କଟକ: କେନ୍ଦ୍ରାଞ୍ଚଳ ଡ଼ିଆଇଜି ଭାବେ ଆଜି କାର୍ଯ୍ୟରେ ଯୋଗ ଦେଇଛନ୍ତି ଆଇପିଏସ ଆଶିଷ ସିଂହ । ବରିଷ୍ଠ ଅଧକାରୀଙ୍କ ନିର୍ଦ୍ଦେଶ ଓ ରାଜ୍ୟ ସରକାରଙ୍କ 5-ଟି ମନ୍ତ୍ରକୁ ଗୁରୁତ୍ବ ଦିଆଯାଇ କାର୍ଯ୍ୟ କରାଯିବ ବୋଲି କାର୍ଯ୍ୟର ପ୍ରଥମ ସେ କହିଛନ୍ତି ।
ରାଜ୍ୟରେ ବଢୁଥିବା ଅପରାଧକୁ କାବୁ କରିବାକୁ ଏବଂ ଅପରାଧୀଙ୍କୁ ସାବାଡ଼ କରିବା ପାଇଁ ସାଧାରଣ ଲୋକଙ୍କ ସହାୟତା ଲୋଡାଯିବ । ଏଥିପାଇଁ ଲୋକଙ୍କ ସହ ପୋଲିସର କିଭଳି ସୁସମ୍ପର୍କ ରହିବ ତାହା ଉପରେ ଗୁରୁତ୍ବ ଦିଆଯିବ ବୋଲି ଆଶିଷ କହିଛନ୍ତି । ରାଜ୍ୟରୁ ଅପରାଧୀଙ୍କୁ ମୂଳପୋଛ କରିବା ପ୍ରଥମ ଲକ୍ଷ୍ୟ ବୋଲି ସେ ପ୍ରତିକ୍ରିୟା ଦେଇଛନ୍ତି ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ