କଟକ: ଡ଼ରାଉଛି କରୋନା ଦ୍ୱିତୀୟ ଲହରୀ । ସବୁଠାରୁ ମାରାତ୍ମକ ରୂପ ଧାରଣ କରୁଛି ଏହି ଲହର । ଏଭଳି ସ୍ଥିତିରେ ପ୍ରତ୍ୟକ ଦିନ ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । କଟକ ଜିଲ୍ଲାରେ ପ୍ରତ୍ୟକ ଦିନ ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଗ୍ରାମାଞ୍ଚଳ ଅପେକ୍ଷା ସହରାଞ୍ଚଳରେ ସଂକ୍ରମଣ ସଂଖ୍ୟା ବଢୁଛି । ଏହାର ମୁକାବିଲା ପାଇଁ ସମସ୍ତ ପ୍ରକାର ଶକ୍ତି ଲଗାଇ ଦେଇଛି ଜିଲ୍ଲା ପ୍ରଶାସନ ।
ସବୁଠାରୁ ବଡ଼ କଥା ହେଉଛି ପ୍ରତ୍ୟକ ଦିନ ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଉଥିବାରୁ ହସ୍ପିଟାଲରେ ଆହୁରି ବେଡ଼ର ଆବଶ୍ୟକତା ରହିଛି ।ଅନେକ ରୋଗୀଙ୍କୁ ବେଡ଼ ମିଳୁନଥିବା ଦେଖିବାକୁ ମିଳିଛି । ପ୍ରଥମ ଲହରୀ ଅପେକ୍ଷା ଦ୍ୱିତୀୟ ଲହରୀରେ ଅଧିକ ବିପଦ ରହୁଛି । କରୋନା ରୋଗୀ ପୂର୍ବରୁ ଆଇସିୟୁରେ ୫ ରୁ ୬ ଦିନ ମଧ୍ୟରେ ସୁସ୍ଥ ହେଉଥିଲେ, ମାତ୍ର ଏବେ ୨୦ ରୁ ୨୫ ଦିନ ରହୁଛନ୍ତି ।
ଯାହାଫଳରେ ଆଇସିୟୁର ସଂଖ୍ୟା ଆହୁରି ଆବଶ୍ୟକତା ରହିଛି । ସଂକ୍ରମଣ ବଢ଼ୁଥିବାରୁ ନୂତନ କୋଭିଡ ହସ୍ପିଟାଲର ବ୍ୟବସ୍ଥା କରାଯାଉଛି । ବର୍ତ୍ତମାନ ୭ ଶହରୁ ୮ ଶହ ବେଡ଼ ପ୍ରସ୍ତୁତ ରଖାଯାଇଛି । ଆବଶ୍ୟକତାକୁ ଦୃଷ୍ଟିରେ ରଖି ଆଇସିୟୁର ବ୍ୟବସ୍ଥା କରାଯାଉଛି । ତେବେ ଜଣେ କରୋନା ରୋଗୀ ବେଶି ଗୁରୁତର ହୋଇ ହସ୍ପିଟାଲକୁ ଆସୁଥିବାରୁ ଏହା ବେଶ ଚିନ୍ତା ବଢ଼ାଉଛି ।ସେଥିପାଇଁ ନିଶ୍ୱାସ ପ୍ରଶ୍ୱାସରେ ସମସ୍ୟା ଅନୁଭବ କଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେବା ଆବଶ୍ୟକ ବୋଲି ଡାକ୍ତର ଉମେଶ ରାୟ କହିଛନ୍ତି ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ