ETV Bharat / state

ରାଜ୍ୟଗୋଷ୍ଠୀ ଟେବୁଲଟେନିସ ପ୍ରତିଯୋଗିତା: ଭାରତର ବିଜୟ ଧାରା ଜାରି - କଟକ

ରାଜ୍ୟଗୋଷ୍ଠୀ ଟେବୁଲ ଟେନିସ ପ୍ରତିଯୋଗୀତାର ଦ୍ୱିତୀୟ ଦିନରେ ଭାରତର ବିଜୟ ଧାରା ଜାରି ରହିଛି । ବିପକ୍ଷ ଦଳକୁ ପରାଜିତ କରି ଉଭୟ ମହିଳା ଓ ପୁରୁଷ ଦଳ ଫାଇନାଲରେ ସ୍ୱର୍ଣ୍ଣ ଆଶାକୁ ଆହୁରି ପକ୍କା କରିଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କଟକ
author img

By

Published : Jul 18, 2019, 7:48 PM IST

କଟକ: ଜବାହାରଲାଲ ନେହରୁ ଇଣ୍ଡୋର ଷ୍ଟାଡିଅମରେ ଜାରି ରହିଛି 21ତମ ରାଜ୍ୟଗୋଷ୍ଠୀ ଟେବୁଲଟେନିସ ପ୍ରତିଯୋଗିତା । ସମୁଦାୟ 12ଟି ଦଳ ଏହି ମେଗା ଇଭେଣ୍ଟରେ ଭାଗ ନେଇଛନ୍ତି । କିନ୍ତୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଭାରତୀୟ ଦଳ ଉଭୟ ପୁରୁଷ ଓ ମହିଳା ବର୍ଗରେ ଚମତ୍କାର ପ୍ରଦର୍ଶନ ଜାରି ରଖିଛି । ଗ୍ରୁପ ପର୍ଯ୍ୟାୟରେ ନିଜର ପତିଆରା ଜାହିର କରିଛି ଭାରତ।

ଦ୍ୱିତୀୟ ଦିନରେ ପହଁଞ୍ଚିଛି ଟେବୁଲ ଟେନିସର ଲିଗ ପର୍ଯ୍ୟାୟ ମ୍ୟାଚ । ଯେଉଁଥିରେ ଟିମ ଇଣ୍ଡିଆ ବେଶ ପ୍ରଭାବଶାଳୀ ପ୍ରଦର୍ଶନ ଜାରିରଖିଛି। ଉଭୟ ମହିଳା ଓ ପୁରୁଷ ଦଳ ଗ୍ରୁପ ପର୍ଯ୍ୟାୟରେ ବିପକ୍ଷ ଦଳକୁ ମାତ ଦେଇଛନ୍ତି। ତେବେ ଏହି ମନୋବଳକୁ ନେଇ ଟିମ ଫାଇନାଲରେ ସ୍ଵର୍ଣ୍ଣ ପଦକ ବିଜେତା ହେବ ବୋଲି କହିଛନ୍ତି ଖେଳାଳି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କଟକ

ଅନ୍ୟପଟେ ଟିମର ସଫଲତାକୁ ନେଇ ବେଶ ଖୁସି ଅଛନ୍ତି କୋଚ ବ୍ରେଟ କ୍ଲାର୍କ । ଏହି ରାଜ୍ୟଗୋଷ୍ଠି କ୍ରୀଡ଼ାରେ ଇଂଲଣ୍ଡ, ନାଇଜେରିଆ, ମାଲେସିଆ ଭଳି ଶକ୍ତିଶାଳୀ ଟିମ ରହିଛନ୍ତି । କିନ୍ତୁ ସେହି ସମସ୍ତ ଟିମଙ୍କ ମଧ୍ୟରେ ଭାରତ ସଭିଙ୍କ ଫେଭରାଇଟ ବୋଲି କହିଛନ୍ତି ଟିମର କୋଚ କ୍ଲାର୍କ । ଏହାସହ ଭାରତ ସମସ୍ତ ଟିମକୁ ମାତ ଦେବା ପାଇଁ ସମ୍ପୂର୍ଣ ପ୍ରସ୍ତୁତ ବୋଲି କହିଛନ୍ତି ସେ । ଏପର୍ଯ୍ୟନ୍ତ ଭାରତୀୟ ଟିମ ଯେଉଁଭଳି ପ୍ରଦର୍ଶନ କରିଛି ସେଥିରୁ ସ୍ପଷ୍ଟ ଜଣାପଢୁଛି ଯେ ଟିମ ଫାଇନାଲରେ ସ୍ଵର୍ଣ୍ଣ ଜିତିବା ନିଶ୍ଚିତ ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

Intro:କଟକ: ଜବାହାରଲାଲ ନେହରୁ ଇଣ୍ଡୋର ଷ୍ଟାଡିଅମ ରେ ଜାରି ରହିଛି
21ତମ ରାଜ୍ୟଗୋଷ୍ଠି ଟେବୁଲଟେନିସ ପ୍ରତିଯୋଗିତା । ସମୁଦାୟ 12 ଟି ଦଳ ଏହି ମେଗା ଇଭେଣ୍ଟ ରେ ଭାଗ ନେଇଛନ୍ତି । କିନ୍ତୁ ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଟିମ ଇଣ୍ଡିଆ ଏଜାଵତ ଉଭୟ ପୁରୁଷ ଓ ମହିଳା ବର୍ଗରେ ନିଜର ଦବଦବା ଜାରି ରଖିଛି । ତେବେ କହିବାକୁ ଗଲେ ଗ୍ରୁପ ଷ୍ଟେଜ ରେ ନିଜର ପତିଆରା ଜାହିର କରିଛି ଭାରତ ।

Body:ଭିଓ୧: ଦ୍ୱିତୀୟ ଦିନରେ ପହଁଚିଛି ଲିଗ ପର୍ଯ୍ୟାୟ ମ୍ୟାଚ। ଯେଉଁଥିରେ ଟିମ ଇଣ୍ଡିଆ ବେଶ ପ୍ରଭବୀ ପଦର୍ଶନ କରିଛି । ଉଭୟ ମହିଳା ଓ ପୁରୁଷ ଦଳ ଗ୍ରୁପ ଷ୍ଟେଜ ରେ ବିପକ୍ଷ ଦଳ କୁ ମାତ ଦେଇଛି । ତେବେ ଏହି ମନୋବଳ କୁ ନେଇ ଟିମ ଫାଇନାଲରେ ସ୍ଵର୍ଣ ପଦକ ବିଜେତା ହେବ ବୋଲି କହିଛନ୍ତି ଟିମ ମେଟ ।

ବାଇଟ: ଜି ସଥିୟାନ ( ଭାରତ ପୁରୁଷ ଦଳ )
ବାଇଟ: ଆହିକା ମୁଖାର୍ଜୀ ( ଭାରତ ମହିଲା ଦଳ )

ଭିଓ୨: ଅନ୍ୟପଟେ ଟିମ ର ଏପରି ସଫଲତା କୁ ନେଇ ବେଶ ଖୁସି ଅଛନ୍ତି କୋଚ ବ୍ରେଟ କ୍ଲାର୍କ । ତାଙ୍କ କହିବାନୁଯାୟୀ , ଏହି ରାଜ୍ୟଗୋଷ୍ଠି କ୍ରୀଡ଼ା ରେ ଇଂଲଣ୍ଡ, ନାଇଜେରିଆ , ମାଲେସିଆ ଭଳି ଶକ୍ତିଶାଳୀ ଟିମ ରହିଛନ୍ତି । କିନ୍ତୁ ସେହି ଟିମ ମାନଙ୍କୁ ଭେଟିବା ପାଇଁ ସମ୍ପୂର୍ଣ ଆମେ ପ୍ରସ୍ତୁତ ବୋଲି କହିଛନ୍ତି ସେ ।

ବାଇଟ: ବ୍ରେଟ କ୍ଲାର୍କ ( ଭାରତ ଦଳ କୋଚ )

Conclusion:ଫାଭିଓ : ତେବେ କହିବାକୁ ଗଲେ ଟିମ ଇଣ୍ଡିଆ ଯେଉଁଭଳି ଭାବେ ଖେଳ ପ୍ରଦର୍ଶନ କରୁଛି । ସେଥିରୁ ସ୍ପଷ୍ଟ ଜଣାପଢୁଛି ଯେ ଟିମ ଫାଇନାଲରେ ସ୍ଵର୍ଣ ଜିତିବା ପକ୍କା ।

କଟକ ରୁ ପ୍ରଭୁକଲ୍ୟାଣ ପାଲ ଈଟିଭି ଭାରତ
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.