ETV Bharat / state

ଗୁରୁତ୍ୱପୂର୍ଣ୍ଣ ସ୍ଥାନ ସାନିଟାଇଜେସନ ପ୍ରସଙ୍ଗ, ରାଜ୍ୟ ସରକାରଙ୍କୁ ଜବାବ ମାଗିଲେ ହାଇକୋର୍ଟ - ସାଇଟାଇଜେସନ ପ୍ରସଙ୍ଗ

ଲକଡାଉନ ଅବଧି ଶେଷ ପୂର୍ବରୁ ସବୁ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଓ କାର୍ଯ୍ୟାଳୟ ଗୁଡିକ ସାନିଟାଇଜସନ ନେଇ ହାଇକୋର୍ଟ ରେ ରୁଜୁ ମାମଲା ପ୍ରସଙ୍ଗ । ଆଗାମୀ ପଦକ୍ଷେପ ସମ୍ପର୍କରେ ଅବଗତ କରିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ଅଧିକ ପଢନ୍ତୁ..

od_cuttack_sanitizer
ଗୁରୁତ୍ୱପୂର୍ଣ୍ଣ ସ୍ଥାନ ସାନିଟାଇଜସନ ପ୍ରସଙ୍ଗ
author img

By

Published : Apr 18, 2020, 8:35 PM IST

କଟକ: ସହରର ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଓ ସରକାରୀ କାର୍ଯ୍ୟାଳୟ ସାନିଟାଇଜେସନ ପ୍ରସଙ୍ଗ ମାମଲା । ରିପୋର୍ଟ ତଲବ କରିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। ଜଷ୍ଟିସ ଏସ.କେ.ମିଶ୍ର ଓ ଜଷ୍ଟିସ ଦେବବ୍ରତ ଦାସଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହାର ଶୁଣାଣି କରି ଆଗାମୀ ପଦକ୍ଷେପ ସମ୍ପର୍କରେ ଅବଗତ କରିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ରାଜ୍ୟ ସରକାର ଚାହିଁଲେ ଆବେଦନକାରୀଙ୍କ ଅଭିଯୋଗ କୁ ବିଚାରକୁ ନେଇ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରିପାରିବେ ବୋଲି ଖଣ୍ଡପୀଠ ଜଣାଇଛନ୍ତି।

ପ୍ରକାଶ ଯେ, କୋରୋନା ଭାଇରସ ସଂକ୍ରମଣ ରୋକିବାକୁ ସାରାଦେଶରେ ଲକଡାଉନ ଜାରି ରହିଛି । ଏଭଳି ସ୍ଥିତିରେ ସଂକ୍ରମଣ ରୋକିବାକୁ ଲକଡାଉନ ଅବଧି ଶେଷ ପୂର୍ବରୁ ସବୁ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଓ କାର୍ଯ୍ୟାଳୟ ଗୁଡିକ ସାନିଟାଇଜେସନ ନେଇ ହାଇକୋର୍ଟରେ ଏହି ମାମଲା ରୁଜୁ କରାଯାଇଥିଲା। ଆସନ୍ତା ୨୨ ରେ ମାମଲାର ପରବର୍ତ୍ତୀ ଶୁଣାଣି ରହିଛି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.