ETV Bharat / state

ଶଙ୍ଖ ପାଇଁ ଭୋଟଭିକ୍ଷା କଲେ ପ୍ରମୋଦ ମଲ୍ଲିକ

ଶେଷ ପର୍ଯ୍ୟାୟ ମତଦାନ ପାଇଁ ସରଗରମ ନିଆଳି ନିର୍ବାଚନ ମଣ୍ଡଳୀ । ଏହି ନିର୍ବାଚନ ମଣ୍ଡଳୀରେ ଦୁଇ-ଦୁଇ ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିବା ବିଜେଡି ପ୍ରାର୍ଥୀ ପ୍ରମୋଦ ମଲ୍ଲିକଙ୍କ ସହ ନିର୍ବାଚନୀ ସାକ୍ଷାତକାର ।

author img

By

Published : Apr 25, 2019, 9:45 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, କଟକ

କଟକ: ରାଜ୍ୟରେ ଅନ୍ତିମ ପର୍ଯ୍ୟାୟ ମତଦାନ ନେଇ ରାଜନୈତିକ ପାଣିପାଗ ହୋଇଛି ସରଗରମ । କଟକ ଜିଲ୍ଲାର ନିଆଳି ନିର୍ବାଚନ ମଣ୍ଡଳୀ ଜଗତସିଂହପୁର ଲୋକସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ହୋଇଥିବାରୁ ଏଠାରେ ମଧ୍ୟ ଆସନ୍ତା 29 ତାରିଖରେ ହେବ ମତଦାନ । ତେବେ ନିଆଳିରେ ଦୁଇ-ଦୁଇ ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିବା ପ୍ରମୋଦ ମଲ୍ଲିକଙ୍କୁ ଆମେ ଭେଟିଥିଲୁ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କଟକ

ନିର୍ବାଚନ ପାଇଁ କଣ ରହିଛି ପ୍ରମୋଦଙ୍କ ରଣନୀତି, ନିର୍ବାଚନରେ ବିଜୟୀ ହେବା ପରେ ଆଗାମୀ ଦିନରେ ସେ ନିଳିର ବିକାଶ ପାଇଁ କଣ ସବୁ କାର୍ଯ୍ୟ କରିବେ ସେନେଇ ତାଙ୍କୁ ପ୍ରଶ୍ନ କରିଥିଲେ ଆମ କଟକ ସାମ୍ବାଦିକ ନାରାୟଣ ସାହୁ । ଏହାର ଉତ୍ତରରେ ପ୍ରମୋଦ ମଲ୍ଲିକ କହିଛନ୍ତି ଯେ ସେ ବିଗତ ବର୍ଷ ମାନଙ୍କରେ ନିଆଳିର ଯେତିକି ବିକାଶ ହୋଇଛି ତାକୁ ଆହୁରି ତ୍ୱରାନିତ କରିବା ପାଇଁ ପଦକ୍ଷେପ ମାନ ନିଆଯିବ । ନିଆଳିରେ ବିଜେଡିର ବିଜୟ ଦେଲେ ନିଆଳିରେ ସ୍ଥାପିତ ହୋଇଥିବା କୋର୍ଟକୁ ସମ୍ପୂର୍ଣ୍ଣ କରାଯିବ ଓ ଅନେକ ଦିନ ଧରି ରହିଥିବା ଶୀତଳ ଭଣ୍ଡାର ସମସ୍ୟାକୁ ମଧ୍ୟ ସମାଧାନ କରାଯିବ ବୋଲି କହିଛନ୍ତି ପ୍ରମୋଦ । ଏହାସହ ନିଆଳି ନିର୍ବାଚନ ମଣ୍ଡଳୀର ସାଂସଦ ପ୍ରାର୍ଥୀ ରାଜଶ୍ରୀ ମଲ୍ଲିକ ଓ ନିଜ ପାଇଁ ଭୋଟ ମାଗିଛନ୍ତି ପ୍ରମୋଦ ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.