ETV Bharat / state

କଟକରୁ ଅଣ୍ଡା ଚୋର ଗିରଫ

ସୁଯୋଗର ଫାଇଦା ନେଇ ଦୋକାନରୁ ଲୁଟ କରୁଛନ୍ତି ଡକାୟତ । କଟକ ଜଗତପୁରର ଗୋଟିଏ ଦୋକାନରୁ ବହୁ ସଂଖ୍ୟକ ଅଣ୍ଡା ପେଟି ଚୋରି ଅଭିଯୋଗରେ ଜଣେ ଗିରଫ ।

author img

By

Published : Nov 9, 2020, 9:33 PM IST

କଟକରେ ଅଣ୍ଡା ଚୋର ଗିରଫ
କଟକରେ ଅଣ୍ଡା ଚୋର ଗିରଫ

କଟକ: ମାତିଛନ୍ତି ଡକାୟତ। ସେ ଘରୁ ହେଉ କିମ୍ବା ଦୋକାନରୁ ହେଉ, ସୁବିଧା ଦେଖି ବୁଲାଉଛନ୍ତି କଳାକନା । ଏଭଳି ଏକ ଅଭିଯୋଗ ଆସିଛି ଜଗତପୁର ଅଞ୍ଚଳରୁ।

ଗତ ୬ ତାରିଖରେ ଅବଦୁଲ ରଜାକ ନାମକ ଜଣେ ବ୍ୟବସାୟୀଙ୍କ ଅଣ୍ଡା ଦୋକାନରୁ ଅଣ୍ଡା ଚୋରି ହୋଇଥିବା ନେଇ ଅଭିଯୋଗ ହୋଇଛି । ରାତ୍ର ସମୟରେ ତାଙ୍କ ଅଣ୍ଡା ଦୋକାନରୁ ୧୨୦ ପେଟି ଅଣ୍ଡା ଚୋରି ହୋଇଥିବା ନେଇ ଜଗତପୁର ଥାନାରେ ଏତଲା ଦେଇଛନ୍ତି ବ୍ୟବସାୟୀ ।

ତେବେ ପୋଲିସ ଏହାର ତଦନ୍ତ କରି ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ହୋଇଥିବା ଅଭିଯୁକ୍ତ ଜଣକ ହେଉଛନ୍ତି କାବୁଲା ଓରଫ ପ୍ରମୋଦ ବେହେରା। ସେ ଚୋରି କରିଥିବା ସମସ୍ତ ଅଣ୍ଡାକୁ ଭଦ୍ରକ ଅଞ୍ଚଳରେ ବିକ୍ରୟ କରିଥିଲେ। ତେବେ ପୋଲିସ ଆଜି ତାଙ୍କୁ ଗିରଫ କରି ୩୦ କାଟୁନ ଅଣ୍ଡା ପେଟି,୪୫ ଟଙ୍କା କ୍ୟାସ,ଓ ବ୍ୟବହୃତ ଗାଡିକୁ ଜବତ କରିଛି। ଏହି ଡକାୟତି ଘଟଣାରେ ଏକ ରାକେଟ କାମ କରୁଥିବା ପୋଲିସ ଅନୁମାନ କରୁଛି।

ଖୁବଶୀଘ୍ର ଏହି ରାକେଟକୁ ଗିରଫ କରିବ ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.