ETV Bharat / state

ବାଣ ଗୋଦାମରେ ଚଢାଉ; 5ଲକ୍ଷ ଟଙ୍କାର ବାଣ ଜବତ, 3 ଅଟକ

author img

By

Published : Oct 26, 2019, 9:45 AM IST

Updated : Oct 26, 2019, 3:59 PM IST

କଟକ ଜଗତପୁରସ୍ଥିତ ବାଣ ଗୋଦାମରେ ପୋଲିସର ଚଢାଉ । ଚଢାଉ ବେଳେ ଲକ୍ଷାଧିକ ଟଙ୍କାର ବାଣ ସହ ବାଣ ପ୍ରସ୍ତୁତ ସାମଗ୍ରୀ ଜବତ । ଘଟଣାରେ 3 ଜଣଙ୍କୁ ଅଟକ ରଖି ପୋଲିସର ପଚରାଉଚରା ।

ଫଟୋ ସୌଜନ୍ୟ :ସମ୍ବାଦଦାତା, କଟକ

କଟକ: ରାତି ପାହିଲେ ସାରା ଦେଶ ପାଳିବ ଆଲୋକର ପର୍ବ ଦୀପାବଳି । ରବିବାର ଦୀପାବଳି ଥିବାବେଳେ ଶନିବାର ସକାଳେ କଟକ ଜଗତପୁରସ୍ଥିତ ବାଣ ଗୋଦାମରେ ଚଢାଉ କରିଛି ଜଗତପୁର ପୋଲିସ । ଚଢାଉ ବେଳେ ବିପୁଳ ପରିମାଣର ବାଣ ଓ ବାଣ ତିଆରି ସାମଗ୍ରୀ ଜବତ ହୋଇଛି । ଏଥିସହିତ ଘଟଣାରେ 3 ଜଣଙ୍କୁ ଅଟକ ରଖିଛି ପୋଲିସ । ଜବତ ବାଣର ଆନୁମାନିକ ମୂଲ୍ୟ 5 ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ବ ହେବ ବୋଲି ଜଣାପଡିଛି ।

ଭିଡିଓ ସୌଜନ୍ୟ :ସମ୍ବାଦଦାତା, କଟକ
illegal crackers seized
ବେଆଇ ବାଣ କାରଖାନାରେ ପୋଲିସ ଚଢାଉ

ଇସଲାମପୁର, ତ୍ରିଲୋଚନପୁର ଆଦି ଅଞ୍ଚଳରେ ବେଆଇନ ବାଣ ଗୋଦାମ ଚାଲିଥିବା ନେଇ ବିଶେଷ ସୂତ୍ରରୁ ଖବର ପାଇଥିଲା ପୋଲିସ । ଏହି କ୍ରମରେ ଶନିବାର ସକାଳେ ଉକ୍ତ ସ୍ଥାନ ଗୁଡିକରେ ଜଗତପୁର ଥାନା ପୋଲିସ ଚଢାଉ କରିଥିଲା । ତେବେ ଉକ୍ତ ଘଟଣାରେ ବାଣ ଚାଲାଣ କରାଯାଉଥିବା ଗୋଟିଏ ପିକଅପ୍ ଗାଡି ଜବତ କରିଛି ପୋଲିସ । ବେଆଇନ ଭାବେ ବାଣ ପ୍ରସ୍ତୁତ କରିବା ଅଭିଯୋଗରେ 3 ଜଣଙ୍କୁ ଥାନାରେ ଅଟକ ରଖି ପଚରାଉଚରା ଜାରି ରଖିଛି । ଏଥି ସହ ବାଣ ପ୍ରସ୍ତୁତ ପାଇଁ ଲୁହା ଗୁଣ୍ଡ, ରଙ୍ଗ ଆଦି ସାମଗ୍ରୀ ଜବତ ହୋଇଛି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Intro:ପୁଣି ଜଗତପୁର ଥାନା ପୋଲିସ ବାଣ ଗୋଦାମ ରେ ଚଢ଼ାଉ କରି ବିପୁଳ ପରିମାଣ ର ବାଣ ଓ ବାଣ ତିଆରି ସାମଗ୍ରୀ ଜବତ କରିଛି।ଜବତ ବାଣ ର ମୂଲ୍ୟ ୫ ଲକ୍ଷ ଟଙ୍କାରୁ ଅଧିକ ବୋଲି ଜଣାପଡିଛି।ଖବର ପାଇ ଜଗତପୁର ଥାନା ପୋଲିସ ଇସଲାମ ପୁର ,ତ୍ରିଲୋଚନ ପୁର ଆଦି ଅଞ୍ଚଳରେ ଚଢାଉ କରିଥିଲା।ଗୋଟିଏ ପିକକ୍ ଗାଡି ରେ ବେଆଇନ ବାଣ ଚାଲାଣ କରାଯାଉଥିଲା ବେଳେ ପୋଲିସ ମଧ୍ୟ ଉକ୍ତ ଗାଡି କୁ ଜବତ କରିଛି।ତେବେ ଏହି ଘଟଣାରେ ୩ ଜଣଙ୍କୁ ଅଟକ ରଖିଛି।ବେଆଇନ ଭାବେ ବାଣ ପ୍ରସ୍ତୁତ କରିବା ଅଭିଯୋଗ ୩ ଜଣଙ୍କୁ ଥାନାରେ ଅଟକ ରଖି ପଚରା ଉଚରା ଜାରି ରଖିଛି ପୋଲିସ।ତେବେ ବାଣ ପ୍ରସ୍ତୁତ ପାଈଁ ଲୁହା ଗୁଣ୍ଡ,ରଙ୍ଗ ଆଦି ବାଣ ପ୍ରସ୍ତୁତ ସାମଗ୍ରୀ କୁ ଜବତ କରାଯାଇଛି।Body:No neexConclusion:No need
Last Updated : Oct 26, 2019, 3:59 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.