ETV Bharat / state

କଟକରେ ଜନ ସମ୍ପର୍କ ପଦଯାତ୍ରାର ଶୁଭାରମ୍ଭ

author img

By ETV Bharat Odisha Team

Published : Oct 2, 2023, 10:53 PM IST

ଅକ୍ଟୋବର 2 ତାରିଖରେ ଗାନ୍ଧି ଜୟନ୍ତୀରେ ବିଜେଡି ଜନସମ୍ପର୍କ ପଦଯାତ୍ରା ଆରମ୍ଭ କରିଛି। ଆଜିଠାରୁ ଆରମ୍ଭ ହୋଇଥିବା ଏହି ଜନ ସମ୍ପର୍କ ଯାତ୍ରା କଟକ ଜିଲ୍ଲାର ସମସ୍ତ ନିର୍ବାଚନ ମଣ୍ଡଳୀରେ ଆୟୋଜନ କରାଯାଇଛି। ଅଧିକ ପଢ଼ନ୍ତୁ

ଜନ ସମ୍ପର୍କ ପଦଯାତ୍ରା
ଜନ ସମ୍ପର୍କ ପଦଯାତ୍ରା
ଜନ ସମ୍ପର୍କ ପଦଯାତ୍ରା

କଟକ: ପ୍ରତିବର୍ଷ ଭଳି ଏବର୍ଷ ମଧ୍ୟ ଅକ୍ଟୋବର 2 ତାରିଖରେ ଗାନ୍ଧି ଜୟନ୍ତୀରେ ବିଜେଡି ଜନ ସମ୍ପର୍କ ପଦଯାତ୍ରା ଆରମ୍ଭ କରିଛି । ଆଜିଠାରୁ ଆରମ୍ଭ ହୋଇଥିବା ଏହି ଜନସମ୍ପର୍କ ଯାତ୍ରା କଟକରେ ମଧ୍ୟ ଆୟୋଜିତ ହୋଇଯାଇଛି । ସମସ୍ତ ଦଳୀୟ ନେତା ଠାରୁ କର୍ମୀ ପର୍ଯ୍ୟନ୍ତ ଏହି ପଦଯାତ୍ରାରେ ସାମିଲ ହୋଇଛନ୍ତି । ତେବେ ଏହା ଆସନ୍ତା ମାସେ ପର୍ଯ୍ୟନ୍ତ ଅର୍ଥାତ ଜୟପ୍ରକାଶ ଜୟନ୍ତୀ ପର୍ଯ୍ୟନ୍ତ ଚାଲିବ ।

ତେବେ ଏହି ଜନ ସମ୍ପର୍କ ପଦଯାତ୍ରାରେ ବିଜେଡ଼ି କର୍ମୀମାନେ ପ୍ରତ୍ୟେକ ଲୋକଙ୍କ ପାଖକୁ ଯାଇ ସେମାନଙ୍କୁ ସରକାରଙ୍କ ସମସ୍ତ ଲୋକ କଲ୍ୟାଣ ଯୋଜନା ବିସୟରେ କହିବା ସହ ସେମାନଙ୍କର ସମସ୍ୟା ସମ୍ପର୍କରେ ଆଲୋଚନା କରିଛନ୍ତି । ଏହା ଫଳରେ ତୃଣମୂଳ ସ୍ତରରକୁ ଦଳ ସୁଦୃଢ ହେବା ସହ ଲୋକମାନେ ସିଧାସଳଖ ସେମାନଙ୍କ ସମସ୍ୟା ବିଷୟରେ ସରକାରଙ୍କୁ ଜଣାଇ ପାରିବେ । ତେବେ ପ୍ରତି ବର୍ଷ ଭଳି ଏ ବର୍ଷ ମଧ୍ୟ କଟକର ବିଜେଡ଼ି କର୍ମୀମାନଙ୍କ ଦ୍ବାରା ଏହି ଜନ ସମ୍ପର୍କ ପଦଯାତ୍ରାକୁ ଆଜି ଠାରୁ ଶୁଭାରମ୍ଭ କରାଯାଇଛି ।

ଏହା ମଧ୍ୟ ପଢ଼ନ୍ତୁ...କଳାହାଣ୍ଡିରେ ଜନ ସମ୍ପର୍କ ପଦଯାତ୍ରା: ବିକାଶର ମୁଦ୍ଦା ନେଇ ଲୋକଙ୍କୁ ଭେଟିଲେ ବିଜେଡି କର୍ମୀ

ତେବେ କଟକ ଚୌଦ୍ୱାର ଏବଂ ବାରବାଟୀ କଟକ ନିର୍ବାଚନ ମଣ୍ଡଳୀରେ ଆୟୋଜିତ ହୋଇଥିବା ଏହି ପଦଯାତ୍ରାରେ ଶତାଧିକ କର୍ମୀ ଯୋଗ ଦେଇଥିଲେ । ଶୋଭାଯାତ୍ରା ମାଧ୍ୟମରେ ନେତାମାନେ ୱାର୍ଡ ପରିକ୍ରମା କରିଥିଲେ । କଟକ ବାରବାଟୀ ନିର୍ବାଚନ ମଣ୍ଡଳୀରେ ପୂର୍ବତନ ବିଧାୟକ ତଥା ବିଜେଡି ଜିଲ୍ଲା ସଭାପତି ଦେବାଶିଷ ସାମନ୍ତରାୟ ନିଜର କର୍ମୀଙ୍କ ସହ ଏହି ପଦଯାତ୍ରା କରିଥିଲେ । ସେପଟେ କଟକ ଚୌଦ୍ୱାର ନିର୍ବାଚନ ମଣ୍ଡଳୀରେ ବିଧାୟକ ସୌଭିକ ବିଶ୍ୱାଳ ଅନୁପସ୍ଥିତ ରହିଥିଲେ ମଧ୍ୟ ତାଙ୍କ ବାପା ତଥା ପୂର୍ବତନ ବିଧାୟକ ପ୍ରଭାତ ବିଶ୍ୱାଳ ଏହି ପଦଯାତ୍ରା ସମ୍ଭାଳି ଥିଲେ ।

ତେବେ ଏହି ଅବସରରେ ପୂର୍ବତନ ବିଧାୟକ ପ୍ରଭାତ ବିଶ୍ୱାଳ କହିଛନ୍ତି " ଆମ ଦଳର ମୁଖ୍ୟ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ବାନ କ୍ରମେ ପ୍ରତିବର୍ଷ ଅକ୍ଟୋବର 2 ତାରିଖରୁ ଜନ ସମ୍ପର୍କ ପଦଯାତ୍ରା ଆୟୋଜନ କରାଯାଏ । ଏହାର ମୁଖ୍ୟ ଲକ୍ଷ୍ୟ ହେଉଛି ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଥିବା ଅହିଂସା ଚିନ୍ତାଧାରାକୁ ଅନୁସରଣକରି ମୁଖ୍ୟମନ୍ତ୍ରୀଙ୍କ ଚିନ୍ତାଧାରରେ ଏହି ପଦଯାତ୍ରା କରାଯାଉଛି ।"

ସେହିପରି କଟକ ଜିଲ୍ଲା ସଭାପତି ଦେବାଶିଷ ସାମନ୍ତରାୟ କହିଛନ୍ତି, "ଦୀର୍ଘ 25 ବର୍ଷ ଧରି ପ୍ରତିବର୍ଷ ଅକ୍ଟୋବର 2 ତାରିଖରେ ଜନ ସମ୍ପର୍କ ପଦଯାତ୍ରା କରାଯାଉଛି । ଏହା ମାଧ୍ୟମରେ ବିଜେଡ଼ି କର୍ମୀମାନେ ପଦଯାତ୍ରା କରି ଘରକୁ ଘର ବୁଲି ମୁଖ୍ୟମନ୍ତ୍ରୀଙ୍କ ବିକାଶ ବିଷୟରେ ଲୋକମାନଙ୍କୁ ଜଣାଇବେ । ଏହାସହ ଲୋକମାନଙ୍କ ସହ ସେମାନଙ୍କ ସମସ୍ୟା ବିଷୟରେ ଆଲୋଚନା କରିବୁ ।"

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.