କଟକ: ରାଜ୍ୟରେ ଖୁବଶିଘ୍ର ଖୋଲିବ ଜେଏମଏଫସି କୋର୍ଟ । ଏଥିପାଇଁ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ଏନେଇ ପୂର୍ବରୁ ରାଜ୍ୟ ସରକାର ଅନୁମତି ପ୍ରଦାନ କରିଥିବା ବେଳେ ଏହି ପ୍ରକ୍ରିୟାର ତ୍ବରାନିତ ହୋଇଛି । ରାଜ୍ୟର ଜିଲ୍ଲା ଜଜ୍ ମାନଙ୍କୁ ରିପୋର୍ଟ ମଗାଯାଇଛି ।
ରାଜ୍ୟରେ 65ଟି ନୂଆ କୋର୍ଟ ଖୋଲାଯିବା ନେଇ ନିଷ୍ପତ୍ତି ନିଆଯାଇଥିବା ବେଳେ କଣ କଣ ସୁବିଧା ଅଛି ସେନେଇ ରିପୋର୍ଟ ଦେବାକୁ ଜିଲ୍ଲା ଜଜ୍ ମାନଙ୍କୁ କୁହାଯାଇଛି । ବିଶେଷକରି କୋର୍ଟ ରୁମ, ଉଇଟନେସ୍ ବକ୍ସ, ଚାମ୍ବର, ଆବଶ୍ୟକ ଅନୁଯାୟୀ କାର୍ଯ୍ୟାଳୟ ଆଦିର ସୁବିଧା ଅଛି କି ନାହିଁ ସମସ୍ତ ତଥ୍ୟ ଦେବାକୁ ହାଇକୋର୍ଟ ଏକ ବିଜ୍ଞପ୍ତି ଜରିଆରେ ରିପୋର୍ଟ ମାଗିଛନ୍ତି ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ