ETV Bharat / state

HSRP ନମ୍ବର ପ୍ଲେଟ ଚେକିଂ କଡାକଡି, ନିୟମ ଖିଲାପକାରୀଙ୍କୁ ଫାଇନ୍

author img

By

Published : Jun 23, 2023, 9:02 PM IST

ନିଜର ଗାଡିରେ HSRP ବା ହାଇ ସିକୁରିଟି ନମ୍ବର ଲଗାଇନାହାନ୍ତି କି ! ତୁରନ୍ତ ଲଗାଇ ଦିଅନ୍ତୁ ନଚେତ ଅସୁବିଧାରେ ପଡିବେ ଆପଣ। କାରଣ ଆଜିଠାରୁ HSRP ବା ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ ଚେକିଂ କଡାକଡି କରିଚି ପରିବହନ ବିଭାଗ । ଅଧିକ ପଢନ୍ତୁ

ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ ଚେକିଂ କଡାକଡି
ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ ଚେକିଂ କଡାକଡି
ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ ଚେକିଂ କଡାକଡି

କଟକ: ଆଜିଠାରୁ HSRP ବା ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ ଚେକିଂ କଡାକଡି କରାଯାଇଛି। ରେଜିଷ୍ଟ୍ରସନ ପ୍ଲେଟକୁ ନେଇ କଡା ଆଭିମୁଖ୍ୟ ଗ୍ରହଣ କରିଛି ରାଜ୍ୟ ପରିବହନ ବିଭାଗ। ଯଦି ନିଜ ଗାଡ଼ିରେ HSRP ନାହିଁ, ତେବେ ସେହି ଗାଡ଼ିକୁ ବାହାର ନ କରିବାକୁ ଚେତାବନୀ ବି ଦେଇଛି ବିଭାଗ । ଏହି କ୍ରମରେ HSRP ନଥିବା ବାହନ ଗୁଡିକ ଚି଼ହ୍ନଟ କରିବା ସହ ଗାଡ଼ି ମାଲିକଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା କାର୍ଯ୍ୟ ଆଜି ଠାରୁ ଆରମ୍ଭ ହୋଇଛି ।

ସାରା ରାଜ୍ୟରେ ବିଭିନ୍ନ ଆରଟିଓ ମାନେ ଆଜି ନିଜ ନିଜ ଅଞ୍ଚଳରେ ଯାଞ୍ଚ ପ୍ରକ୍ରିୟାକୁ ଜୋରଦାର କରିଛନ୍ତି । ଆଜି ସକାଳୁ ଏହି ଧରପକଡ଼ କାର୍ଯ୍ୟ ଆରମ୍ଭ ହୋଇଥିବାବେଳେ ଅପରାହ୍ନ ୩ଟା ସୁଦ୍ଧା ସମଗ୍ର ରାଜ୍ୟରେ ନିୟମ ଖିଲାପ କରିଥିବା ୮ ଶହରୁ ଉର୍ଦ୍ଧ୍ବ ଗାଡ଼ିକୁ ଚିହ୍ନଟ କରାଯିବା ସହ ଗାଡ଼ି ମାଲିକଙ୍କ ଉପରେ ଫାଇନ ଲଗାଯାଇଛି । ଗାଡ଼ିରେ HSRP ନ ଥିଲେ ପ୍ରଥମ ଦଫାରେ ଧରାପଡ଼ିଲେ 5 ହଜାର ଟଙ୍କା ଫାଇନ ଆଦାୟ କରାଯାଉଛି। ଏହାପରେ HSRP ନଥାଇ ପରବର୍ତ୍ତୀ ସମୟରେ ପୁନଃର୍ବାର ଧରାପଡ଼ିଲେ ଜରିମାନାର ପରିମାଣ ଦ୍ବିଗୁଣିତ ଅର୍ଥାତ 10 ହଜାର ଟଙ୍କା ଆଦାୟ କରାଯିବ ବୋଲି ବିଭାଗୀୟ ଅଧିକାରୀ କହିଛନ୍ତି ।

ରାଜ୍ୟରେ ମୋଟ 50 ଲକ୍ଷ ଗାଡ଼ି ଥିବାବେଳେ ସେମାନଙ୍କ ମଧ୍ୟରୁ 40 ଲକ୍ଷ ମାଲିକ HSRP ପାଇଁ ଆବେଦନ କରିଛନ୍ତି । ଏବଂ ସେହି 40 ଲକ୍ଷ ଲୋକଙ୍କ ମଧ୍ୟରୁ ପ୍ରାୟ 37 ଲକ୍ଷ ଲୋକ ନିଜ ଗାଡ଼ିରେ HSRP ଲଗାଇ ସାରିଛନ୍ତି । ତେବେ 10 ଲକ୍ଷ ଲୋକ ଏବେ ବି ନିଜ ଗାଡ଼ିରେ HSRP ଲଗାଇ ନଥିବା ଜଣାପଡିଛି । HSRP ଲଗାଇ ନଥିବା ଗାଡୁ ଗୁଡିକୁ ଧରିବା ପାଇଁ ପରିବହନ ବିଭାଗ ପକ୍ଷରୁ ଏହି ଚଢ଼ାଉ କରାଯାଉଛି । ଏହାବ୍ୟତିତ HSRPକୁ ନେଇ ଆଗକୁ ନିଜ ଆଭିମୁଖ୍ୟକୁ ଆହୁରି କଠୋର କରିବା ନେଇ ସ୍ପଷ୍ଟ କରିଛି ପରିବହନ ବିଭାଗ । ଫଳସ୍ବରୂପ HSRP ନଥିବା ଗାଡ଼ିଗୁଡ଼ିକରୁ ଆଉ ଫାଇନ ଆଦାୟ କରାଯିବ ନାହିଁ ବରଂ ସେଗୁଡ଼ିକୁ ସିଜ୍ କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରିଛି ବିଭାଗ ।

ଏହା ସହିତ ନକଲି ନମ୍ବର ପ୍ଲେଟ ଲଗାଇଥିବା ଗାଡ଼ି ମାଲିକଙ୍କ ବିରୁଦ୍ଧରେ ମାମଲା ରୁଜୁ କରାଯିବ ବୋଲି କଡା ଚେତାବନୀ ଦେଇଛି ବିଭାଗ । ତେବେ ପୂର୍ବରୁ ହାଇସିକ୍ୟୁରିଟି ନମ୍ବର ପ୍ଲେଟ ପାଇଁ ବାଧ୍ୟତାମୂଳକ କରାଯାଇଥିବାବେଳେ ଏହାର ସମୟସୀମା ଅବଧି ବୃଦ୍ଧି କରାଯାଇଥିଲା। ହେଲେ ଏପର୍ଯ୍ୟନ୍ତ ଅନେକ ବ୍ୟକ୍ତି HSRP ପାଇଁ ଆବେଦନ କରିନଥିବା ଜଣାପଡିଛି। ଯାହାକୁ ନେଇ ପରିବହନ ବିଭାଗ ପକ୍ଷରୁ ଚେକିଂ ଜୋରଦାର କରାଯାଉଛି।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.