ETV Bharat / state

ବିଦ୍ୟାଧରପୁରରେ ଜମିଲା ଭସାଣ ଯାତ୍ରା, ମେଲାଣି ନେଲେ ମାଆ

author img

By

Published : Nov 3, 2022, 1:25 PM IST

କଟକ ବିଦ୍ୟାଧରପୁର ପ୍ରସିଦ୍ଧ କାଳୀ ଆଜି ବିଦାୟ ନେଇଛନ୍ତି । ଭସାଣି ଉତ୍ସବରେ ପ୍ରାୟ ୫୦ ହଜାରରୁ ଉର୍ଦ୍ଧ୍ବ ଲୋକଙ୍କର ସମାଗମ ହୋଇଥିଲା। ଅଧିକ ପଢନ୍ତୁ

ବିଦ୍ୟାଧରପୁରରେ ଜମିଲା ଭସାଣ ଯାତ୍ରା
ବିଦ୍ୟାଧରପୁରରେ ଜମିଲା ଭସାଣ ଯାତ୍ରା

କଟକ: ଶେଷ ହେଲା କଟକ ବିଦ୍ୟାଧରପୁର ପ୍ରସିଦ୍ଧ କାଳୀଙ୍କ ଭସାଣୀ ଉତ୍ସବ । ଦୀର୍ଘ ୨ ବର୍ଷ ପରେ ବିନା କଟକଣାରେ ମାଙ୍କ ପୂଜା କରାଯାଉଥିଲା । ଚଳିତ ବର୍ଷ ବିଦ୍ୟାଧରପୁରରେ ତିନୋଟି ମଣ୍ଡପରେ କାଳୀ ଏବଂ ୨୮ଟି ବିଭିନ୍ନ ଦେବା ଦେବୀ ପ୍ରତିମା ପୂଜା କରାଯାଇଥିଲା । ଭସାଣ ଉତ୍ସବରେ ପ୍ରାୟ ୫୦ ହଜାରରୁ ଉର୍ଦ୍ଧ୍ବ ଲୋକଙ୍କର ସମାଗମ ହୋଇଥିଲା । ମେଢ଼ ଶୋଭା ଯାତ୍ରାରେ ବାଦ୍ୟ ଯନ୍ତ୍ର ଢୋଲ ବାଜା ଏବଂ ଆଲୋକମାଳା ଶୋଭାଯାତ୍ରାରେ ଆକର୍ଷଣର କେନ୍ଦ୍ରବିନ୍ଦୁ ହୋଇଥିଲା ।

ବିଦ୍ୟାଧରପୁରରେ ଜମିଲା ଭସାଣ ଯାତ୍ରା

ଏହା ମଧ୍ୟ ପଢନ୍ତୁ: Gujarat Assembly Polls: ଡିସେମ୍ବର ୧ ଓ ୫ରେ ଗୁଜୁରାଟ ନିର୍ବାଚନ

ରାସ୍ତାର ଉଭୟ ପାର୍ଶ୍ବରେ ହଜାର ହଜାର ମହିଳା ପୁରୁଷ ଏବଂ ଶିଶୁମାନେ ଏହି ଶୋଭା ଯାତ୍ରାର ମଜା ନେଇଥିଲେ । ଏଥିସହିତ ରାସ୍ତାର ଉଭୟ ପାଖରେ ଖାଦ୍ୟପେୟ ଠାରୁ ଆରମ୍ଭ କରି ପିଲାଙ୍କର ଖେଳଣା ଦୋକାନ ଗୁଡ଼ିକରେ ବେଶ୍ ଭିଡ ଦେଖାଯାଇଥିଲା । ସକାଳୁ ମେଢ଼ ଗୁଡ଼ିକ ଆସ୍ଥାନ ଛାଡ଼ି ନିଜ ନିଜ ଅଞ୍ଚଳ ପରିକ୍ରମା କରି ମେଲଣ ପଡିଆ ଅଭିମୁଖେ ଯାତ୍ରା କରିଥିଲେ । ମେଲଣ ପଡିଆ ଠାରେ ସମସ୍ତ ପ୍ରତିମା ଗୁଡ଼ିକ ଏକତ୍ରିତ ହେବା ପରେ ମେଲଣ ବେଶ୍ ଜମି ଉଠିଥିଲା ।

ଏହା ମଧ୍ୟ ପଢନ୍ତୁ: Elon Musk Will lay off Twitter: ଟ୍ବିଟରରୁ ବିଦା ହେବେ 50 ପ୍ରତିଶତ କର୍ମଚାରୀ !

ହଜାର ହଜାର ଲୋକ ମେଲଣକୁ ବେଶ୍ ଉପଭୋଗ କରିଥିଲେ। ମେଢ଼ର ଶୋଭାଯାତ୍ରୀ ଦଳକୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା । ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଲା ପରମ୍ପରା ଆଧାରରେ ଦୁଇ ଭଉଣୀ ବଡ଼ ଓ ସାନ କାଳୀଙ୍କୁ କାନ୍ଦରେ ନେଇ ମେଲାଣି ଦେଇଥିଲେ ସ୍ଥାନୀୟଲୋକେ ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.