କଟକ: ମହଙ୍ଗା ପଡିଲା ୧୦ ହଜାର ଟଙ୍କା ଲାଞ୍ଚ ମାଗିବା । ବିଦ୍ୟୁତ ସଂଯୋଗ କରିବା ପାଇଁ ଟଙ୍କା ମାଗି ଭିଜିଲାନ୍ସ ହାତରେ ଧରା ପଡିଲେ ମଙ୍ଗଳାବାଗ ବିଦ୍ୟୁତ ବିଭାଗର ଜୁନିଅର ଇଞ୍ଜିନିୟର ଭବାନୀ ଶଙ୍କର ମହନ୍ତ ।
ସୂଚନା ଅନୁଯାୟୀ, କଟକ ମଙ୍ଗଳାବାଗର ମଲାସାହି ଅଞ୍ଚଳର ବିଜୟ ପାତ୍ର ତାଙ୍କ ସମ୍ପର୍କୀୟଙ୍କ ଘରେ ବିଦ୍ୟୁତ ସଂଯୋଗ କରିବା ପାଇଁ ବିଦ୍ୟୁତ ବିଭାଗର ଜୁନିଅର ଇଞ୍ଜିନିୟରଙ୍କୁ କହିଥିଲେ । ତେବେ ବିଦ୍ୟୁତ ସଂଯୋଗ ପାଇଁ ଜେଇ ୧୦ ହଜାର ଟଙ୍କା ମାଗିବାରୁ ବ୍ୟକ୍ତି ଜଣଙ୍କ ଭିଜିଲାନ୍ସରେ ଅଭିଯୋଗ କରିଥିଲେ ।
ଶୁକ୍ରବାର ଅଫିସରେ ୧୦ ହଜାର ଟଙ୍କା ନେବା ସମୟରେ ଭିଜିଲାନ୍ସ ଜେଇଙ୍କୁ ଧରିଥିଲା । ଜେଇଙ୍କଠାରୁ ୧୦ ହଜାର ଟଙ୍କା ଜବତ କରିବା ସହ ଜେଇଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ଭିଜିଲାନ୍ସ ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ