ETV Bharat / state

ବେଆଇନ ମଦ ବିକ୍ରିକୁ ବିରୋଧ, ବ୍ୟବସାୟୀ ଗିରଫ

author img

By

Published : Aug 8, 2023, 2:17 PM IST

ଖୋର୍ଦ୍ଧା ଜିଲ୍ଲା ବାଲିଅନ୍ତା ପଞ୍ଚାୟତ ଅଧୀନ କୁଶଭଦ୍ରା ନଦୀ ବନ୍ଧ କୁସୁଗଡିଆ ବେଆଇନ ମଦ ବିକ୍ରିକୁ ବିରୋଧ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ମଦ ବ୍ୟବସାୟୀଙ୍କୁ ଗିରଫ କରିବା ସହ ମଦକୁ ଜବତ କରିଛି । ଅଧିକ ପଢନ୍ତୁ

illegal liquor seized
illegal liquor seized
illegal liquor seized

ନିଆଳି: ବେଆଇନ ମଦ ବିକ୍ରିକୁ ବିରୋଧ । ଖୋର୍ଦ୍ଧା ଜିଲ୍ଲା ବାଲିଅନ୍ତା ପଞ୍ଚାୟତ ଅଧୀନ କୁଶଭଦ୍ରା ନଦୀ ବନ୍ଧ କୁସୁଗଡିଆର କିଛି ଯୁବଗୋଷ୍ଠୀ ମଦ ବିକ୍ରିକୁ ବିରୋଧ କରି ପୋଲିସକୁ ଖବର ଦେଇଥିଲେ । ଖବରପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ମଦ ବ୍ୟବସାୟୀଙ୍କୁ ଗିରଫ କରିବା ସହ ମଦ ଜବତ କରିଥିବା ଜଣାପଡିଛି ।

ଏହା ମଧ୍ୟ ପଢନ୍ତୁ- ନାମିଦାମୀ ବ୍ରାଣ୍ଡରେ ଚାଲିଥିଲା ନକଲି ମଦ ବିକ୍ରି, ବିପୁଳ ମଦ ଜବତ

ସୂଚନା ଅନୁଯାୟୀ, ମଝିଗଡ ଓ ଡିହ ବାଲିଅନ୍ତା ଯୁବଗୋଷ୍ଠୀ ଚୋରା ମଦ ବିକ୍ରିକୁ ବିରୋଧ କରି ପୂର୍ବ ପ୍ରସ୍ତୁତି ଅନୁଯାୟୀ ଗତକାଲି ସନ୍ଧ୍ୟାରେ ନଦୀ ବନ୍ଧରେ ଅସ୍ଥାୟୀ ଭାବେ ହୋଇଥିବା ଦୋକାନକୁ ଘେରି ଥିଲେ । ସେଠାରେ ବେଆଇନ ଭାବେ ବିକ୍ରି ହେଉଥିବା ପେଟି ପେଟି ମଦକୁ ଦେଖି ୧୧୨କୁ ଫୋନ୍‌ କରି ଖବର ଦେଇଥିଲେ । ପାହାଳ ପିସିଆର ଘଟଣା ସ୍ଥଳରେ ପହଞ୍ଚି ମଦ ବେପାରୀକୁ ଗିରଫ କରିବା ସହ ବିପୁଳ ପରିିମାଣର ମଦ ଜବତ କରିଥିଲା । ଏହାକୁ ନେଇ ସ୍ଥାନୀୟ ଅଞ୍ଚଳର ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି । ତେବେ ବହୁ ଦିନ ଧରି ବେଆଇନ ଭାବେ ମଦ ବିକ୍ରି ହେଉଥିଲା ହେଲେ ଥାନା ଅଧିକାରୀ କିପରି ଜାଣି ପାରୁ ନଥିଲେ ତାହାକୁ ନେଇ ପ୍ରଶ୍ନ କରିଛନ୍ତି ସ୍ଥାନୀୟ ବାସିନ୍ଦା ।

ଏହା ମଧ୍ୟ ପଢନ୍ତୁ- ଅତିଷ୍ଠ କଲା ବେଆଇନ ମଦ ବିକ୍ରି, ଦୋକାନ ଭାଙ୍ଗି ରାସ୍ତା ଅବରୋଧ କଲେ ଉତକ୍ଷିପ୍ତ ମହିଳା ଗୋଷ୍ଠୀ

ପ୍ରକାଶ ଥାଉକି, ଗତ କିଛି ମାସ ପୂର୍ବେ ଭଦ୍ରକ ଜିଲ୍ଲା ଖଣ୍ଡତରା ପଞ୍ଚାୟତ ଅନ୍ତର୍ଗତ ଆହାରପଦା ଗ୍ରାମର ଜନୈକ ବ୍ୟକ୍ତି ଚୋରାରେ ବେଆଇନ ଭାବେ ବିଭିନ୍ନ ମଦ ତଥା ଅନ୍ୟାନ୍ୟ ନିଶା ଦ୍ରବ୍ୟ ଆଣି ଏକ କ୍ୟାବିନରେ ଗଚ୍ଛିତ କରି ରଖି ପରେ ସେସବୁକୁ ବିକ୍ରି କରୁଥିଲେ । ଫଳରେ ସ୍ଥାନୀୟ କିଛି ଲୋକ ତଥା ବିଶେଷକରି ଯୁବକମାନେ ସେଠାରୁ ମଦ କ୍ରୟ କରି ପିଇବା ସହିତ ବିଭିନ୍ନ ଅପରାଧିକ ଘଟଣାରେ ଜଡିତ ହେଉଛନ୍ତି । ଏନେଇ ଗ୍ରାମର ମହିଳାମାନେ ଗୁଜିଦରଡା ଫାଣ୍ଡି ତଥା ଅବକାରୀ ବିଭାଗକୁ ବାରମ୍ବାର ଜଣାଇଲେ ମଧ୍ୟ ଫଳଶୂନ । ତେଣୁ ପୋଲିସ ଏହି ବେଆଇନ ମଦ ବେପାରୀଙ୍କଠାରୁ ବଟି ନେଇ ଚୁପ୍‌ ବସୁଥୁବା ମହିଳାମାନେ ଅଭିଯୋଗ କରିଥିବା ବେଳେ ବେଆଇନ ମଦ କାରବାରକୁ ବିରୋଧ କରି ପ୍ରତିବାଦ କରିଥିଲେ ।

ଇଟିଭି ଭାରତ, ନିଆଳି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.