ETV Bharat / state

ବାଲିଯାତ୍ରା ପ୍ଲଟ ବୁକିଂ ପାଇଁ ନିଲାମ ପ୍ରକ୍ରିୟାରେ ଅନିୟମିତତା !

author img

By

Published : Oct 20, 2022, 7:43 AM IST

Updated : Oct 20, 2022, 9:59 AM IST

ବାଲିଯାତ୍ରା ପ୍ଲଟ ବୁକିଂ ପାଇଁ ବୁଧବାର ଠାରୁ ଆରମ୍ଭ ହୋଇଛି ନିଲାମ ପ୍ରକ୍ରିୟା । ପଞ୍ଜିକରଣ କରିଥିବା ବ୍ୟବସାୟୀ ମାନେ ଏହି ନିଲାମ ପ୍ରକ୍ରିୟାରେ ସାମିଲ ହେଉଛନ୍ତି । ସବୁଠାରୁ ବଡ଼ କଥା ହେଉଛି ଏହି ପ୍ରକ୍ରିୟାରେ ଅନିୟମିତତା ଅଭିଯୋଗ କରିଛନ୍ତି ବ୍ୟବସାୟୀ । ଏହି ପ୍ରକ୍ରିୟାରେ ଯଦି ଗୋଟିଏ ପ୍ଲଟ ପାଇଁ ଜଣେ ବ୍ୟବସାୟୀ ରହିଥାନ୍ତି ତେବେ, ନିଲାମ ହେବ ନାହିଁ । ଅଧିକ ପଢନ୍ତୁ

ବାଲିଯାତ୍ରା ପ୍ଲଟ ବୁକିଂ ପାଇଁ ନିଲାମ ପ୍ରକ୍ରିୟାରେ ଅନିୟମିତତା !
ବାଲିଯାତ୍ରା ପ୍ଲଟ ବୁକିଂ ପାଇଁ ନିଲାମ ପ୍ରକ୍ରିୟାରେ ଅନିୟମିତତା !

କଟକ: ବାଲିଯାତ୍ରା ପ୍ଲଟ ବୁକିଂ ପାଇଁ ବୁଧବାର ଠାରୁ ଆରମ୍ଭ ହୋଇଛି ନିଲାମ ପ୍ରକ୍ରିୟା । ପଞ୍ଜିକରଣ କରିଥିବା ବ୍ୟବସାୟୀ ମାନେ ଏହି ନିଲାମ ପ୍ରକ୍ରିୟାରେ ସାମିଲ ହେଉଛନ୍ତି । ସବୁଠାରୁ ବଡ଼ କଥା ହେଉଛି ଏହି ପ୍ରକ୍ରିୟାରେ ଅନିୟମିତତା ଅଭିଯୋଗ କରିଛନ୍ତି ବ୍ୟବସାୟୀ । ଏହି ପ୍ରକ୍ରିୟାରେ ଯଦି ଗୋଟିଏ ପ୍ଲଟ ପାଇଁ ଜଣେ ବ୍ୟବସାୟୀ ରହିଥାନ୍ତି ତେବେ, ନିଲାମ ହେବ ନାହିଁ ।

ନିର୍ଦ୍ଧାରିତ ଦରରେ ଉକ୍ତ ବ୍ୟବସାୟୀଙ୍କୁ ପ୍ଲଟ ଦିଆଯିବ । ମାତ୍ର ବୁଧବାର ଠାରୁ ଏହି ପ୍ରକ୍ରିୟା ଆରମ୍ଭ ହେବାର ମାତ୍ର କିଛି ସମୟ ମଧ୍ୟରେ ଏଥିରେ ବ୍ୟତିକ୍ରମ ଦେଖିବାକୁ ମିଳିଛି । ଜଣେ ବ୍ୟବସାୟୀ ଏହି ପ୍ରକ୍ରିୟାରେ ସାମିଲ ହୋଇଥିଲେ । ମାତ୍ର ଉକ୍ତ ପ୍ଲଟ ପାଇଁ କେହି ଦ୍ୱିତୀୟ ବ୍ୟବସାୟୀ ରହିନଥିଲେ । ନିୟମ ଅନୁଯାୟୀ ଯଦି ଜଣେ ମାତ୍ର ବ୍ୟବସାୟୀ ଥାଆନ୍ତି ତେବେ ତାଙ୍କୁ ନିର୍ଦ୍ଧାରିତ ଦରରେ ଦେବା କଥା । ଅର୍ଥାତ ବର୍ଗଫୁଟ ଜମି ପ୍ରତି ୫୦ ଟଙ୍କା ଦରରେ ଦେବା କଥା ।

ଏହି କ୍ରମରେ ବ୍ୟବସାୟୀ ଜଣକ ୧୦୦ ବର୍ଗଫୁଟ ପାଇଁ ୫ହଜାର ଟଙ୍କା ଦେବା କଥା । ମାତ୍ର ଉକ୍ତ ବ୍ୟବସାୟୀଙ୍କୁ ପ୍ରଥମେ ୧୦ ହଜାର ଟଙ୍କା ମାଗିଥିଲେ ଅଧିକାରୀ । ପରେ ୭ ହଜାର ଟଙ୍କା ଦେବାକୁ କହିଥିଲେ। ଏପରିକି ବ୍ୟବସାୟୀ ଜଣଙ୍କୁ ୭ ହଜାର ଟଙ୍କାର ବିଲ ମଧ୍ୟ ଦିଆଯାଇଥିଲା । ତେବେ ଏହାକୁ ପ୍ରତିବାଦ କରିବା ପରେ ୭ ହଜାର ଟଙ୍କା ପରିବର୍ତ୍ତେ ୫ ହଜାର ଟଙ୍କାର ଅନ୍ୟ ଏକ ବିଲ ଦିଆଯାଇଥିଲା । ତେବେ କାହିଁକି ଏପରି ଅଧିକ ଦର ବ୍ୟବସାୟୀ ମାନେ ଦେବେ ବୋଲି ବ୍ୟବସାୟୀ ମାନେ ପ୍ରତିବାଦ କରିଥିଲେ?

ଅନ୍ୟପଟେ ଦାୟିତ୍ୱରେ ଥିବା ଅଧିକାରୀ ନିଜ ଭୁଲ ଧରିବା ପରିବର୍ତ୍ତେ, ସେ ବ୍ୟବସାୟୀଙ୍କୁ ଦୋଷ ଦେଇଥିଲେ । ନିଜ ଇଚ୍ଛାରେ ବ୍ୟବସାୟୀ ଜଣକ ଅଧିକ ଟଙ୍କା ଦେଇଥିବା ଦାୟିତ୍ୱରେ ଥିବା ଅଧିକାରୀ କହିଛନ୍ତି ।

ଇଟିଭି ଭାରତ, କଟକ

Last Updated : Oct 20, 2022, 9:59 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.