ETV Bharat / state

କଳାଧନ୍ଦାର ହବ୍ ପାଲଟିଛି କି କଟକ ? ପ୍ରଥମେ ଖାଦ୍ୟ ସାମଗ୍ରୀ, ଏବେ ନକଲି ସିମେଣ୍ଟ - ନକଲି ଖାଦ୍ୟ ସାମଗ୍ରୀ ପରେ ଏବେ ନକଲି ସିମେଣ୍ଟ

ସିଲଭରସିଟିରେ ସାମ୍ନାକୁ ଆସୁଛି ଗୋଟିଏ ପରେ ଗୋଟିଏ କଳାଧନ୍ଦା । ନକଲି ଖ୍ୟାଦ୍ୟ ସାମଗ୍ରୀ ପରେ ଏବେ ପାଳି ନକଲି ସିମେଣ୍ଟର । କଟକ ଜଗତପୁରରୁ ଠାବ ହେଲା ନକଲି ସିମେଣ୍ଟ ଗୋଦାମ । ଅଧିକ ପଢନ୍ତୁ...

ନକଲି ଖାଦ୍ୟ ସାମଗ୍ରୀ ପରେ ଏବେ ନକଲି ସିମେଣ୍ଟ
ନକଲି ଖାଦ୍ୟ ସାମଗ୍ରୀ ପରେ ଏବେ ନକଲି ସିମେଣ୍ଟ
author img

By

Published : Dec 22, 2020, 9:40 PM IST

କଟକ: ସହରରେ ଦିନକୁ ଦିନ ବୃଦ୍ଧି ପାଉଛି ନକଲି ସାମଗ୍ରୀ କାରବାର । ଗୋଟିଏ ପଟେ କମିଶନରେଟ ପୋଲିସର ଅତର୍କିତ ଚଢ଼ାଉ ଜାରି ରହିଥିଲେ ସୁଦ୍ଧା ନକଲି କାରଖନା କମିବାରେ ନାଁ ଧରୁନି । ବଜାରରେ ଏହି ନକଲି ମାଲକୁ ବ୍ୟବସାୟ କରି ମାଲାମାଲ ହେଉଛି ପରଦା ପଛରେ ରହୁଥିବା ମାଲିକ । ତେବେ ପୋଲିସର ଚଢ଼ାଉ ଡ୍ରାଇଭରେ ଆଜି ଆସିଛି ଏକ ନୂଆ ଦୃଶ୍ୟ । ଜଗତପୁରରେ ଥିବା ଏକ ନକଲି ସିମେଣ୍ଟ ଗୋଦାମରେ ଚଢ଼ାଉ କରିଛି ପୋଲିସ । ଯେଉଁଠାରୁ 2 ହଜାରରୁ ଊର୍ଦ୍ଧ୍ବ ନକଲି ସିମେଣ୍ଟ ଜବତ ମଧ୍ୟ ହୋଇଛି । ତେବେ ଏହି ନକଲି ଗୋଦାମ ଓ କାରଖନା ଉପରେ କେବେ ଲାଗିବ ସମ୍ପୂର୍ଣ୍ଣ ରୋକ ତାକୁ ନେଇ ଏବେ ବଡ଼ ପ୍ରଶ୍ନ ।

ନକଲି ଖାଦ୍ୟ ସାମଗ୍ରୀ ପରେ ଏବେ ନକଲି ସିମେଣ୍ଟ

ସିଲଭରସିଟିରେ ସାମ୍ନାକୁ ଆସୁଛି ଗୋଟିଏ ପରେ ଗୋଟିଏ କଳାଧନ୍ଦା । ନକଲି ଖ୍ୟାଦ୍ୟ ସାମଗ୍ରୀ ପରେ ଏବେ ପାଳି ନକଲି ସିମେଣ୍ଟର । କଟକ ଜଗତପୁର ଅଞ୍ଚଳରୁ ଠାବ ହେଲା ନକଲି ସିମେଣ୍ଟ ଗୋଦାମ । 2 ହଜାରରୁ ଊର୍ଦ୍ଧ୍ବ ନକଲି ସିମେଣ୍ଟ ଠାବ କରିଛି କମିଶନରେଟ ପୋଲିସ । ଯାହାର ଆନୁମାନିକ ମୂଲ୍ୟ ଲକ୍ଷାଧିକ ଟଙ୍କାରୁ ଊର୍ଦ୍ଧ୍ବ । ଅନେକ ଦିନ ଧରି ଜଗତପୁର ଅଞ୍ଚଳରେ ବେଧଡ଼କ ଭାବେ ଚାଲିଥିଲା ଏହି ସିମେଣ୍ଟ କାରଖାନା । ଟ୍ରକ ମାଧ୍ୟମରେ ଅନ୍ୟ ଜିଲ୍ଲାକୁ ମଧ୍ୟ ହେଉଥିଲା ସ୍ଥାନାନ୍ତର । ହେଲେ ସିମେଣ୍ଟ ଉପରକୁ ଭଲ ଦେଖାଯାଉଥିଲା ସତ କିନ୍ତୁ ଭିତର ଥିଲା ସମ୍ପୂର୍ଣ ଭେଜାଲ ।

ଅନେକ ଦିନ ଧରି ଉକ୍ତ ଅଞ୍ଚଳରେ ଏହି ବ୍ୟବସାୟ ହୋଇଅସୁଥିଲା । ଆଉ ପୋଲିସ ଗୋଦାମ ଉପରେ ରଖିଥିଲା ନଜର । ଯେପରି ତଥ୍ୟ ସୁରାକ ହାତକୁ ଆସିଲା, ବିଳମ୍ବ ନକରି ଚଢ଼ାଉ କରିଥିଲେ ପୋଲିସ । ଏହି ମାମଲାରେ ଜଣଙ୍କୁ ଅଟକ ରଖିଛି ପୋଲିସ । ଆଉ 2 ଗୋଦାମ କର୍ମଚାରୀଙ୍କୁ ଘଟଣାସ୍ଥଳରେ ହୋଇଥିଲା ମାରାଥନ ଜେରା ।

ଅପମିଶ୍ରିତ ଖାଦ୍ୟ ସାମଗ୍ରୀ ପରେ ଏବେ ସିମେଣ୍ଟର ପାଳି । କମିଶନରେଟ ପୋଲିସ ଏତେ ତତ୍ପର ଥାଇ ମଧ୍ୟ, କଳାଧନ୍ଦା ଚାଲୁଛି କିପରି ତାକୁ ନେଇ ସାଧାରଣରେ ପ୍ରଶ୍ନ ଉଙ୍କି ମାରିବା ସ୍ବଭାବିକ ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.