କଟକ: ବାଙ୍କି ଥାନା ଅନ୍ତର୍ଗତ ପାଟପୁର ଗ୍ରାମରେ କୋରୋନା ପାଇଁ ଗୋଷ୍ଠୀ ସଂଘର୍ଷ । ଉଭୟ ସାହିର ରାସ୍ତା ସିଲ ବିବାଦକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ପ୍ରଥମେ ବଚସା ହୋଇଥିଲା । ପରେ ଏହା ଉଗ୍ର ରୂପ ନେଇଥିଲା । ଏହି ଗୋଷ୍ଠୀ ସଂଘର୍ଷରେ ୧୦ରୁ ଊର୍ଦ୍ଧ୍ବ ଵ୍ୟକ୍ତି ଆହତ ହୋଇଛନ୍ତି । ତେବେ ଉଭୟ ପକ୍ଷରୁ ଦୀର୍ଘ ୩ ଘଣ୍ଟାରୁ ଅଧିକ ସମୟ ଧରି ପଥର ମାଡ଼ କରାଯାଇଥିଲା ।
ଫଳରେ ଅନେକ ବାଇକ, ଦୋକାନ ଘର ଭାଙ୍ଗି ଯାଇଥିଲା । ଘଟଣାସ୍ଥଳରେ ପୋଲିସ ପହଞ୍ଚି ପରିସ୍ଥିତି ନିୟନ୍ତ୍ରଣ କରିଥିଲା ଏବଂ ୩ ପ୍ଲାଟୁନ ପୋଲିସ ଫୋର୍ସ ମୃତୟନ କରାଯାଇଛି । ତେବେ ବାଙ୍କି ତହସିଲଦାର ଉକ୍ତ ସ୍ଥାନରେ ୧୪୪ ଧାରା ଜାରି କରିଛନ୍ତି ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ