ETV Bharat / state

ମୃତ ରୋଗୀକୁ ଜୀବିତ କହି ଲୁଟୁଥିଲେ ଟଙ୍କା, ଅଭିଯୋଗ ପରେ ନର୍ସିଂହୋମ ସିଲ

କଟକ ମଙ୍ଗଳବାଗରେ ଥିବା ଏକ ନସିଂହୋମ ନାଁରେ ଆସିଛି ସାଙ୍ଘାତିକ ଅଭିଯୋଗ । ମୃତ ରୋଗୀକୁ ଜୀବିତ ଦର୍ଶାଇ ପରିବାର ଠାରୁ ଲୁଟୁଥିଲେ ଟଙ୍କା । ଅଭିଯୋଗ ପରେ ସମ୍ପୃକ୍ତ ନର୍ସିଂହୋମକୁ ସିଲ କଲା ପ୍ରଶାସନ । ଅଧିକ ପଢନ୍ତୁ...

author img

By

Published : Apr 5, 2021, 7:52 PM IST

ମଙ୍ଗଳବାଗ ନର୍ସିଂହୋମକୁ ସିଲ କଲା ପ୍ରଶାସନ
ମଙ୍ଗଳବାଗ ନର୍ସିଂହୋମକୁ ସିଲ କଲା ପ୍ରଶାସନ

କଟକ: ମୃତ ରୋଗୀକୁ ଜୀବିତ ଦର୍ଶାଇ ପରିବାର ଲୋକଙ୍କ ଠାରୁ ଲୁଟୁଥିଲେ ଟଙ୍କା । ଏଭଳି ଅଭାବନୀୟ ଘଟଣା ଘଟିଛି ରାଜ୍ୟର ଚିକିତ୍ସା ହବ ଭାବେ ପରିଚିତ କଟକ ମଙ୍ଗଳବାଗରେ ଥିବା ଏକ ନର୍ସିଂହୋମରେ । ଏହି ଅଭିଯୋଗ ପାଇବା ପରେ ତଦନ୍ତ କରି ସମ୍ପୃକ୍ତ ନର୍ସିଂହୋମକୁ ପ୍ରଶାସନ ସିଲ କରିବା ସହ ଏହାର 2 ଜଣ କର୍ମଚାରୀଙ୍କୁ ପୋଲିସ ଅଟକ ରଖିଛି ।

ମଙ୍ଗଳବାଗ ନର୍ସିଂହୋମକୁ ସିଲ କଲା ପ୍ରଶାସନ

ମଙ୍ଗଳାବାଗର ଏକ ଘରୋଇ ନର୍ସିଂହୋମରେ ଜଣେ ମୃତ ମହିଳାଙ୍କୁ ଜୀବିତ ଥିବା ଦର୍ଶାଇ ପରିବାର ଠାରୁ ଟଙ୍କା ଆଦାୟର ଅଭିଯୋଗ ହୋଇଥିଲା । ଏହି ଅଭିଯୋଗ ପରେ ପୋଲିସ ଓ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ସୋମବାର ମିଳିତ ଭାବେ ସେଠାରେ ଚଢାଉ କରିଛି ।

ସବୁଠୁ ଆଶ୍ଚର୍ଯ୍ୟ କଥା ଯେ, 8ଟି ଆଇସିୟୁ ବେଡ଼ ଓ 20ଟି ସାଧାରଣ ବେଡ଼ ଥିବା ଏହି ନର୍ସିଂହୋମ ବିନା ଡାକ୍ତରରେ ଚାଲିଥିଲା । ଏହାବ୍ୟତିତ ଏହି ନର୍ସିଂହୋମ ପାଖରେ ନା ଆଇସିୟୁ ପରିଚାଳନା ପାଇଁ ଅନୁମତି ଅଛି, ନା ଫାୟାର ସେଫ୍ଟି ଲାଇସେନ୍ସ । ଏହି ସମସ୍ତ ପ୍ରମାଣ ପାଇବା ପରେ ସେହି ନର୍ସିଂହୋମକୁ ସିଲ କରିଛି ପୋଲିସ ।

କେବଳ ସେତିକି ନୁହେଁ ବରଂ ମୃତଦେହକୁ ନେବା ପୂର୍ବରୁ 80 ହଜାର ଟଙ୍କା ମଧ୍ୟ ଦାବି କରୁଥିଲେ ଅର୍ଥଲୋଭି ନର୍ସିଂହୋମ କର୍ତ୍ତୃପକ୍ଷ । ଏହି ଘଟଣାରେ ମଙ୍ଗଳାବାଗ ପୋଲିସ ରବିବାର ରୋଗୀଙ୍କୁ ଏସସିବିରୁ ସମ୍ପୃକ୍ତ ନର୍ସିଂହୋମକୁ ନେଇଥିବା 3 ଜଣ ଦଲାଲଙ୍କ ସହ ଆମ୍ବୁଲାନ୍ସ ଜବତ କରିଛି । ଆଜି(ସୋମବାର) ସେହି ନର୍ସିଂହୋମର ଦୁଇ ଜଣ କର୍ମଚାରୀଙ୍କୁ ଅଟକ ରଖିଛି । କିନ୍ତୁ ମ୍ୟାନେଜର ଓ ମାଲିକ ଫେରାର ଅଛନ୍ତି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.