କଟକ: ଜିଲ୍ଲା ବାଙ୍କୀ ବ୍ଲକ ଅନ୍ତର୍ଗତ ପାଥପୁରରେ ଏକ ଜମି ଉପରେ ଆଇଓସିଏଲର ଗ୍ୟାସ ପାଇପ ଯିବା ପ୍ରସଙ୍ଗ ମାମଲାର ତଦନ୍ତ ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।
ସୂଚନା ଅନୁଯାୟୀ, ପାଥପୁର ଅଞ୍ଚଳର ଜଣେ ବୃଦ୍ଧାଙ୍କ ଜମିକୁ ଚଞ୍ଚକତା କରି ଆଇଓସିଏଲ ହାତେଇ ନେଇଥିବା ଅଭିଯୋଗ ହୋଇଥିଲା । ଏନେଇ ବୃଦ୍ଧା ଜଣକ ହାଇକୋର୍ଟଙ୍କ ଦ୍ବାରସ୍ତ ହୋଇଥିଲେ । ତେବେ ହାଇକୋର୍ଟ ଏହି ମାମଲାକୁ ବିଚାର କରି ଘଟଣାର ତଦନ୍ତ କରିବାକୁ କ୍ରାଇମବ୍ରାଞ୍ଚଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।
କଟକରୁ ନାରାୟଣ ସାହୁ , ଇଟିଭି ଭାରତ