ETV Bharat / state

Naba Das Death case: ବଦଳିଲେ ଝାରସୁଗୁଡା ଏସପିଙ୍କ ସହ ଏସଡିପିଓ - ନବ ଦାସ ମୃତ୍ୟୁ ମାମଲା

ନବ କିଶୋର ଦାସଙ୍କ ମୃତ୍ୟୁ ମାମଲା । ବଦଳିଲେ ଝାରସୁଗୁଡ଼ା ଏସପି ଓ ଏସଡିପିଓ । ଅଧିକ ପଢନ୍ତୁ

Jharsuguda SP Changed
Jharsuguda SP Changed
author img

By

Published : Jan 31, 2023, 7:03 PM IST

Updated : Jan 31, 2023, 8:11 PM IST

Minister Naba Das Death case
Minister Naba Das Death case: ବଦଳିଲେ ଝାରସୁଗୁଡା ଏସପିଙ୍କ ସହ ଏସଡିପିଓ

କଟକ/ଭୁବନେଶ୍ବର: ନବ କିଶୋର ଦାସଙ୍କ ମୃତ୍ୟୁ ମାମଲା । ଝାରସୁଗୁଡ଼ା SP ରାହୁଲ ଜୈନଙ୍କୁ ରାଜ୍ୟ ପୋଲିସ ମୁଖ୍ୟାଳୟକୁ ବଦଳି କରାଯାଇଛି । ବ୍ରଜରାଜନଗର ଏସଡିପିଓ ଗୁପ୍ତେଶ୍ବର ଭୋଇଙ୍କୁ ମଧ୍ୟ ବଦଳି କରାଯାଇଛି । କଟକ ପୋଲିସ ମୁଖ୍ୟାଳୟକୁ ବଦଳି ହୋଇଛନ୍ତି ଗୁପ୍ତେଶ୍ବର । ଆଠମଲ୍ଲିକ ଏସଡିପିଓ ଚିନ୍ତାମଣି ପ୍ରଧାନଙ୍କୁ ବ୍ରଜରାଜନଗର ଏସଡିପିଓ ଦାୟିତ୍ବ ଦିଆଯାଇଛି । ସେହିପରି ବରଗଡ଼ SP ସ୍ମିତ ପରମାର ହେଲେ ଝାରସୁଗୁଡ଼ା ଏସ୍‌ପି ହୋଇଥିବା ବେଳେ ବୌଦ୍ଧ SP ପ୍ରହଲ୍ଲାଦ ମୀନା ହେଲେ ବରଗଡ଼ ଏସପି ।

ପ୍ରଥମେ ବ୍ରଜରାଜନଗର ଏସଡିପିଓଙ୍କୁ ବଦଳି କରାଯାଇଥିଲା ଏହାପରେ ଝାରସୁଗୁଡ଼ା ଏସପିଙ୍କୁ ବଦଳି କରାଯାଇଛି । କ୍ରାଇମବ୍ରାଞ୍ଚ ଘଟଣାର ତଦନ୍ତ କରୁଥିବା ବେଳେ ସେମାନଙ୍କ ତଥ୍ୟ ଆଧାରରେ ଏଭଳି ଆକ୍ସନ ନିଆଯାଇଥାଏ ପାରେ ବୋଲି ଆକଳନ କରାଯାଉଛି । ଅନ୍ୟପଟେ ସୁରକ୍ଷା ବ୍ୟବସ୍ଥାରେ ତ୍ରୁଟି ଯୋଗୁଁ ମଧ୍ୟ ଏହି ଆକ୍ସନ ନିଆଯାଇ ଥାଇପାରେ ବୋଲି ଚର୍ଚ୍ଚା ହେଉଛି । କାରଣ ଅଭିଯୁକ୍ତ ASI ଗୋପାଳ ଦାସ ଅତି ନିକଟରୁ ମନ୍ତ୍ରୀଙ୍କ ଉପରକୁ ଗୁଳି ଚାଳନା କରିଥିଲେ । ସେ ୪ ରାଉଣ୍ଡ ଗୁଳି ଚାଳନା କରିଥିବା ବେଳେ ଗୋଟିଏ ଗୁଳି ମନ୍ତ୍ରୀଙ୍କ ବାମ ପଟ ଛାତିରେ ବାଜିଥିଲା । ଯାହାଦ୍ବାରା ତାଙ୍କ ହୃତପିଣ୍ଡ ଓ ଫୁସଫୁସରେ ଗଭୀର ଆଘାତ ଲାଗିଲା ଓ ପରବର୍ତ୍ତୀ ସମୟରେ ମନ୍ତ୍ରୀଙ୍କ ମୃତ୍ୟୁ ଘଟିଥିଲା ।

ଏହା ବି ପଢନ୍ତୁ- ମନ୍ତ୍ରୀ ନବ ଦାସ ହତ୍ୟା ମାମଲା, ଅଭିଯୁକ୍ତ ବଡ ଭାଇକୁ ଉଠାଇଲା କ୍ରାଇମବ୍ରାଞ୍ଚ

ବିରୋଧୀ ଏହାକୁ ଯୋଜନା ବଦ୍ଧ ହତ୍ୟାକାଣ୍ଡ ବୋଲି କହିବା ସହ ଗୁଇନ୍ଦା ବିଭାଗ ଓ ଗୃହ ବିଭାଗ ଉପରେ ପ୍ରଶ୍ନ ଉଠାଇଛନ୍ତି । ଏଥିରେ ଅନ୍ୟ ବଡ଼ ବଡ଼ ନେତାଙ୍କ ସମ୍ପୃକ୍ତି ଥିବା ନେଇ ସେମାନେ ଅଭିଯୋଗ ଆଣିଛନ୍ତି । ସେପଟେ କ୍ରାଇମବ୍ରାଞ୍ଚ ଟିମ ତଦନ୍ତ ଜାରି ରଖିଛି । ଗୋପାଳ ଦାସଙ୍କ ବଡ଼ ଭାଇ ଉପରେ ସନ୍ଦେହ ଜାତ ହୋଇଥିବା ବେଳେ ତାଙ୍କୁ ପୋଲିସ ଉଠାଇ ନେଇଥିବା ଜଣାପଡ଼ିଛି । ଗୋପାଳଙ୍କ ପରିବାର ବର୍ଗଙ୍କୁ ପ୍ରାଥମିକ ପର୍ଯ୍ୟାୟରେ ପଚରା ଉଚରା କରିବା ପରେ ତାଙ୍କ ବଡ଼ ଭାଇକୁ ଉଠାଇ ନେଇଛି ପୋଲିସ । ସେପଟେ ହତ୍ୟାକାଣ୍ଡ ଦିନ ଗୋପାଳ ଦାସଙ୍କ ବଡ଼ ଭାଇଙ୍କ ହୋଟେଲ ବନ୍ଦ ଥିବା ନେଇ ମଧ୍ୟ ସୂଚନା ମିଳିଛି । ଏହି ତମାମ ଦିଗକୁ ଦୃଷ୍ଟିରେ ରଖି କ୍ରାଇମବ୍ରାଞ୍ଚ ତନାଘନା ଜାରି ରଖିଛି ।

ଇଟିଭି ଭାରତ, କଟକ ଓ ଭୁବନେଶ୍ବର

Last Updated : Jan 31, 2023, 8:11 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.