ETV Bharat / state

କଟକ ନୌବାଣିଜ୍ୟ କେନ୍ଦ୍ର ବୁଲିଲେ ଇଣ୍ଡୋନେସିଆ ବୈଦେଶିକ ବ୍ୟାପାର ଅଧିକାରୀ - ମାରିଟାଇମ୍ ମ୍ୟୁଜିୟମ ବୁଲିଲେ ଇଣ୍ଡୋନେସିଆ ଅଧିକାରୀ

ଓଡିଶା ଓ ଇଣ୍ଡୋନେସିଆ ମଧ୍ୟରେ ପୂର୍ବରୁ ରହିଥିବା ନୌବାଣିଜ୍ୟ ସମ୍ପର୍କର ସ୍ମୃତି କଟକ ମାରିଟାଇମ୍ ମ୍ୟୁଜିୟମରେ ସଂରକ୍ଷିତ ଅଛି । ଆଜି ଏଗୁଡ଼ିକୁ ବୁଲି ଦେଖିଛନ୍ତି ଦିଲ୍ଲୀସ୍ଥିତ ଇଣ୍ଡୋନେସିଆ ଦୂତାବାସର ବୈଦେଶିକ ବ୍ୟାପାର ଦାୟିତ୍ବରେ ଥିବା ଡୋନା ଏବଂ ତାଙ୍କର ପତ୍ନୀ । ଅଧିକ ପଢ଼ନ୍ତୁ

କଟକ ନୌବାଣିଜ୍ୟ କେନ୍ଦ୍ର ବୁଲିଲେ ଇଣ୍ଡୋନେସିଆ ବୈଦେଶିକ ବ୍ୟାପାର ଅଧିକାରୀ

author img

By

Published : Dec 2, 2022, 10:05 PM IST

କଟକ: ଦିଲ୍ଲୀସ୍ଥିତ ଇଣ୍ଡୋନେସିଆ ଦୂତାବାସର ବୈଦେଶିକ ବ୍ୟାପାର ଦାୟିତ୍ବରେ ଥିବା ଡୋନା ଏବଂ ତାଙ୍କର ପତ୍ନୀ ଆଜି କଟକର ମାରିଟାଇମ୍ ମ୍ୟୁଜିୟମ ବୁଲି ଦେଖିଛନ୍ତି । ଭୁବନେଶ୍ବରରେ ମେକ୍ ଇନ ଓଡିଶା କନକ୍ଲେଭ (Make In Odisha Conclave) ରେ ଯୋଗ ଦେବା ପାଇଁ ଆସିଥିବା ଅବସରରେ ଏହି ମ୍ୟୁଜିୟମ ବୁଲିବା ପାଇଁ ଆସିଥିଲେ ଇଣ୍ଡୋନେସିଆର ଏହି ବାଣିଜ୍ୟିକ ଅଧିକାରୀ ।

କଟକ ନୌବାଣିଜ୍ୟ କେନ୍ଦ୍ର ବୁଲିଲେ ଇଣ୍ଡୋନେସିଆ ବୈଦେଶିକ ବ୍ୟାପାର ଅଧିକାରୀ

ଓଡିଶାର ଇଣ୍ଡୋନେସିଆ ସମେତ ଦକ୍ଷିଣ ପୂର୍ବ ଏସିଆର ବିଭିନ୍ନ ଦେଶ ଗୁଡିକ ସହିତ ପୁରୁଣା କାଳରୁ ନୌବାଣିଜ୍ୟ ସମ୍ପର୍କ ରହିଥିଲା । ଏହି ସମ୍ପର୍କର ଅନେକ ସ୍ମୃତି କଟକ ମାରିଟାଇମ୍ ମ୍ୟୁଜିୟମରେ ସଂରକ୍ଷିତ ହୋଇ ରହିଛି । ଦୂତାବାସର ବାଣିଜ୍ୟିକ ଅଧିକାରୀ ଏହି ସ୍ମୃତି ସବୁ ବୁଲି ଦେଖିବା ସହ ଓଡିଶା ଓ ଇଣ୍ଡୋନେସିଆ ମଧ୍ୟରେ ଥିବା ନୌବାଣିଜ୍ୟ ସମ୍ପର୍କରେ ପଚାରି ବୁଝିଛନ୍ତି । ଏହି ଆଧାରରେ ଏବେ ଓଡିଶା ଓ ଇଣ୍ଡୋନେସିଆ ମଧ୍ୟରେ କିଭଳି ବାଣିଜ୍ୟିକ ସମ୍ପର୍କକୁ ପୁନର୍ଜିବୀତ କରାଯାଇ ପାରିବ, ସେନେଇ ଆଲୋଚନା କରିଛନ୍ତି ଇଣ୍ଡୋନେସିଆ ଦୂତାବାସର ବାଣିଜ୍ୟିକ ଅଧିକାରୀ ।

କଳିଙ୍ଗ ଇଣ୍ଟରନ୍ୟାସନାଲ ୟୁଥ୍ ଫାଉଣ୍ଡେସନ ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ଗସ୍ତ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଇଣ୍ଡୋନେସିଆ ଦୂତାବାସର ଅଧିକାରୀ ଭୁବନେଶ୍ବରରେ ଆରମ୍ଭ ହୋଇଥିବା ମେକ୍ ଇନ ଓଡିଶା କନକ୍ଲେଭ (Make In Odisha Conclave) ରେ ଯୋଗ ଦେବା ପାଇଁ ଓଡିଶା ଆସିଛନ୍ତି । ପୂର୍ବରୁ ଇତିହାସ ବର୍ଣ୍ଣିତ ଓଡିଶା ଓ ଇଣ୍ଡୋନେସିଆ ମଧ୍ୟରେ ବାଣିଜ୍ୟ ଓ ପରିବହନ ସମ୍ପର୍କରେ ଆହୁରି କିପରି ଉନ୍ନତି କରାଯାଇ ପାରିବ ସେହି ଦିଗରେ ମଧ୍ୟ ଆଲୋଚନା ହୋଇଥିବା ପ୍ରକାଶ କରିଛନ୍ତି ମ୍ୟୁଜିୟମ ଅଧିକାରୀ ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.