ନିଆଳି: ରୋଜଗାର ଦେଉଛି ଅଦରକାରୀ କଦଳୀ ମଞ୍ଜା । ପ୍ରସ୍ତୁତ ହେଉଛି ବିଭିନ୍ନ ସାମଗ୍ରୀ, ଖାଦ୍ୟ ପଦାର୍ଥ ଓ ଜୈବିକ କୀଟନାଶକ ଔଷଧ । ଅଦରକାରୀ କଦଳି ଗଛର ମଞ୍ଜା ଏବେ ରୋଜଗାରର ମାଧ୍ୟମ । ତେବେ କଞ୍ଚାମାଲ ଭାବେ କଦଳି ଫଳି ସାରିବା ପରେ ଅଦରକାରୀ ହୋଇପଡ଼ିଥିବା କଦଳି ଗଛ ଚାଷୀଙ୍କଠାରୁ ଗୋଟାକୁ ପାଞ୍ଚ ଟଙ୍କାରେ କିଣାଯାଉଛି। ଏଭଳି ଉଦ୍ୟମ ଗ୍ରାମାଞ୍ଚଳରେ କୃଷକଙ୍କୁ ଅଧିକ ଉତ୍ସାହିତ କରିବା ସହ ଗ୍ରାମାଞ୍ଚଳରେ ରୋଜଗାରର ମାଧ୍ୟମ ସୃଷ୍ଟି କରିଛି ।
କଥାଟା ସହଜେ ବିଶ୍ବାସ କରି ହେଉନଥିବ । କିନ୍ତୁ ବାସ୍ତବରେ ସତ । ପ୍ରଥମେ କଦଳୀ ଗଛର ମଞ୍ଜାରୁ ମେସିନ ସାହାଯ୍ୟରେ ମଞ୍ଜାର ମଝି ଅଂଶକୁ ବ୍ୟବହାର କରାଯାଇ ସେଥିରୁ ଆଚାର ଓ ପାମ୍ପଡ ପ୍ରସ୍ତୁତି ପାଇଁ ଆରମ୍ଭ ହୋଇଛି ଯୋଜନା । ସେତିକି ନୁହେଁ କଦଳୀ ପାଟୁଙ୍ଗାରୁ ଝୋଡ ପ୍ରସ୍ତୁତ କରାଯାଇ ବ୍ୟାଗ,ମ୍ଯାଟ୍, ହସ୍ତଶିଳ୍ପ ଓ ପ୍ଯାଣ୍ଟ, ସାର୍ଟ ପାଇଁ ବ୍ୟବହାର କରାଯାଇ ପାରିବ । କଦଳି ଗଛର ମଞ୍ଜାରୁ କପ ଓ ପ୍ଲେଟ ମଧ୍ୟ ପ୍ରସ୍ତୁତ ହୋଇପାରିଛି । କଦଳି ଗଛରୁ ବାହୁରାଥିବା ରସକୁ ମଧ୍ୟ କିଟ ନାଶକ ଔଷଧ ଏବଂ କଦଳୀ ଗଛ ବର୍ଜ୍ୟବସ୍ତୁରୁ ଜିଆ ଖତ ମଧ୍ୟ ପ୍ରସ୍ତୁତ ପାଇଁ ଆରମ୍ଭ ହୋଇଛି ।
୨୦୨୧ ମସିହା ଜୁଲାଇ ମାସରୁ ଆରମ୍ଭ ହୋଇଛି ଏହି ଉଦ୍ୟମ । ଖୋର୍ଦ୍ଧା ଜିଲ୍ଲା ତଥା ରାଜଧାନୀ ଉପକଣ୍ଠ ବାଲିପାଟଣା ବ୍ଲକ ଭାକରସାହି ପଞ୍ଚାୟତ ଅଧିନରେ ଏଭଳି ପ୍ଲାଣ୍ଟ ନିର୍ମାଣ କରାଯାଇଛି । ଜୟଦେବ କଦଳୀ କୃଷକ କୁଶଳୀ କାରିଗର ସଙ୍ଗଠନ ନାମରେ M.S.M.E ମାଧ୍ୟମରେ କେନ୍ଦ୍ର ସରକାରଙ୍କ କ୍ଷୁଦ୍ର ଉଦ୍ଯଗ ଗ୍ରାମାଞ୍ଚଳରେ ବିକାଶ କରିବା ଉଦ୍ଦେଶ୍ୟ ଗଢିଉଠିଛି। କଦଳୀ ଗଛର ମଞ୍ଜାରୁ କପ ଓ ପ୍ଲେଟ ମଧ୍ୟ ପ୍ରସ୍ତୁତ ହୋଇପାରିଛି । ମେସିନ ସାହାଯ୍ୟରେ କଦଳି ଗଛରୁ ବାହୁରୁଥିବା ରସକୁ ମଧ୍ୟ କୀଟନାଶକ ଔଷଧ ଏବଂ ବାହାରୁଥିବା ବର୍ଜ୍ୟବସ୍ତୁରୁ ଜିଆ ଖତ ମଧ୍ୟ ପ୍ରସ୍ତୁତି ଆରମ୍ଭ ହୋଇଛି ।
କଦଳୀ କୃଷକ କୁଶଳୀ କାରିଗର ସଙ୍ଗଠନ ପ୍ରତ୍ୟେକ ଦିନ ୬ ଟନ କଦଳି ଗଛରୁ ବିଭିନ୍ନ ପ୍ରକାରର ସାମଗ୍ରୀ ପ୍ରସ୍ତୁତ ପାଇଁ ଲକ୍ଷ୍ୟ ଧାର୍ଯ୍ୟ ରଖିଛି। ପାଖାପାଖି ୩୦ ରୁ ୫୦ ଜଣ ଶ୍ରମିକ ନିୟୋଜିତ ହୋଇପାରିବେ । ତେବେ କଦଳୀ ଚାଷ ପ୍ରତି ସରକାର ଦୃଷ୍ଟି ଦେଲେ ଆହୁରୀ ଅଧିକ ଚଷୀ ଉପକୃତ ହେବେ । କଦଳୀ ଚାଷୀ ଚାଷ କରିବା ସହ ଅଧିକ ରୋଜଗାରକ୍ଷମ ମଧ୍ୟ ହୋଇପାରିବ।
ନିଆଳିରୁ ଉମେଶ ଚନ୍ଦ୍ର ମଲ୍ଲିକ, ଇଟିଭି ଭାରତ