ETV Bharat / state

ହୋଲିରେ ଅଘଟଣ, ନଦୀରେ ବୁଡି 3 ମୃତ - କଟକରେ ନଦୀରେ ବୁଡି ନାବାଳକ ମୃତ

ହୋଲିରେ ଅଘଟଣ। କଟକ 42 ମୌଜାସ୍ଥିତ କାଠଯୋଡି ନଦୀରେ ବୁଡି ଦୁଇ ସାଙ୍ଗଙ୍କ ମୃତ୍ୟୁ ହୋଇଛି ।

cuttack latest news, holi accident, drown death in cuttack, holi latest news, ହୋଲି ଲାଟେଷ୍ଟ ନ୍ୟୁଜ୍‌, ହୋଲି ଅଘଟଣ, କଟକ ଲାଟେଷ୍ଟ ନ୍ୟୁଜ୍‌, କଟକରେ ନଦୀରେ ବୁଡି ନାବାଳକ ମୃତ
ହୋଲିରେ ଅଘଟଣ, ନଦୀରେ ବୁଡି 2 ନାବାଳକ ମୃତ
author img

By

Published : Mar 10, 2020, 3:30 PM IST

Updated : Mar 10, 2020, 7:10 PM IST

କଟକ: ହୋଲିରେ ଅଘଟଣ। କଟକର ଦୁଇ ଭିନ୍ନ ଭିନ୍ନ ସ୍ଥାନରେ ନଦୀରେ ବୁଡି 3 ମୃତ । 42 ମୌଜାସ୍ଥିତ କାଠଯୋଡି ନଦୀରେ ବୁଡି ଦୁଇ ନାବାଳକଙ୍କ ମୃତ୍ୟୁ ହୋଇଥିବା ବେଳେ ନରାଜସ୍ଥିତ ମହାନଦୀରେ ବୁଡି ଜଣେ କଲେଜ ଛାତ୍ରଙ୍କର ମୃତ୍ୟୁ ହୋଇଛି । ହୋଲି ଖେଳି ନଦୀରେ ଗାଧୋଉଥିବା ସମୟରେ ଏହି ଅଘଟଣ ଘଟିଥିବା ଜଣା ପଡିଛି।

ହୋଲିରେ ଅଘଟଣ, ନଦୀରେ ବୁଡି 2 ନାବାଳକ ମୃତ

ତେବେ ମୃତ 2 ନାବାଳକ ହେଉଛନ୍ତି ଶୁଭମ କୁମାର ଓ ନିଶାନ୍ତ ପାଢୀ। ଉଭୟେ କେନ୍ଦ୍ରୀୟ ବିଦ୍ୟାଳୟ-2ର 8ମ ଶ୍ରେଣୀର ଛାତ୍ର। ସେମାନଙ୍କୁ ନଦୀରୁ ଉଦ୍ଧାର କରାଯିବା ପରେ ଏସସିବିକୁ ସ୍ଥାନାନ୍ତରିତ କରାଯାଇଥିଲା । ହେଲେ ମେଡିକାଲରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ ।

ସେହିପରି ନରାଜରେ ବୁଡି ଆଖି ବୁଜିଥିବା କଲେଜ ଛାତ୍ର ଜଣଙ୍କ ହେଉଛନ୍ତି ଶାଶ୍ବତ ସାହୁ । ତାଙ୍କ ଘର ବାଲେଶ୍ବରରେ ହୋଇଥିବା ବେଳେ ସେ ଭୁବନେଶ୍ବରର ଏକ ଘରୋଇ କଲେଜରେ ଛାତ୍ର ଥିଲେ । ସାଙ୍ଗମାନଙ୍କ ସହ ନଦୀରେ ଗାଧୋଉଥିବା ସମୟରେ ସେ ନିଖୋଜ ହୋଇଯାଇଥିଲେ । ହେଲେ ଅଗ୍ନିଶମ ବିଭାଗ ଓ ଏନଡିଆରଏଫ ବିଭାଗର ଖୋଜାଖୋଜି ପରେ ଉଦ୍ଧାର ହୋଇଥିଲା ତାଙ୍କର ମୃତଦେହ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Last Updated : Mar 10, 2020, 7:10 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.