କଟକ : ମାହାଙ୍ଗା ନୃତାଙ୍ଗ ଡବଲ ମର୍ଡର ଘଟଣାରେ ଜାରି ରହିଛି ତୁମ୍ବି ତୋଫାନ । ଗୋଟିଏ ପଟେ ରାଜ୍ୟରେ ବିଜେଡି ମନ୍ତ୍ରୀ ପ୍ରତାପ ଜେନାଙ୍କ କୁଶପୁତ୍ତଳିକା ଦାହ ହେଉଥିଲାବେଳେ ଅନ୍ୟପଟେ ଆଜି ମାହାଙ୍ଗାରେ ବିଜେପି ନେତାଙ୍କ କୁଶପୁତ୍ତଳିକା ଦାହ କରିଛନ୍ତି ମାହାଙ୍ଗା ସଚେତନ ନାଗରିକ ମଞ୍ଚ ।
ମାହାଙ୍ଗାରେ ବିଭିନ୍ନ ଦଳର ନେତାଙ୍କ କୁଶପୁତ୍ତଳିକା ଦାହ ମାହାଙ୍ଗାରେ ହୋଇଥିବା ଡବଲ ମର୍ଡରରେ ବିଜେପି ଅଯଥା ରାଜନୀତି କରୁଥିବା ନେଇ ଦାବି କରିଛି ମଞ୍ଚ । ଏହାସହ ଅନେକ ବିଜେପି ନେତା ମନ୍ତ୍ରୀଙ୍କ କୁଶ ପୁତ୍ତଳିକା ମଧ୍ୟ ଦାହ କରିଛି ମଞ୍ଚ । ତେବେ ଏଯାବତ 7 ଅଭିଯୁକ୍ତ ଗିରଫ ହୋଇଛନ୍ତି । କଣ ପାଇଁ ଏତେ ହୀନ ରାଜନୀତି କରାଯାଉଛି ବୋଲି କହିଛନ୍ତି ଆନ୍ଦୋଳନକାରୀ ।
କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ