ETV Bharat / state

ସ୍ୱାମୀ CMC କର୍ମଚାରୀ, ସ୍ତ୍ରୀଙ୍କ ନାଁରେ ଘରୋଇ ସଂସ୍ଥାକୁ ମିଳିଛି ଟେଣ୍ଡର !

author img

By

Published : Aug 11, 2023, 7:31 AM IST

କଟକ ମହାନଗର ନିଗମରେ ଟେଣ୍ଡର ଦୁର୍ନୀତି ଅଭିଯୋଗ । ସ୍ୱାମୀ CMC କର୍ମଚାରୀ, ସ୍ତ୍ରୀ ନାଁରେ ଘରୋଇ ସଂସ୍ଥାକୁ ଟେଣ୍ଡର ମିଳିଥିବା ବିରୋଧୀଙ୍କ ଅଭିଯୋଗ । ଅଧିକ ପଢନ୍ତୁ

ସ୍ୱାମୀ CMC କର୍ମଚାରୀ, ସ୍ତ୍ରୀଙ୍କ ନାଁରେ ଘରୋଇ ସଂସ୍ଥାକୁ ଟେଣ୍ଡର ମିଳିଥିବା ଅଭିଯୋଗ

କଟକ: କଟକ ମହାନଗର ନିଗମ (CMC)ର ଏକ ଘରୋଇ କମ୍ପାନୀ ‘ସ୍ୱର୍ଣ୍ଣ ଦେବୀ ଏଜେନ୍ସି’ ପ୍ରତି ଏତେ ମୋହ କାହିଁକି । ସ୍ୱାମୀ CMC ରେ କର୍ମଚାରୀ ଓ ସ୍ତ୍ରୀଙ୍କ ନାଁରେ ଥିବା ଏଜେନ୍ସିକୁ ଯାଉଛି ଲକ୍ଷ ଲକ୍ଷ ଟଙ୍କାର ଟେଣ୍ଡର । ଏପରି ଅଭିଯୋଗ କରିଛନ୍ତି ବିରୋଧୀ କର୍ପୋରେଟର । ଯାହାକୁ ନେଇ CMCର ଗତ ଦୁଇଟି କାଉନସିଲ ବୈଠକରେ ତୁମ୍ବି ତୋଫାନ ଦେଖିବାକୁ ମିଳିଥିଲା । ଏମିତିକି ବୈଠକ ମୁଲତବୀ ମଧ୍ୟ ହୋଇଥିଲା । କଟକ ମହାନଗର ନିଗମ ପକ୍ଷରୁ ଏକ ରୁଲିଂ ଜାରି ହୋଇଥିଲା ଯେ, 7 ଦିନ ମଧ୍ୟରେ ଏହି ଦିଗରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏହା ମଧ୍ୟରେ 7 ଦିନ ପୁରିଛି । ତଥାପି ସିଏମସିର ପଦକ୍ଷେପ ଶୂନ୍ୟ । ଏନେଇ ଗତକାଲି(ଗୁରୁବାର) ଉଭୟ ବିଜେପି ଓ କଂଗ୍ରେସର ସମସ୍ତ କର୍ପୋରେଟର CMC କମିଶନର ନିଖିଲ ପବନ କଲ୍ୟାଣଙ୍କୁ ଭେଟି ଏହି ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଛନ୍ତି ।

କର୍ପୋରେଟରଙ୍କ କହିବାନୁଯାୟୀ, ଦୁଇ ଦୁଇ ଥର କାଉନସିଲ ବୈଠକରେ ଏହି ସଙ୍ଗୀନ ପ୍ରସଙ୍ଗ ଉଠିଥିଲା ବେଳେ CMC କୌଣସି ଦିଗରେ ପଦକ୍ଷେପ ନେଉନାହିଁ । ତେବେ ବର୍ତ୍ତମାନ ସମୟରେ ଯଦି ଏହି ଦିଗରେ କୌଣସି ପଦକ୍ଷେପ ନନିଆଯାଏ ତେବେ ଆଗାମୀ କାଉନସିଲକୁ ଅଚଳ କରାଯିବା ସହ ସ୍ୱାୟତ୍ତ ଶାସନ ଦିବସକୁ କଳା ଦିବସ ରୂପରେ ପାଳନ କରାଯିବ ବୋଲି ଚେତାବନୀ ଦେଇଛନ୍ତି କଂଗ୍ରେସ କର୍ପୋରେଟର ସନ୍ତୋଷ ଭୋଳ । ସେହିପରି ଏହି ଘଟଣା ଏବେ ହାଟରେ ପଡି ଦାଣ୍ଡରେ ଗଡ଼ିଲାଣି । ଏହି ଦିବରେ ସିଏମସିର ନୀରବତା ଅନ୍ୟକିଛି ଦିଗ ନିର୍ଦ୍ଧାରିତ କରୁଛି । ତେଣୁ ଯଦି ଏହି ଦିଗରେ କୌଣସି ଦୃଷ୍ଟାନ୍ତ ମୂଳକ କାର୍ଯ୍ୟନୁଷ୍ଠାନ ନନିଆଯାଏ ତେବେ ସିଧାସଳଖ ଆଇନର ଆଶ୍ରୟ ନିଆଯିବ ବୋଲି ବିଜେପି କର୍ପୋରେଟର ଗଗନ ଓଝା ଚେତାବନୀ ଦେଇଛନ୍ତି ।

ଏହା ମଧ୍ୟ ପଢନ୍ତୁ :-ପେନସନ ପାଇଁ ମୃତ ବାପାର ପତ୍ନୀ ସାଜିଲା ଝିଅ, 10 ବର୍ଷ ଧରି ଲୁଟୁଥିଲା ଟଙ୍କା

ଗତ CMC କାଉନସିଲ ବୈଠକରେ ଏହାକୁ ନେଇ ତୁମ୍ବୀ ତୋଫାନ ଦେଖିବାକୁ ମିଳିଥିଲା । ଜୋରଦାର ନାରାବାଜୀ ସହ ଧାରଣାରେ ବସିଥିଲେ ବିରୋଧୀ କର୍ପୋରେଟର । ଏକ ନିର୍ଦ୍ଦିଷ୍ଟ ଘରୋଇ ସଂସ୍ଥା (ସ୍ଵର୍ଣ୍ଣ ଦେବୀ)କୁ ଟେଣ୍ଡର ନିର୍ଦ୍ଦେଶ ଦିଆଯିବାକୁ ନେଇ ବିରୋଧୀ କର୍ପୋରେଟରମାନେ ହୋ ହଲ୍ଲା କରିଥିଲେ । CMCରେ ଜଣେ ଅଧିକାରୀ କାର୍ଯ୍ୟରତ ରହି ବେଆଇନ ଭାବରେ ନିଜ ପରିବାରର ନାଁରେ ଥିବା ଘରୋଇ ସଂସ୍ଥାକୁ କିପରି ଟେଣ୍ଡର ଆଲର୍ଟ ହେଉଛି ବୋଲି ପ୍ରଶ୍ନ କରିବା ସହ ଏହା ଆଇନ ବିରୁଦ୍ଧ ବୋଲି ଦର୍ଶାଇଥିଲେ ବିରୋଧୀ ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.