗ କରିଛନ୍ତି ସ୍ଥାନୀୟ ବାସିନ୍ଦା । ତେଣୁ ଉକ୍ତ ଅଞ୍ଚଳରେ ଦୂଷିତ ପିଇବା ପାଣି ଜଣ୍ଡିସ ବ୍ୟାପିବାର ପ୍ରମୁଖ କାରଣ ବୋଲି ଅଭିଯୋଗ ଆଣିଛନ୍ତି ସ୍ଥାନୀୟ ଲୋକେ।

ଅନ୍ୟପଟେ ଖବର ପାଇ କଂଗ୍ରେସର ଏକ ପ୍ରତିନିଧି ଦଳ ଜଣ୍ଡିସ ଆକ୍ରାନ୍ତ ଅଞ୍ଚଳରେ ପହଞ୍ଚି ଲୋକଙ୍କ ସମସ୍ୟା ପଚାରି ବୁଝିଛନ୍ତି । ଘରେ ଘରେ ବୁଲି ଜଣ୍ଡିସ ଆକ୍ରାନ୍ତଙ୍କୁ ଭେଟିବା ସହ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ପଚାରି ବୁଝିଛନ୍ତି । ତେବେ କଟକ ବାରବାଟୀ ବିଧାୟକଙ୍କ ନିର୍ଦ୍ଦେଶରେ ଏହି ପ୍ରତିନିଧି ଦଳ ଜଣ୍ଡିସ ଆକ୍ରାନ୍ତ ଅଞ୍ଚଳରେ ପହଞ୍ଚି ରିପୋର୍ଟ ସଂଗ୍ରହ କରିଛନ୍ତି । ଏପର୍ଯ୍ୟନ୍ତ କୌଣସି ପ୍ରଶାସନିକ ଅଧିକାରୀ ଉକ୍ତ ଅଞ୍ଚଳରେ ପହଞ୍ଚି ନାହାଁନ୍ତି । ସହରରେ ଜଣ୍ଡିସ ଭଳି ମାରାତ୍ମକ ରୋଗ ଦେଖାଯାଇଥିବା ବେଳେ ସିଏମସି କିମ୍ବା ଜିଲ୍ଲା ପ୍ରଶାସନର କୌଣସି କାର୍ଯ୍ୟକ୍ରମ କରୁନଥିବା ଅଭିଯୋଗ କରିଛନ୍ତି ଏହି ପ୍ରତିନିଧି ଦଳ । ତେବେ ଏହି ସମସ୍ୟାର ତୁରନ୍ତ ସମାଧାନ କରିବାକୁ ଦାବି କରିଛନ୍ତି କଂଗ୍ରେସର ଏହି ପ୍ରତିନିଧି ଦଳ ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Intro:କଟକ ସହରରେ ପୁଣିଥରେ ଜଣ୍ଡିସ ଆତଙ୍କ।କଟକ ମହାନଗର ନିଗମର 13,18 ଓ 19 ନମ୍ବର ୱାର୍ଡ ରେ ଏବେ ଜଣ୍ଡିସ ବ୍ୟାପିବାର ଲାଗିଛି।ଗଙ୍ଗାମନ୍ଦିର ଅଞ୍ଚଳର ପାଖାପାଖି 30 ରୁ ଉର୍ଦ୍ଧ୍ବ ଲୋକ ଜଣ୍ଡିସରେ ଆକ୍ରାନ୍ତ ହୋଇସାରିଲେଣି।ତେବେ ଉକ୍ତ ଅଞ୍ଚଳରେ ନାଳ ପାଣି, ପିଇବା ପାଣିରେ ମିଶି ପାଣି ଦୂଷିତ ହେବାରୁ ଦୂଷିତ ପାଣି ପିଇ ଏଭଳି ସମସ୍ୟା ର ସମ୍ମୁଖୀନ ହେଉଥିବା ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି।ଅନ୍ୟପଟେ ଜଣ୍ଡିସ ଆକ୍ରାନ୍ତ ଅଞ୍ଚଳରେ ମହିଳା ଓ ଯୁବ କଂଗ୍ରେସ ଜଣ୍ଡିସ ଆକ୍ରାନ୍ତ ଙ୍କ ପାଖରେ ପହଞ୍ଚି, ସେମାନଙ୍କ ସ୍ୱାସ୍ଥ୍ୟବସ୍ଥା ପଚାରିବୁଝିବା ସହ ସହ ସମସ୍ୟା ର ତୁରନ୍ତ ସମାଧାନ ପାଇଁ ଦାବି କରିଛନ୍ତି।

Body:(ଭିଓ- ୧)ପୁଣିଥରେ କଟକକୁ ଫେରିଛି ଜଣ୍ଡିସ।ଏଥର କଟକର ଗଙ୍ଗା ମନ୍ଦିର ଅଞ୍ଚଳରେ କାୟାବିସ୍ତାର କରିଛି ଜଣ୍ଡିସ।ଜଣେକି ଦୁଇ ଜଣ ନୁହେଁ ,ଏବେ ଏଠାରେ ୩୦ ରୁ ଅଧିକ ଲୋକ ଜଣ୍ଡିସ ରୋଗରେ ଆକ୍ରାନ୍ତ ହୋଇଛନ୍ତି।ଜାହାକୁ ନେଇ ସ୍ଥାନୀୟ ଅଞ୍ଚଳର ଲୋକ ଭୟଭୀତ ଅବସ୍ଥାରେ ଅଛନ୍ତି।ଏଠାରେ ଆସୁଥିବା ପାଇପ ପାଣି ସମ୍ପୁର୍ଣରୂପେ ଦୂଷିତ ହୋଇଛି ବୋଲି ଅଭିଯୋଗ କରିଛନ୍ତି ସ୍ଥାନୀୟ ବାସିନ୍ଦା।ତେଣୁ ଉକ୍ତ ଅଞ୍ଚଳରେ ଦୁଷିତ ପିଇବାପାଣି ଜଣ୍ଡିସ ବ୍ୟାପିବାର ପ୍ରମୁଖ କାରଣ ବୋଲି ଅଭିଯୋଗ ଆଣିଛନ୍ତି ସ୍ଥାନୀୟ ଲୋକେ।

ବାଇଟ - ଜଣ୍ଡିସ ଆକ୍ରାନ୍ତ ,ଗଙ୍ଗାମନ୍ଦିର ବାସିନ୍ଦା।
ବାଇଟ - ଜଣ୍ଡିସ ଆକ୍ରାନ୍ତ,ଗଙ୍ଗାମନ୍ଦିର ବାସିନ୍ଦା।
ବାଇଟ - ଜଣ୍ଡିସ ଆକ୍ରାନ୍ତ,ଗଙ୍ଗାମନ୍ଦିର ବାସିନ୍ଦା।

(ଭିଓ ୨)ଗଙ୍ଗାମନ୍ଦିର ଅଞ୍ଚଳରେ ପାଖାପାଖି ୩୦ ରୁ ଅଧିକ ଲୋକ ଜଣ୍ଡିସ ରେ ଆକ୍ରାନ୍ତ ହେଲେଣି।ତେବେ କଂଗ୍ରେସର ଏକ ପ୍ରତିନିଧି ଦଳ ଜଣ୍ଡିସ ଆକ୍ରାନ୍ତ ଅଞ୍ଚଳରେ ପହଞ୍ଚି ଲୋକଙ୍କ ସମସ୍ୟା ପଚାରି ବୁଝିଛନ୍ତି।ଘରେ ଘରେ ବୁଲି ଜଣ୍ଡିସ ଆକ୍ରାନ୍ତଙ୍କୁ ଭେଟିବା ସହ ସେମାନଙ୍କ ସ୍ୱାସ୍ଥ୍ୟବସ୍ଥା ସମ୍ପର୍କରେ ପଚାରି ବୁଝିଛନ୍ତି।ତେବେ କଟକ ବାରବାଟି ବିଧାୟକଙ୍କ ନିର୍ଦ୍ଧେଶ ରେ ଏହି ପ୍ରତିନିଧିଦଳ ଜଣ୍ଡିସ ଆକ୍ରାନ୍ତ ଅଞ୍ଚଳରେ ପହଞ୍ଚି ରିପୋର୍ଟ ସଂଗ୍ରହ କରିଛନ୍ତି।ତେବେ ଏପର୍ଯ୍ୟନ୍ତ କୋୖଣସି ପ୍ରଶାସନିକ ଅଧିକାରୀ ଉକ୍ତ ଅଞ୍ଚଳରେ ପହଞ୍ଚି ନାହାନ୍ତି । ସହରରେ ଜଣ୍ଡିସ ଭଳି ମାରାତ୍ମକ ରୋଗ ଦେଖାଯାଇଥିବା ବେଳେ ସିଏମସି କିମ୍ବା ଜିଲ୍ଲା ପ୍ରଶାସନର କୌଣସି କାର୍ଯ୍ୟକ୍ରମ କରୁନଥିବା ଅଭିଯୋଗ କରିଛନ୍ତି ଏହି ପ୍ରତିନିଧି ଦଳ।ତେବେ ଏହି ସମସ୍ୟାର ତୁରନ୍ତ ସମାଧାନ କରିବାକୁ ଦାବି କରିଛନ୍ତି କଂଗ୍ରସ ର ଏହି ପ୍ରତିନିଧି ଦଳ।

ବାଇଟ - ଗିରିବାଳା ବେହେରା,ପୂର୍ବତନ କଂଗ୍ରେସ କର୍ପୋରେଟର।

Conclusion:ଜଣ୍ଡିସ ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ୁଥିବାରୁ ଏହା ପ୍ରଶାସନ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଛି।ତେବେ ଗଙ୍ଗାମନ୍ଦିର ଅଞ୍ଚଳରେ କେବେ ସମ୍ପୁର୍ଣରୂପେ କାବୁ ହେଉଛି ତାହା ଉପରେ ସମସ୍ତଙ୍କ ନଜର।କଟକରୁ ନାରାୟଣ ସାହୁ ଇଟିଭି ଭାରତ।

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.