କଟକ: କଟକ ନିର୍ଗୁଣ୍ଡିରୁ ଜବତ ହୋଇଛି 30 କେଜି ଗଞ୍ଜେଇ । ଯାହାର ମୂଲ୍ୟ 3 ଲକ୍ଷ ଟଙ୍କା ବୋଲି ଆକଳନ କରିଛି କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗ । ତେବେ ଏହି ମାମଲାରେ ଜଣେ ଗିରଫ ହୋଇଥିବାବେଳେ ଗୋଟିଏ କାର ମଧ୍ୟ ଜବତ ହୋଇଛି ।
କଟକରୁ ଯାଜପୁର ଗଞ୍ଜେଇ ଚାଲାଣ ହେଉଥିବା ବେଳେ ଅବକାରୀ ବିଭାଗ ହାତରେ ଧରାପଡିଥିଲେ ଏହି ବେପାରୀ ଦୁଇଜଣ । ଏମାନଙ୍କ ଭିତରେ ଜଣେ ମହିଳା ମଧ୍ୟ ରହିଛନ୍ତି । ତେବେ ଉଭୟଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରଯାଇଛି ।
କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ