ETV Bharat / state

ମାନବଧିକାର କମିଶନଙ୍କ ନିର୍ଦ୍ଦେଶକୁ ବରଗଡ ଏସପିଙ୍କ ବେଖାତିରି, କମିଶନଙ୍କ କ୍ଷୋଭ ପ୍ରକାଶ - ବରଗଡ

ବରଗଡ଼ ଜିଲ୍ଲା ଭେଡେନ ଥାନା ରୂପାପଲ୍ଲୀ ଗାଁରେ ହୋଇଥିବା 3 ଦଳିତ ମହିଳାଙ୍କୁ ଗଣଧର୍ଷଣ ଓ 2ଜଣଙ୍କୁ ହତ୍ୟା ଅଭିଯୋଗ ମାମଲାରେ ରାଜ୍ୟ ମାନବଧିକାର କମିଶନଙ୍କ ନିର୍ଦ୍ଦେଶ ଦେଇଥିଲେ । ଏ ଘଟଣାର ତଦନ୍ତ ରିପୋର୍ଟ ଦାଖଲ କରୁନଥିବାରୁ କମିଶନ ବରଗଡ଼ ଏସ୍‌ପିଙ୍କ ଉପରେ କ୍ଷୋଭ ପ୍ରକାଶ କରିଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କଟକ
author img

By

Published : Sep 5, 2019, 8:03 PM IST

କଟକ: ବରଗଡ଼ ଜିଲ୍ଲା ଭେଡେନ ଥାନା ରୂପାପଲ୍ଲୀ ଗାଁରେ ହୋଇଥିବା 3ଦଳିତ ମହିଳାଙ୍କୁ ଗଣଧର୍ଷଣ ଓ 2ଜଣଙ୍କୁ ହତ୍ୟା ଅଭିଯୋଗ ମାମଲାରେ ରାଜ୍ୟ ମାନବଧିକାର କମିଶନଙ୍କ ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ ତଦନ୍ତ କରି ରିପୋର୍ଟ ଦାଖଲ କରୁନଥିବାରୁ କମିଶନ ବରଗଡ଼ ଏସ୍‌ପିଙ୍କ ଉପରେ ଅତ୍ୟନ୍ତ କ୍ଷୋଭ ପ୍ରକାଶ କରିଛନ୍ତି।

5 ମାସ ହେଲା କମିଶନ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ଏସ୍‌ପି ଉକ୍ତ ଘଟଣା ଉପରେ କୌଣସି ତଦନ୍ତ କରିନାହାନ୍ତି। ଏଭଳି ଗୁରୁତ୍ବପୂର୍ଣ୍ଣ ଘଟଣାରେ ଏସ୍‌ପି ଆଦୌ ଚିନ୍ତିତ ନୁହଁନ୍ତି ବୋଲି କମିଶନ ମତ ଦେଇଛନ୍ତି। ତେଣୁ ଏ ସମ୍ପର୍କରେ ତଦନ୍ତ ପାଇଁ କମିଶନ ଉତ୍ତରାଞ୍ଚଳ ଡିଆଇଜିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ସୂଚନାଯୋଗ୍ୟ, କଙ୍ଗାରୁକୋର୍ଟ ଦ୍ବାରା ବାସନ୍ଦ ହୋଇଥିବା ଗୋଟିଏ ପରିବାରର 3 ମହିଳାଙ୍କୁ ଗତ 2016 ମସିହା ସେପ୍ଟେମ୍ବର 23 ତାରିଖରେ ଭେଡେନ ଥାନାର କିଛି ପୋଲିସ କର୍ମଚାରୀ ଘରୁ ପୋଲିସ ଭ୍ୟାନରେ ଉଠାଇ ନେଇ ଧର୍ଷଣ କରିଥିଲେ। ପରେ ଗାଁ ଲୋକଙ୍କ ହାତରେ ଏହି ମହିଳା ଙ୍କୁ ସମର୍ପଣ କରିଦେଇଥିଲେ। ଗାଁର କିଛି ଲୋକ ସେମାନଙ୍କୁ 10 ଦିନ ଜଙ୍ଗଲରେ ରଖି ବାରମ୍ବାର ବଳାତ୍କାର କରିଥିବାର ଅଭିଯୋଗ ହୋଇଥିଲା। ସେମାନଙ୍କ ମଧ୍ୟରୁ ଜଣେ ଖସି ଆସି ଥିବା ବେଳେ,ଆଉ 2 ଜଣଙ୍କୁ ସେମାନେ ହତ୍ୟା କରିଥିବା ଅଭିଯୋଗ ହୋଇଥିଲା। ତେବେ ଖସି ଆସିଥିବା ମହିଳା ଜଣକ ମାନବଧିକାର କମିଶନଙ୍କ ନିକଟରେ ଅଭିଯୋଗ କରିଥିଲେ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କଟକ

ଆବେଦନକାରୀଙ୍କ ପରିବାର ପକ୍ଷରୁ ରେଜଷ୍ଟ୍ରି ଡାକ ଯୋଗେ ଦିଆଯାଇଥିବା ଅଭିଯୋଗ ଉପରେ ବରଗଡ ଏସପି କି କାର୍ଯ୍ୟାନୁଷ୍ଠାନ ନେଇଛନ୍ତି, ତାହା କୋର୍ଟକୁ ଜଣାଇବାଲାଗି କମିଶନ ଗତ ମାର୍ଚ୍ଚ 15ରେ ନିର୍ଦ୍ଦେଶ ଦେଇଥିଲେ। ଏହାରି ମଧ୍ୟରେ 5 ମାସ ବିତିଗଲାଣି, ତଥାପି ପୋଲିସ ଚୁପ ବସିଛି। ତେବେ ପୋଲିସର ଏଭଳି ଆଭିମୁଖ୍ୟ ଉପରେ କମିଶନ କ୍ଷୁବ୍ଧ ହୋଇଛନ୍ତି।

ତେଣୁ ଉତ୍ତରାଞ୍ଚଳ ଡ଼ିଆଇଜି ଏହାର ତଦନ୍ତ କରି ରିପୋର୍ଟ ଦେବାକୁ କମିଶନ ନିର୍ଦ୍ଦେଶ ଦେଇଛନ୍ତି। ତେବେ 4 ସପ୍ତାହ ମଧ୍ୟରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି କମିଶନ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Intro:ବରଗଡ଼ ଜିଲ୍ଲା ଭେଡେନ ଥାନା ରୂପାପଲ୍ଲୀ ଗ୍ରାମରେ ହୋଇଥିବା ତିନି ଦଳିତ ମହିଳାଙ୍କୁ ଗଣଧର୍ଷଣ ଓ ଦୁଇ ଜଣଙ୍କୁ ହତ୍ୟା ଅଭିଯୋଗ ମାମଲାରେ ରାଜ୍ୟ ମାନବଧିକାର କମିଶନଙ୍କ ନିର୍ଦ୍ଧେଶ ଅନୁଯାୟୀ ତଦନ୍ତ କରି ରିପୋର୍ଟ ଦାଖଲ କରୁନଥିବାରୁ କମିଶନ ବରଗଡ଼ ଏସ୍ପିଙ୍କ ଭର୍ସନା କରିଛନ୍ତି।ପାଞ୍ଚ ମାସ ହେଲାଣି କମିଶନ ନିର୍ଦ୍ଧେଶ ଦେଇଥିଲେ ମଧ୍ୟ ଏସ୍ପି ତାହା ଉପରେ କୌଣସି ତଦନ୍ତ କରିନାହାନ୍ତି।ଏତେ ଗୁରୁତ୍ୱର ଘଟଣାରେ ଏସ୍ପି ଆଦୌ ଚିନ୍ତିତ ନୁହଁନ୍ତି ବୋଲି କମିଶନ ମତ ଦେଇଛନ୍ତି।ତେଣୁ ଏ ସମ୍ପର୍କରେ ତଦନ୍ତ ପାଇଁ କମିଶନ ଉତ୍ତରାଞ୍ଚଳ ଡିଆଇଜି ଙ୍କୁ ନିର୍ଦ୍ଧେଶ ଦେଇଛନ୍ତି ।
ସୂଚନାଯୋଗ୍ୟ, ପ୍ରଜାକୋର୍ଟ ଦ୍ୱାରା ବାସନ୍ଦ ହୋଇଥିବା ଗୋଟିଏ ପରିବାରର 3 ମହିଳାଙ୍କୁ ଗତ 2016 ମସିହା ସେପ୍ଟେମ୍ବର 23 ତାରିଖରେ ଭେଡେନ ଥାନାର କିଛି ପୋଲିସ କର୍ମଚାରୀ ଘରୁ ପୋଲିସ ଭ୍ୟାନ ରେ ଉଠାଇ ନେଇ ଧର୍ଷଣ କରିଥିଲେ।ପରେ ଗାଁ ଲୋକଙ୍କ ହାତରେ ଏହି ମହିଳା ମାନଙ୍କୁ ସମର୍ପଣ କରିଦେଇଥିଲେ।ଗାଁ ର କିଛି ଲୋକ ସେମାନଙ୍କୁ 10 ଦିନ ଜଙ୍ଗଲରେ ରଖି ବାରମ୍ବାର ବଳାତ୍କାର କରିଥିବାର ଅଭିଯୋଗ ହୋଇଥିଲା।ସେମାନଙ୍କ ମଧ୍ୟରୁ ଜଣେ ଖସି ଆସି ଥିବା ବେଳେ,ଆଉ 2 ଜଣଙ୍କୁ ସେମାନେ ହତ୍ୟା କରିଥିବା ଅଭିଯୋଗ ହୋଇଥିଲା।ତେବେ ଖସି ଆସିଥିବା ମହିଳା ଜଣକ ମାନବଧିକାର କମିଶନଙ୍କ ନିକଟରେ ଅଭିଯୋଗ କରିଥିଲେ।
ଆବେଦନକାରୀଙ୍କ ପରିବାର ପକ୍ଷରୁ ରେଜଷ୍ଟ୍ରି ଡାକ ଯୋଗେ ଦିଆଯାଇଥିବା ଅଭିଯୋଗ ଉପରେ ଏସ୍ପି କି କାର୍ଯ୍ୟାନୁଷ୍ଠାନ ନେଇଛନ୍ତି,ତାହା ତଦନ୍ତ କରି ଜଣାଇବାଲାଗି କମିଶନ ବରଗଡ଼ ଏସ୍ପିଙ୍କ ଗତ ମାର୍ଚ୍ଚ 15 ,2019 ରେ ନିର୍ଦ୍ଧେଶ ଦେଇଥିଲେ।ଏହାର ପାଞ୍ଚ ମାସ ପରେ ମଧ୍ୟ ପୋଲିସ ଚୁପ ବସିଛି।ତେବେ ପୋଲିସର ଏଭଳି ଆଭିମୁଖ୍ୟ ଉପରେ କମିଶନ କ୍ଷୁବ୍ଧ ହୋଇଛନ୍ତି।ଉତ୍ତରାଞ୍ଚଳ ଡ଼ିଆଇଜି ଏହାର ତଦନ୍ତ କରି ରିପୋର୍ଟ ଦେବାକୁ କମିଶନ ନିର୍ଦ୍ଧେଶ ଦେଇଛନ୍ତି।4 ସପ୍ତାହ ମଧ୍ୟରେ ରିପୋର୍ଟ ଦେବାକୁ ନିର୍ଦ୍ଧେଶ ଦେଇଛନ୍ତି କମିଶନ।

ବାଇଟ - ନିଶିକାନ୍ତ ମିଶ୍ର,ଆବେଦନକାରୀ ଓକିଲ।

Body:no need

Conclusion:no need
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.