ETV Bharat / state

କୋରୋନା ବୁଡ଼ାଇଲା ରୁଟି ବ୍ୟବସାୟ, ପରିବାର ଚଳାଇବା ଚିନ୍ତାରେ ଏସଏଚଜି ମହିଳା - lockdown

କୋରୋନା କୋପ ସହିତ ରାଜ୍ୟରେ ଲକଡାଉନ ଅନେକଙ୍କ ଜୀବିକା ଛଡାଇ ନେଇଛି । କୋରୋନାର ଦ୍ବିତୀୟ ଲହର କୋପରେ ରାଜ୍ୟରେ ପୁଣି ଲକଡାଉନରେ କଟକ ଖାନ ନଗର ସ୍ଥିତ ମହିଳା ସ୍ବୟଂ ସହାୟକ ଗୋଷ୍ଠୀର ମହିଳାଙ୍କ ରୁଟି ବ୍ୟବସାୟକୁ ବୁଡେଇ ଦେଇଛି । ଅଧିକ ପଢନ୍ତୁ...

କୋରୋନା ବୁଡ଼ାଇଲା ରୁଟି ବ୍ୟବସାୟ
କୋରୋନା ବୁଡ଼ାଇଲା ରୁଟି ବ୍ୟବସାୟ
author img

By

Published : May 16, 2021, 3:51 PM IST

କଟକ: ରାଜ୍ୟରେ ଦିନକୁ ଦିନ ଉପରମୁଁହା ହୋଇଛି କୋରୋନା ଗ୍ରାଫ । ଯାହାକୁ ନେଇ ଚିନ୍ତା ବଢିଛି । କୋରୋନା କବଳରୁ ରକ୍ଷା ପାଇବା ପାଇଁ ରାଜ୍ୟରେ କେତେବେଳେ ଲକଡାଉନ ତ ପୁଣି ସଟଡାଉନ ଲାଗୁ ହେଉଛି । ରାଜ୍ୟରେ ଏପରି ତାଲାବନ୍ଦରେ କେତେ ଯେ ନିଜ ଜୀବିକା ହରାଇଛନ୍ତି ତାହା ଆକଳନ କରବା କଷ୍ଟ । ଆମେ କହୁଛୁ କୋରୋନାର ଦ୍ବିତୀୟ ଲହରରେ ପୁଣି ଲକଡାଉନରେ ଜୀବିକା ହରାଇଥିବା ମହିଳା ସ୍ବୟଂସହାୟକ ମହିଳାଙ୍କ କଥା । ଯିଏ କି ରୁଟି ବ୍ୟବସାୟ କରି ବେଶ ଦୁଇ ପଇସା ରୋଜଗାର କରୁଥିଲେ । ମାତ୍ର ଏହି ତାଲାବନ୍ଦ ତାଙ୍କ ବ୍ୟବସାୟରେ ତାଲା ପକାଇଛି ।

କୋରୋନା ବୁଡ଼ାଇଲା ରୁଟି ବ୍ୟବସାୟ

କଟକ ଖାନ ନଗରରେ 2013 ମସିହାରୁ ଦୁଇ ଭଉଣୀ ବ୍ୟାଙ୍କରୁ ଋଣ ନେଇ ଆରମ୍ଭ କରିଥିଲେ ରୁଟି ବ୍ୟବସାୟ । ଦୁଇଜଣରୁ ଧୀରେ ଧୀରେ 10ଜଣ ସଦ୍ୟସଙ୍କ ନେଇ ବଢିଚାଲିଥିଲା ବ୍ୟବସାୟ । ମହିଳାଙ୍କ ଦ୍ବାରା ପ୍ରସ୍ତୁତ ଏହି ରୁଟି ହୋଟେଲ ,ବାହାଘର,ବ୍ରତଘର ଓ ବିଭିନ୍ନ ଛାତ୍ରାବାସକୁ ଯାଉଥିଲା । ମାତ୍ର 2020ରେ କୋରୋନା କୋପରେ ଠପ ହୋଇଯାଇଥିଲା ବ୍ୟବସାୟ । ଧୀରେ ଧୀରେ ଲକଡାଉନ ଖୋଲିବା ପରେ ପୁଣି ବ୍ୟବସାୟ ଆରମ୍ଭ ହୋଇଥିବା । ମାତ୍ର କୋରୋନାର ଦ୍ବିତୀୟ ଲହର କୋପ ଓ ଲକଡାଉନ ବେପାରକୁ ମାନ୍ଦା କରିଛି । ଦିନକୁ ଯେତିକି ରୁଟି ହୁଏ ବର୍ତ୍ତମାନ ତାର ଅଧା ବି ହେଉନଥିବା କହିଛନ୍ତି ଗୋଷ୍ଠୀ ମହିଳା । ଫଳରେ ବ୍ୟାଙ୍କ ଋଣ ସୁଝିବା ତ ଦୂରର କଥା ପରିବାର ଚଳେଇବାକୁ ଦୁଇ ପଇସା ରୋଜଗାର କରିବା ବି କଷ୍ଟକର ହୋଇଛି । ପରିବାରର ଚଳାଇବା ପାଇଁ ଚିନ୍ତାରେ ମହିଳାମାନେ ।

ମହିଳାମାନଙ୍କୁ ସଶକ୍ତ କିରବାକୁ ସରକାରଙ୍କ ମାଳମାଳ ଯୋଜନା । ମାତ୍ର କୋରୋନା କୋପରେ ମହିଳା ସ୍ବୟଂ ସହାୟକ ଗୋଷ୍ଠି ଯେପରି କ୍ଷତି ସହୁଛନ୍ତି ସେ ଦିଗରେ ସରକାରଙ୍କୁ ଦୃ୍ଷ୍ଟି ଦେବାର ଆବଶ୍ୟକ ରହିଛି ବୋଲି ବୁଦ୍ଧିଜୀବୀ ମତ ପ୍ରକାଶ କରିଛନ୍ତି । ମହାମାରୀ ଭିତରେ ସରକାର ଏସଏଚଜି ଗ୍ରୁପମାନଙ୍କୁ ସହାୟତା ପ୍ରଦାନ କଲେ ଅନଟନ ମଧ୍ୟରେ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳନ୍ତା ନାହିଁ ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.