ETV Bharat / state

ଏଥର ଜାଳନ୍ତୁ ପଞ୍ଚଗବ୍ୟ ଦୀପ, ବାୟୁମଣ୍ଡଳରେ ବୃଦ୍ଧି ହେବ ଅମ୍ଳଜାନ - indigenous cow dung lamps in cuttack

ପାଖେଇ ଆସୁଛି ଆଲୋକର ପର୍ବ ଦୀପାବଳି । ସବୁଆଡେ ଜୋରସୋରସେ ଚାଲିଛି ଦୀପ ପ୍ରସ୍ତୁତି । କିନ୍ତୁ ଏଥର କୌଣସି ମାଟି ଦୀପ ନୁହେଁ କି ଟେରାକୋଟା ଦୀପ ନୁହେଁ, ଗୋବରରୁ ପ୍ରସ୍ତୁତ ପଞ୍ଚଗବ୍ୟ ଦୀପର ରହିଛି ଅଧିକ ଚାହିଦା। ଯାହାକୁ ପ୍ରସ୍ତୁତ କରୁଛନ୍ତି କଟକ ନୂଆପଡା ଅଞ୍ଚଳର ରବୀନ୍ଦ୍ରନାଥ ଓ ତାଙ୍କ ପତ୍ନୀ। ଅଧିକ ପଢନ୍ତୁ...

ସିଲଭରସିଟିର ପଞ୍ଚଗବ୍ୟ ଦୀପ, ଦୀପାବଳିରେ ଭରିବ ଅମ୍ଳଜାନ

author img

By

Published : Oct 31, 2021, 3:25 PM IST

କଟକ: ପାଖେଇ ଆସୁଛି ଆଲୋକର ପର୍ବ ଦୀପାବଳି । ଯାହା ହିନ୍ଦୁମାନଙ୍କ ଏକ ମୁଖ୍ୟ ପର୍ବ । ପରମ୍ପରା ଅନୁସାରେ ଘରେ ଘରେ ଜଳିବ ଦୀପ ଆଉ ଖେଳିବ ଆନନ୍ଦର ଲହରୀ । ତେବେ ଦୀପାବଳିକୁ ନେଇ ଏବେଠୁ ଚଳଚଞ୍ଚଳ ହେଲାଣି ସିଲଭରସିଟି । ସବୁଆଡେ ଜୋରସୋରସେ ଚାଲିଛି ଦୀପ ପ୍ରସ୍ତୁତି । କିନ୍ତୁ ଏଥର କୌଣସି ମାଟି ଦୀପ ନୁହେଁ କି ଟେରାକୋଟା ଦୀପ ନୁହେଁ, ଗୋବରରୁ ପ୍ରସ୍ତୁତ ପଞ୍ଚଗବ୍ୟ ଦୀପର ରହିଛି ଅଧିକ ଚାହିଦା। ଯାହାକୁ ପ୍ରସ୍ତୁତ କରୁଛନ୍ତି କଟକ ନୂଆପଡା ଅଞ୍ଚଳର ରବୀନ୍ଦ୍ରନାଥ ଓ ତାଙ୍କ ପତ୍ନୀ। ପ୍ରଦୁଷଣ ମୁକ୍ତ ଦୀପାବଳି ପାଇଁ ଏହି ନୂଆ ପ୍ରୟାସ କରିଛନ୍ତି କଟକର ଏହି ଦମ୍ପତି ।

ସିଲଭରସିଟିର ପଞ୍ଚଗବ୍ୟ ଦୀପ, ଦୀପାବଳିରେ ଭରିବ ଅମ୍ଳଜାନ
ରବୀନ୍ଦ୍ର ହେଉଛନ୍ତି ଜଣେ ଗୋ-ସେବକ । ଆଉ ଗୋସେବା କରୁ କରୁ ଏଭଳି ଗୋବର ଦୀପର ପରିକଳ୍ପନା କର ପରେ ଏହାକୁ ବାସ୍ତବ ରୂପ ଦେବାରେ ହୋଇଥିଲେ ସକ୍ଷମ। ତେବେ ଏହା କୌଣସି ମାଟି ତିଆରି ନୁହେଁ ବରଂ ପଞ୍ଚଗବ୍ୟରୁ ପ୍ରସ୍ତୁତ ହେଉଛି ଏହି ସ୍ବତନ୍ତ୍ର ଦୀପ। ଯାହା ଗୋବର, ଗୋମୂତ୍ର, କ୍ଷୀର, ଦହି ଓ ଘିଅର ମିଶ୍ରଣରେ ନିର୍ମିତ । ଏହି ଦୀପର ଚାହିଦା ଢେର ଅଧିକ ଥିବା ବେଳେ , ବ୍ୟବସାୟ ଉଦ୍ଦେଶ୍ୟ ନୁହେଁ ବରଂ ଗୋମାତାଙ୍କ ସେବା ତଥା ଲୋକଙ୍କ ହିତ ପାଇଁ ଏହି ଦୀପ ତିଆରି କରି କମ ଦାମରେ ବଜାରକୁ ଦେଇଥାନ୍ତି ରବିନ୍ଦ୍ର ଓ ତାଙ୍କ ପରିବାର। ଏହି ଦୀପ ଜଳିବା ମାତ୍ରେ ବାୟୁ ମଣ୍ଡଳରେ ଅମ୍ଳଜାନ ସ୍ଥର ବୃଦ୍ଧି ପାଇବ । ବିଶେଷକରି କୋଭିଡ ରୋଗୀଙ୍କ ଶ୍ବାସକ୍ରିୟାରେ ଉର୍ନ୍ନତି ଆଣିବା ପାଇଁ ଏହି ଦୀପ ବେଶ ସହାୟକ ହୋଇଥାଏ ବୋଲି କହିଛନ୍ତି ପରିବାର ଲୋକେ ।

ଅପରପଟେ ଏହି ଦୀପ ସମ୍ପୂର୍ଣ ରୂପରେ ମାଟି ଦୀପଠାରୁ ଭିନ୍ନ । ଏହି ପଞ୍ଚଗବ୍ୟ ଦୀପକୁ ସାଧାରଣ ଦୀପ ଭଳି ତେଲ ଓ ଶଳିତାର ବ୍ୟବହାର କରି ଦୀପ ଜାଳି ହେବ । ତେଲ ଶେଷ ହେବା ପରେ ଦୀପପାତ୍ରଟି ସମ୍ପୂର୍ଣ ଜଳି ପାଉଁଶ ହୋଇଯାଉଛି ଏବଂ ସେହି ପାଉଁଶକୁ ପୁଣି ସାର ରୂପେ ଗଛରେ ବ୍ୟବହାର କରିହେଉଛି। ଏହା ଦ୍ଵାରା ବାୟୁ ମଧ ପ୍ରଦୂଷଣ ହେବ ନାହିଁ ବରଂ ଶୁଦ୍ଧ ହେବ । ତେବେ ଗୋମାତାର ସୁରକ୍ଷା ଓ ଗାଇର ଜୈବିକ ପଦାର୍ଥର ପ୍ରଚାର ପ୍ରସାର ପାଇଁ ଏହି ନୂଆ ବାଟ ଆପଣାଇଛନ୍ତି ରବିନ୍ଦ୍ରଙ୍କ ପରିବାର । ଗତ ବର୍ଷ ସିମୀତ ସଂଖ୍ୟାରେ ଏହି ଦୀପ ପ୍ରସ୍ତୁତ କରାଯାଇଥିବା ବେଳେ ଏଥର ଏହି ସଂଖ୍ୟା ଢେର ବଢିଛି । ଏସବୁ ଦୀପର ବଜାରରେ ବେଶ ଚାହିଦା ରହିଛି ଏବଂ ଏହା ପ୍ରଦୂଷଣ ମୁକ୍ତ ତଥା ପରିବେଶ ଉପଯୋଗୀ ହୋଇଥିବାରୁ ଏହାକୁ ଗ୍ରାହକ ଖୁବ୍ ପସନ୍ଦ କରୁଛନ୍ତି ।

କୋରୋନା ମହାମାରୀ ସମୟରେ କେବଳ ଦୀପାବଳି ପାଳନ କରିବା ପାଇଁ ପରାମର୍ଶ ଦିଆଯାଇଛି । ଯେଉଁଥିରେ ବାଣକୁ ଉପେକ୍ଷା କରାଯାଇ ଦୀପ ଜଳିବାକୁ ଦିଆଯାଇଛି ପରାମର୍ଶ। ତେଣୁ ଏହି ପଞ୍ଚଗବ୍ୟର ଦୀପ ଏବେ ଅନେକଙ୍କ ପସନ୍ଦ ପାଲଟିଛି ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.